ମହେନ୍ଦ୍ର ସିଂ ଧୋନି କଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି, ରିଲିଜ୍ ହେଲା ଚଳଚ୍ଚିତ୍ରର ମୋସନ୍ ପୋଷ୍ଟର
ମହେନ୍ଦ୍ର ସିଂ ଧୋନି କଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି, ରିଲିଜ୍ ହେଲା ଚଳଚ୍ଚିତ୍ରର ମୋସନ୍ ପୋଷ୍ଟର

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି । ବର୍ତ୍ତମାନ ସେ ପ୍ରଡ୍ୟୁସର ଭୂମିକାରେ ଆସିବେ ନଜର । ଏହା ସହିତ ମହେନ୍ଦ୍ର ସିଂ ଧୋନି ତାଙ୍କ ପ୍ରଡକ୍ସନ୍ ହାଉସ୍ ଧୋନି ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ୍ ଅଧୀନରେ LGM -LetsGetMarried! ନାମକ ପ୍ରଥମ ଚଳଚ୍ଚିତ୍ର ଘୋଷଣା କରିସାରିଛନ୍ତି । ଏହା ଏକ ତାମିଲ ଚଳଚ୍ଚିତ୍ର, ଯାହା ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ରିଲିଜ୍ ହେବା ପାଇଁ ଯାଉଛି ।
ଧୋନିଙ୍କ ପ୍ରଥମ ଚଳଚ୍ଚିତ୍ରର ଟାଇଟଲ୍ ଲୁକ୍ ପୋଷ୍ଟର ହେଲେ ରିଲିଜ୍
ଧୋନି ଏଣ୍ଟରଟେନମେଣ୍ଟ୍ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ଟାଇଟଲ୍ ଲୁକ୍ ମୋସନ୍ ପୋଷ୍ଟର ରିଲିଜ୍ କରାଯାଇଛି । ଫିଲ୍ମର ଟାଇଟଲ୍ ଘୋଷଣା କରାଯିବା ସହ ଫିଲ୍ମର ଷ୍ଟାରକାଷ୍ଟଙ୍କ ନାଁ ମଧ୍ୟ ପ୍ରକାଶ ପାଇଛି । ଏହି ଚଳଚ୍ଚିତ୍ରରେ ହରିଶ କଲ୍ୟାଣ, ଇଭାନା, ନାଦିଆ ଏବଂ ଯୋଗୀ ବାବୁଙ୍କ ଭଳି ଷ୍ଟାରମାନେ ନଜର ଆସିବେ ।
ଚଳଚ୍ଚିତ୍ରର ଟାଇଟଲ୍ ଲୁକ୍ ମୋସନ୍ ପୋଷ୍ଟର ଆନିମେସନ୍ ଫର୍ମାଟରେ ତିଆରି କରାଯାଇଛି, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି । ଚଳଚ୍ଚିତ୍ର LGM - LetsGetMarried!ଜରିଆରେ ରମେଶ ଥମିଲମଣି ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେହିପିର ଧୋନୀଙ୍କ ପତ୍ନୀ ପ୍ରଡକ୍ସନ୍ ହାଉସର ପରିଚାଳନା ନିର୍ଦ୍ଦେଶକର ଦାଇତ୍ୱରେ ରହିବେ ।
We're super excited to share, Dhoni Entertainment's first production titled #LGM - #LetsGetMarried!
Title look motion poster out now! @msdhoni @SaakshiSRawat @iamharishkalyan @i__ivana_ @HasijaVikas @Ramesharchi @o_viswajith @PradeepERagav pic.twitter.com/uG43T0dIfl
— Dhoni Entertainment Pvt Ltd (@DhoniLtd) January 27, 2023
ମହେନ୍ଦ୍ର ସିଂ ଧୋନିଙ୍କର ଏହି ଫିଲ୍ମରେ ଇଭାନା ମହିଳା ଲିଡ ରୋଲରେ ନଜର ଆସିବେ। ସୂଚନା ଅନୁସାରେ ଧୋନୀଙ୍କର ଏହି ଫିଲ୍ମ ଖୁବ୍ କମ ବଜେଟରେ ନିର୍ମାଣ କରାଯାଉଛି । ସୂଚନାଥାଉ ଯେ, ମହେନ୍ଦ୍ର ସିଂ ଧୋନି ହେଉଛନ୍ତି ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ। ୨୦୨୩ରେ ସେ ଆଇପିଏଲରୁ ଅବସର ନେଇପାରନ୍ତି ।












Click it and Unblock the Notifications