Get Updates
Get notified of breaking news, exclusive insights, and must-see stories!

ପୁଣି ଏକାଠି ଫିଲ୍ମ କରିବେ କି କରିସ୍ମା-ମାଧୁରୀ ! ଏପରି ଭିଡିଓ ହେଲା ଭାଇରାଲ

ମୁମ୍ବାଇ: 90 ଦଶକର ସୁପରହିଟ୍ ଯୋଡି କରିସ୍ମା କପୁର ଏବଂ ମାଧୁରୀ ଦୀକ୍ଷିତ । ଉଭୟଙ୍କ ପ୍ରଶଂସକଙ୍କ ସଂଖ୍ୟା ଖୁବ ଅଧିକ । ଅଭିନୟ ବ୍ୟତୀତ ଉଭୟ ନିଜର ସୁନ୍ଦର ଡ୍ୟାନ୍ସ ପାଇଁ ଫ୍ୟାନ୍ସଙ୍କ ମନ ଜିଣିଥାନ୍ତି । ଆଜି ବି ପ୍ରଶଂସକମାନେ ଏହି ଯୋଡିକୁ ପରଦାରେ ଦେଖିବାକୁ ଚାହାଁନ୍ତି ।

ବର୍ତ୍ତମାନ କରିସ୍ମା କପୁର ଏବଂ ମାଧୁରୀ ଦୀକ୍ଷିତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଫ୍ୟାନ୍ସଙ୍କର ବହୁ ସଂଖ୍ୟାରେ ଲାଇକ୍ କମେଣ୍ଟ ଦେଖିବା ପାଇଁ ମିଳୁଛି । ଏହା ସହ ଦୀର୍ଘ ଦିନ ପରେ ଉଭୟଙ୍କୁ ଏକାଠି ଦେଖି ଖୁବ ଉତ୍ସାହିତ ଅଛନ୍ତି ଲୋକେ ।

 Madhuri Dixit

କରିସ୍ମା କପୁର ସେୟାର କରିଥିବା ଭିଡିଓରେ ସେ ମାଧୁରୀଙ୍କ ସହ ଠୁକମା ଲଗାଉଥିବାର ଦେଖିବା ପାଇଁ ମିଳୁଛନ୍ତି । ଦୁଇ ଅଭିନେତ୍ରୀ ଖୁବ ସୁନ୍ଦର ଓ ଖୁସ ନଜର ଆସୁଛନ୍ତି । ଉଭୟ ଅଭିନେତ୍ରୀ ରଣବୀର କପୁରଙ୍କ ଫିଲ୍ମ 'ୟେ ଜୱାନୀ ହେ ଦେୱାନୀର' ବଲମ ପିଚକାରୀ' ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଭିଡିଓ ସେୟାର କରି କରିସ୍ମା କ୍ୟାପସନ ଲେଖିଛନ୍ତି, 'ENY ର ବନ୍ଧୁତା ପାଇଁ ଡ୍ୟାନ୍ସ ।


ଦୁଇ ଅଭିନେତ୍ରୀଙ୍କ ଡ୍ୟାନ୍ସ ଦେଖି ଫ୍ୟାନ୍ସ 'ଦିଲ ତୋ ପାଗଲ ହୈ'ଗୀତକୁ ମନେ ପକାଇଛନ୍ତି । ଏଥିସହିତ କିଛି ପ୍ରଶଂସକ ଏଥିରେ ଶାହାରୁଖ ଖାନଙ୍କୁ ମିସ୍ କରୁଛନ୍ତି ବୋଲି ମଧ୍ୟ କମେଣ୍ଟ କରି ଜଣାଇଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମାଧୁରୀ ଦୀକ୍ଷିତ, କରିସ୍ମା କପୁର ଏବଂ ଶାହରୁଖ ଖାନଙ୍କୁ ଫିଲ୍ମ 'ଦିଲ ତୋ ପାଗଲ ହୈ'ଏକାଠି ଦେଖିବା ପାଇଁ ମିଳିଥିଲା । ଯେଉଁଥିରେ ସମସ୍ତଙ୍କ ଜବରଦସ୍ତ ଅଭିନୟ ଆଜିବି ପ୍ରଶଂସକଙ୍କ ମନରେ ରାଜ୍ କରୁଛି । ସେତେବେଳେ ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଥିଲା ​​। ବର୍ତ୍ତମାନ ଦୁଇ ଅଭିନେତ୍ରୀଙ୍କ ଏହି ଡ୍ୟାନ୍ସ ଭିଡିଓ ପୁଣି ଅତୀତର ଶ୍ରୃତିକୁ ତାଜା କରିଦେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+