ମହେଶ ଭଟ୍ଟଙ୍କ ସଂଘର୍ଷର କାହାଣୀ, ସେକ୍ରେଟେରି ଭାବେ ଆରମ୍ଭ କରିଥିଲେ କାମ

ମହେଶ ଭଟ୍ଟଙ୍କ ସଂଘର୍ଷର କାହାଣୀ, ସେକ୍ରେଟେରି ଭାବେ ଆରମ୍ଭ କରିଥିଲେ କାମ

ମୁମ୍ବାଇ: ସିନେମା ଜଗତକୁ ମହେଶ ଭଟ୍ଟ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ଆଜି ମହେଶ ଭଟ୍ଟ ନିଜ ୭୪ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କର ସଂଘର୍ଷର କାହାଣୀ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ୨୦ ସେପ୍ଟେମ୍ବର ୧୯୪୮ରେ ସେ ଜନ୍ମଗ୍ରହଣ କରିଥିଲେ । ମହେଶ ଭଟ୍ଟ ଆରମ୍ଭରୁ ହିଁ ଟଙ୍କା ରୋଜଗାର କରିବାକୁ
ଭଲ ପାଉଥିଲେ । ସେଥିପାଇଁ ସେ କୌଣସି କାମକୁ ଛୋଟ ମନେ କରୁନଥିଲେ । ଏହି କାରଣରୁ ସେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଂଘର୍ଷ କରୁଥିଲେ, ସେତେବେଳେ ଜଣେ ସେକ୍ରେଟେରି ଭାବେ ସେ କାମ ଆରମ୍ଭ କରିଥିଲେ । ଆସନ୍ତୁ ଜାଣିବା କେତେବେଳେ ଏବଂ କାହାର ସେକ୍ରେଟେରି ଥିଲେ ମହେଶ ଭଟ୍ଟ ।

Mahesh Bhatt

କେବେ ଥିଲେ ସେକ୍ରେଟେରି
ନିଜ କ୍ୟାରିୟର ଆରମ୍ଭରୁ ସେ ବଲିଉଡରେ ନିଜ ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିଲେ, ସେତେବେଳେ ତାଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ନିଜ ଲକ୍ଷ ସ୍ଥଳରେ ପହଁଚିବା ପାଇଁ ସେକ୍ରେଟେରି ଭାବେ କାମ କରିବା ପାଇଁ ମଧ୍ୟ ପଡିଥିଲା ଆଉ ଯାହାକୁ ବେଶ୍ ପଜେଟିଭ୍ ଭାବେ ଗ୍ରହଣ କରିଥିଲେ ମହେଶ । ମହେଶ ଭଟ୍ଟ ଅଭିନେତା ବିନୋଦ ଖାନ୍ନାଙ୍କ ସେକ୍ରେଟେରି ଭାବରେ କିଛି ସମୟ କାମ କରିଥିଲେ । ଏହା ପରେ ସେ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ସେକ୍ରେଟେରି ମଧ୍ୟ ଥିଲେ ।

 Bollywood
ଚଳଚ୍ଚିତ୍ରରେ କେବେ ଦେଇଥିଲେ ପାଦ
୨୬ ବର୍ଷ ବୟସରେ ମହେଶ ଭଟ୍ଟ ଫିଲ୍ମ 'Manzilein Aur Bhi Hain'ଜରିଆରେ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ । ଯାହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହଁନ୍ତି । ମହେଶ ଭଟ୍ଟ ସାରାଶଂ, ଅର୍ଥ, ନାମ, ଆଶିକି, ଭଳି ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏହା ଛଡା ସେ ରାଜ୍, ଦୁଷ୍ମନ ଏବଂ ଫୁଟପାଥ ଭଳି ଅନେକ ଚଳଚ୍ଚିତ୍ରର କହାଣୀ ମଧ୍ୟ ଲେଖିଛନ୍ତି ।

ଆଜି ମହେଶ ଭଟ୍ଟ ବଲିଉଡର ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଜଣେ । ତାଙ୍କର ବିଶେଷ ନାମକ ଏକ ପ୍ରଡକ୍ସନ୍ ହାଉସ ମଧ୍ୟ ଅଛି । ଆଜିକାଲି ସେ ନିଜ ଆଗାମୀ ଚଳଚ୍ଚିତ୍ର ପାଇଁ ବ୍ୟସ୍ତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+