ଭିଡିଓ ଜକି ଭାବେ ଆରମ୍ଭ କରିଥିଲେ କ୍ୟାରିୟର, ବିବାହରେ ନଥିଲା ଖୁସି ! ଏମିତି ଥିଲା ମହିମାଙ୍କ ସଂଘର୍ଷଭରା କାହାଣୀ
ଭିଡିଓ ଜକି ଭାବେ ଆରମ୍ଭ କରିଥିଲେ କ୍ୟାରିୟର, ବିବାହରେ ନଥିଲା ଖୁସି ! ଏମିତି ଥିଲା ମହିମାଙ୍କ ସଂଘର୍ଷଭରା କାହାଣୀ
Mahima Chaudhry Birthday: ଆଜିକା ତାରିଖରେ ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମରେ ସେ କାମ କରିଛନ୍ତି । ଆଜି ଅଭିନେତ୍ରୀ ନିଜ ୪୯ ତମ ଜନ୍ମ ଦିନ ପାଳନ କରୁଛନ୍ତି । ଚଳିତ ବର୍ଷ ଜନ୍ମଦିନ ତାଙ୍କ ପାଇଁ ନିଶ୍ଚୟ ଟିକେ ଖାସ୍ । କାରଣ ଏହି ବର୍ଷ ସେ କ୍ୟାନସରକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏହା ପରେ ସେ ନିଜ ଜୀବନରେ ପୁଣି ଆଗକୁ ବଢିବା ଆରମ୍ଭ କରିଛନ୍ତି । ସିନେମାର ରଙ୍ଗିନ୍ ଦୁନିଆ ପୁଣି ତାଙ୍କୁ ନିଜ ଆଡକୁ ଟାଣି ଆଣିଛି । ଛଅ ବର୍ଷର ବ୍ରେକ୍ ପରେ ପୁଣି ମହିମା ଚୌଧୁରୀଙ୍କୁ ବଡପରଦାରେ ଦେଖିବା ପାଇଁ ମିଳିବ । କଙ୍ଗନା ରଣାୱତ୍ ଅଭିନିତ ଫିଲ୍ମ 'Emergency'ରେ ନଜର ଆସିବେ ମହିମା ଚୌଧୁରୀ । ଯାହା ଆସନ୍ତା ବର୍ଷ ରିଲିଜ୍ ହେବା ପାଇଁ ଯାଉଛି ।

ମହିମା ଚୌଧୁରୀଙ୍କ ଜନ୍ମ ୧୩ ସେପ୍ଟମ୍ବର ୧୯୭୩ରେ ଦାର୍ଜିଲିଙ୍ଗ୍ , ପଶ୍ଚିମ ବଙ୍ଗଳାରେ ହୋଇଥିଲା । ତାଙ୍କର ପ୍ରକୃତ ନାଁ ଋତୁ ଚୌଧୁରୀ । ମହିମା ନିଜ ହାଇସ୍କୁଲ ପାଠପଢା ଡାଉନ୍ ହିଲ୍ ସ୍କୁଲରେ ଶେଷ କରିଥିଲେ । ହେଲେ ଏହା ପରେ ସେ ପାଠପଢା ଛାଡ଼ି ମଡେଲିଙ୍ଗ୍ ଜଗତରେ ପାଦ ଦେଇଥିଲେ । ସେହି ସମୟରେ ଅନେକ ବିଜ୍ଞାପନରେ ମଧ୍ୟ ସେ କାମ କରିଥିଲେ । ଯାହା ପରେ ସେ ଭିଡିଓ ଜକି ଭାବେ ମଧ୍ୟ କାମ କରିଥିଲେ ।

ସୁଭାଷ ଘାଇଙ୍କ ସହ କରିଥିଲେ ପ୍ରଥମ ଫିଲ୍ମ
ମହିମା ଚୌଧୁରୀଙ୍କୁ ପ୍ରଥମ ଫିଲ୍ମ ଅଫର୍ ସୁଭାଷ ଘାଇ ଦେଇଥିଲେ । ଫିଲ୍ମ 'ପରଦେଶ' ପାଇଁ ତାଙ୍କୁ ମିଳିଥିଲା ଅଫର୍ । ଶାହାରୁଖ ଖାନଙ୍କ ସହ ଲିଡ୍ ରୋଲରେ ଆସିଥିଲେ ନଜର । ପ୍ରଥମ ଫିଲ୍ମ ପରେ ହିଁ ଅଭିନେତ୍ରୀଙ୍କୁ ବେଶ୍ ସଫଳତା ମିଳିଥିଲା । ନିଜ ଅଭିନୟରେ ଦର୍ଶକଙ୍କୁ ଇମପ୍ରେସ କରିଥିଲେ ମହିମା । ଏହି ଫିଲ୍ମଟି ହିଟ୍ ମଧ୍ୟ ହୋଇଥିଲା । ଯାହା ପରେ ତାଙ୍କୁ ଗୋଟେ ପରେ ଗୋଟେ ଭଲ ଫିଲ୍ମ ପାଇଁ ଅଫର୍ ମିଳିବା ଆରମ୍ଭ ହୋଇଯାଇଥିଲା । ହେଲେ ଏହି ସଫଳତା ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ନ ଥିଲା ।

ମହିମାଙ୍କ ଅଧୁରା ପ୍ରେମ କାହାଣୀ
ଟେନିସ୍ ଖେଳାଳି ଲିଆଣ୍ଡର୍ ପେସ୍ଙ୍କ ସହ ମହିମାଙ୍କ ଆଫେୟାର ଖବର ବେଶ୍ ଚର୍ଚ୍ଚାରେ ରହିଥିଲା । ହେଲେ ରିୟା ପିଲ୍ଲାଇଙ୍କ ପାଇଁ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ରିୟାଙ୍କ ସହ ଲିଆଣ୍ଡରଙ୍କ ଘନିଷ୍ଠତା ବଢି ପରେ ମହିମା ତାଙ୍କ ସହ ନିଜ ସମ୍ପର୍କର ଦ ଏଣ୍ଡ କରିଥିଲେ । ୨୦୦୬ରେ ସେ ବ୍ୟବସାୟୀ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ ।ହେଲେ ଅଧିକ ଦିନ ତିଷ୍ଠିପାରିନଥିଲା ଏହି ସମ୍ପର୍କ । ୨୦୨୧ରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଥିଲେ ସେ ନିଜ ଲାଇଫ୍ ରେ ଖୁସିରେ ନାହଁନ୍ତି ତାଙ୍କ ସହ ଯାହାସବୁ ଘଟିଥିଲା ସେଥି ପାଇଁ ତାଙ୍କ କ୍ୟାରିୟର ଉପରେ ମଧ୍ୟ ପ୍ରଭାବ ପଡିଥିଲା । ନିଜ ବିବାହ ଏବଂ ଦୁଇଟି ଗର୍ଭପାତ ବିଷୟରେ ମଧ୍ୟ କହିଥିଲେ । ୨୦୦୬ରେ, ମହିମା ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ ୨୦୧୩ରେ ଏହି ଦମ୍ପତ୍ତି ଛାଡପତ୍ର ଘୋଷଣା କରିଥିଲେ । ମହିମା ଚୌଧୁରୀ କହିଥିଲେ ଏସବୁ ପାଇଁ ମୁଁ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛି । ଜଣେ ସିଙ୍ଗଲ ମଦର ହେବା ବହୁତ କଷ୍ଟ । ଏହା ମୋ କ୍ୟାରିୟର ଉପରେ ବି ବେଶ୍ ପ୍ରଭାବ ପକାଇଥିଲା । ହେଲେ ଏତିକିରେ ସରିନଥିଲା ଅଭିନେତ୍ରୀଙ୍କ ସଂଘର୍ଷ ୨୦୨୨ରେ ସେ କ୍ୟାନସରରେ ପୀଡିତ ହୋଇଥିଲେ । ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି ।












Click it and Unblock the Notifications