ମା'ଙ୍କ ପରେ ଏବେ ପିତାଙ୍କୁ ହରାଇଲେ ମହେଶ ବାବୁ, ୮୦ ବର୍ଷ ବୟସରେ ସୁପରଷ୍ଟାର କ୍ରିଷ୍ଣାଙ୍କ ପରଲୋକ
ମା'ଙ୍କ ପରେ ଏବେ ପିତାଙ୍କୁ ହରାଇଲେ ମହେଶ ବାବୁ
ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ପିତା ତଥା ଭେଟରାନ ଅଭିନେତା କ୍ରିଷ୍ଣା ଘଟାମାନେନିଙ୍କ (Krishna Ghattamnaneni) ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ହୃଦ୍ଘାତ ହେତୁ କ୍ରିଷ୍ଣାଙ୍କୁ ସୋମବାର ସକାଳେ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ, ହାର୍ଟ ଆଟାକ୍ ଆସିବା ପରେ ସେ ଚେତା ଶୂନ୍ୟ ହୋଇପଡିଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ନିକଟରେ ହିଁ ମହେଶ ବାବୁଙ୍କ ମା'ଙ୍କ ଦେହାନ୍ତ ହୋଇଥିଲା ।
తెలుగు సినీ పరిశ్రమలో మంచి మనిషిగా, నిర్మాతల హీరోగా, నటశేఖరుడిగా, సూపర్స్టార్ గా పిలిపించుకున్న నటులు, మాజీ ఎంపీ కృష్ణ గారి మరణం దిగ్భ్రాంతికి గురిచేసింది. నటుడిగా, దర్శకుడిగా, తెలుగు సినిమాకు తొలి సాంకేతికతను అద్దిన సాహసనిర్మాతగా కృష్ణగారిని చెప్పుకుంటారు.(1/2) pic.twitter.com/Yl6oZuJTaT
— N Chandrababu Naidu (@ncbn) November 15, 2022

ତେଲୁଗୁ ଇଣ୍ତଷ୍ଟ୍ରିର ଜଣେ ବଡ ଅଭିନେତା ଥିଲେ
ମହେଶ ବାବୁଙ୍କ ପିତା କ୍ରିଷ୍ଣା ତେଲୁଗୁ ସିନେମା ଇଣ୍ତଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ । ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ସେ ପ୍ରାୟ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । କୁଲା ଗୋଥ୍ରାଲୁ (1961), ପାଦଣ୍ତି ମୁନ୍ଦୁକୁ (1962), ଏବଂ ପରଭୁ ପ୍ରତିଷ୍ଠା (1963) ଭଳି ଚଳଚ୍ଚିତ୍ରରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ୧୯୬୫ରେ ମୁଖ୍ୟ ଅଭିନେତା ଭାବରେ 'ମାନସୁଲୁ' ଚଳଚ୍ଚିତ୍ରରେ କାମ କରିଥିଲେ । ପରେ କ୍ରିଷ୍ଣା ଜଣେ ଅଭିନେତା, ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ଭାବରେ ନିଜର ପରିଚୟ ସ୍ଥାପନ କରିଥିଲେ ଏବଂ ୧୧୬ଟି ସୁପରହିଟ୍ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।
This is Heart Breaking. Our SUPERSTAR KRISHNA Garu is no more.
— Nikhil Siddhartha (@actor_Nikhil) November 15, 2022
Legend 🙏🏽 Icon and Inspiration for Generations …. We will all Miss You sir .
Praying for strength to the family @ManjulaOfficial , @urstrulyMahesh sir. May god be with you in this Testing time. pic.twitter.com/gm9OlQQYsL
ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓ ମଧ୍ୟ ମହେଶ ବାବୁଙ୍କ ପିତା କ୍ରିଷ୍ଣା ଘଟାମୋନିଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି । ଭେଟେରାନ୍ ଅଭିନେତା କ୍ରିଷ୍ଣା ଘାଟାମୋନିଙ୍କ ମୃତ୍ୟୁକୁ ନେଇ ଆନ୍ଧ୍ରପ୍ରଦେଶର ସିଏମ ଜଗନ୍ ମୋହନ ରେଡ୍ଡୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ନିଧନରେ ପୁରା ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।ସୋସିଆଲ ମିଡିଆରେ ପ୍ରଶଂସକ ଏବଂ ସମସ୍ତ ସେଲିବ୍ରିଟି ତେଲୁଗୁ ସିନେମାର ଭେଟେରାନ ଷ୍ଟାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । କୃଷ୍ଣଙ୍କୁ ତେଲୁଗୁ ଫିଲ୍ମର ପ୍ରଥମ ସୁପରଷ୍ଟାର୍ ବୋଲି କୁହାଯାଇଛି । ୨୦୧୬ରେ ଆସିଥିବା ଫିଲ୍ମ ଶ୍ରୀ ଶ୍ରୀରେ ତାଙ୍କୁ ଶେଷଥର ପାଇଁ ବଡପରଦାରେ ଦେଖିବାକୁ ମିଳିଥିଲା ।
Deeply saddened on the passing of #KrishnaGaru a man who made a great mark as a #SuperStarKrishna . May his soul #RIPKrishnaGaru . My condolences to @urstrulyMahesh and family in these trying times🙏🙏🙏 pic.twitter.com/SZKWLoaHYF
— Radikaa Sarathkumar (@realradikaa) November 15, 2022












Click it and Unblock the Notifications