ରୋମାଣ୍ଟିକ୍ ଅନ୍ଦାଜରେ ନୂଆ ବର୍ଷକୁ ସ୍ୱାଗତ କଲେ ମଲାଇକା-ଅର୍ଜୁନ
ରୋମାଣ୍ଟିକ୍ ଅନ୍ଦାଜରେ ନୂଆ ବର୍ଷକୁ ସ୍ୱାଗତ କଲେ ମଲାଇକା-ଅର୍ଜୁନ
ମୁମ୍ବାଇ: ନିଜ ଲେଡି ଲଭ୍ ମଲାଇକାଙ୍କ ସହ ନୂଆ ବର୍ଷ 2023 ସେଲିବ୍ରେଟ୍ କଲେ ଅର୍ଜୁନ କପୁର । ବି-ଟାଉନର ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରେ ଅର୍ଜୁନ ଏବଂ ମଲାଇକାଙ୍କ ନାଁ ମଧ୍ୟ ସାମିଲ୍ ଅଛି । ତେବେ ବର୍ଷ ଆରମ୍ଭରୁ ବେଶ୍ ଚର୍ଚ୍ଚାରେ ଅଛନ୍ତି ଏହି ଦମ୍ପତ୍ତି । କାରଣ ନୂଆ ବର୍ଷକୁ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ସେଲିବ୍ରେଟ୍ କରିଛନ୍ତି ଏହି ଷ୍ଟାର୍ କପଲ୍ । ଅର୍ଜୁନ କପୁର ସୋସିଆଲ ମିଡିଆରେ ମଲାଇକା ଆରୋରାଙ୍କ ସହ ଏକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ନୂଆ ବର୍ଷ ଅବସରରେ ଅଭିନେତା ଅର୍ଜୁନ କପୁର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବେଶ୍ ସୁନ୍ଦର ଅନ୍ଦାଜରେ ନଜର ଆସୁଛନ୍ତି । ଫଟୋରେ ଅଭିନେତ୍ରୀ ମଲାଇକା ଅର୍ଜୁନ କପୁରଙ୍କୁ ଚୁମ୍ବନ ଦେଉଥିବାର ଦେଖିବା ପାଇଁ ମିଳୁଛି । ଏହି ଫଟୋ ସେୟାର କରି କ୍ୟାପସନରେ ଅର୍ଜୁନ କପୁର ଲେଖିଛନ୍ତି- ନୂଆ ବର୍ଷର ଶୁଭେଚ୍ଛା ।
ଅର୍ଜୁନଙ୍କ ପରି ମଲାଇକା ଆରୋରା ମଧ୍ୟ ଏହି ଫଟୋକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରି ପ୍ରଶଂସକମାନଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଅର୍ଜୁନ ଏବଂ ମଲାଇକାଙ୍କ ଏହି ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଏହାପୂର୍ବରୁ ଅର୍ଜୁନ କପୁର ଅଭିନେତା ବରୁଣ ଧୱନଙ୍କ ସହ ନୂଆ ବର୍ଷ ସେଲିବ୍ରେସନର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଅର୍ଜୁନଙ୍କ ଏହି ଫଟୋରେ, ବରୁଣ ଧୱନ, ନତାଶା ଏବଂ ମଲାଇକା ଆରୋରାଙ୍କ ବ୍ୟତୀତ ଆପଣ ଅନେକ ଲୋକଙ୍କୁ ଏକାଠି ଦେଖିପାରୁଥିବେ ।












Click it and Unblock the Notifications