ସତ ହେଲା କଣ୍ଟ୍ରୋଭର୍ସି କ୍ବିନଙ୍କ ଭବିଷ୍ୟବାଣୀ
ସତ ହେଲା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଭବିଷ୍ୟବାଣୀ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦେଇଥିବା ଅଭିଶାପ ସତ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଯୋଗୁଁ ଟଳମଳ ହୋଇଛି ଠାକରେଙ୍କ ଆସନ ।
ମୁମ୍ବାଇ: ସତ ହେଲା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଭବିଷ୍ୟବାଣୀ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦେଇଥିବା ଅଭିଶାପ ସତ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଯୋଗୁଁ ଟଳମଳ ହୋଇଛି ଠାକରେଙ୍କ ଆସନ ।

ମୁଖ୍ୟମନ୍ତ୍ରୀ ନିବାସରୁ ଜିନିଷ ନେଇ ନିଜ ଘରେ ପହଞ୍ଚିଛନ୍ତି ଠାକରେ । ଏଭଳି ସ୍ଥିତିରେ ସୋସିଆଲ ମିଡ଼ିଆରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବୟାନ ବେଶୀ ଭାଇରାଲ ହେବାରେ ଲାଗିଛି । ଏପରି କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଉପରେ ଜଣେ ନାରୀର ଅଭିଶାପ ଭାରି ପଡ଼ିଛି ।
କଙ୍ଗନାଙ୍କ ମୁମ୍ବାଇସ୍ଥିତ ବାସଭବନ ବିଏମସି ପକ୍ଷରୁ ଭଙ୍ଗାଯିବା ପରେ କଙ୍ଗନା ଠାକରେ ଉଦ୍ଦେଶ୍ୟରେ କହିଥିଲେ,' ଆଜ୍ ମେରା ଘର ଟୁଟା ହୈ, କଲ୍ ତେରା ଘମଣ୍ଡ ଟୁଟେଗା' ଅର୍ଥାତ ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଅହଂକାର ଭାଙ୍ଗିବ। ତେବେ କଙ୍ଗନାଙ୍କ ଏଭଳି ବାଣୀ ଆଜି ସତ୍ୟ ହେବାକୁ ନେଇ ଚର୍ଚ୍ଚା ହେଉଛି ।
More From












Click it and Unblock the Notifications