‘ମେଁ ଅଟଲ ହୁଁ' ରିଲିଜ୍, ବାଜପେୟୀ ଭୂମିକାରେ ପଙ୍କଜ ତ୍ରିପାଠୀ

Main Atal Hoon: ଭାରତ ରାଜନୀତିର ଅଜାତ୍ ଶତ୍ରୁ । ସଭିଙ୍କ ପ୍ରିୟ ସେ ସଦାବେଳେ ସବୁ ନିଷ୍ପତ୍ତିରେ ଅଟଳ । ସେ ଏପରି ଜଣେ ରାଜନେତା ଥିଲେ ଯାହାଙ୍କୁ ବିରୋଧୀ ମଧ୍ୟ ପ୍ରଶଂସା କରୁଥିଲେ । ତାଙ୍କ ଚରିତ୍ରରେ ଅଭିନୟ କରିବା ସହଜ ନୁହେଁ, ଏପରି ଅଭିନୟ କରି ଜଣେ ଅଭିନେତା ନିଜ କ୍ୟାରିୟରକୁ ବିପଦରେ ପକାଇବା କହିହା ଭୁଲ୍ ହେବ ନାହିଁ, କିନ୍ତୁ ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିବାର ନିଷ୍ପତ୍ତି ନେଇଛନ୍ତି ।

ଆଜି 'ମେଁ ଅଟଲ ହୁଁ' ବଡ଼ ପରଦାରେ ରିଲିଜ୍ ହୋଇଯାଇଛି । ଏହି ସିନେମାରେ ଅଭିନେତା ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ର ଜରିଆରେ ମାତ୍ର କିଛି ଘଣ୍ଟାରେ ଅଟଳ ବିହାରୀ ବାଜପେୟୀଙ୍କ ପୁରା ଜୀବନ ବିଷୟରେ ଦେଖିବା ପାଇଁ ମିଳୁଛି । ଦର୍ଶକଙ୍କ ମନ ଜିଣୁଛି ପଙ୍କଜ ତ୍ରିପାଠୀଙ୍କ ଅଭିନୟ ।

Main Atal Hoon

ପିଲାଦିନରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା, କେବଳ ରାଜନୈତିକ ଯାତ୍ରା ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ମଧ୍ୟ ସିନେମାରେ ଦେଖିବା ପାଇଁ ମିଳୁଛି । ଅଟଳ ଜୀ ଜଣେ ମଣିଷ ଭାବରେ, କବି ଭାବରେ, ବନ୍ଧୁ ଭାବରେ କିପରି ଥିଲେ? ତାହା ଏହି ଚଳଚ୍ଚିତ୍ରରେ ଦେଖିବା ପାଇଁ ମିଳିବ ।

ରବି ଯାଦବଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ମେଁ ଅଟଲ ହୁଁ' କୁ ନେଇ ସୋସିଆଲ ମିଡିଆରେ ଆଜି ଚର୍ଚ୍ଚାରେ ରହିଛି । ଏହି ସିନେମାରେ ପଙ୍କଜ ତ୍ରିପାଠୀଙ୍କ ଅଭିନୟ ଦର୍ଶକଙ୍କୁ ଇମପ୍ରେସ କରୁଛି । କାହାଣୀକୁ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+