'ଭାରତୀୟ ସିନେମାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି' ପାଇଁ ୫୪ତମ ଆଇଏଫ୍ଏଫ୍ଆଇରେ ସମ୍ମାନିତ ହେଲେ ମାଧୁରୀ ଦୀକ୍ଷିତ

ସୁପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ସମ୍ମାନ ପ୍ରଦାନ ସ୍ବରୂପ ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ 'ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି' ପାଇଁ ପୁରସ୍କୃତ କରାଯାଇଛି । ୪ ଦଶନ୍ଧିର ଚମତ୍କାର କ୍ୟାରିୟର ସହ ମାଧୁରୀ ଦୀକ୍ଷିତ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏବଂ ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ଆଜି ଗୋଆର ପାନାଜୀଠାରେ ଆୟୋଜିତ ୫୪ତମ ଆଇଏଫ୍ଏଫ୍ଆଇର ଉଦଘାଟନୀ ସମାରୋହରେ ଏହି ପୁରସ୍କାର ଘୋଷଣା କରିଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ଦୀର୍ଘ ଦିନ ଧରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା, ମାଧୁରୀ ଦୀକ୍ଷିତ ଅସାଧାରଣ ଦକ୍ଷତା ବଳରେ ଚାରି ଦଶନ୍ଧି ଧରି ଅତୁଳନୀୟ ପ୍ରତିଭା ସହିତ ଆମ ପରଦାର ଶୋଭା ବଢାଇ‌ ଆସିଛନ୍ତି ।"

Madhuri Dixit

ବିବିଧ ଚରିତ୍ରକୁ ଜୀବନ୍ତ କରିବାର ତାଙ୍କର ଦକ୍ଷତା ପିଢୀ ପରେ ପିଢୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି। ମାଧୁରୀ ଦୀକ୍ଷିତଙ୍କ ଅସାଧାରଣ ସଫଳତା ଏବଂ ଭାରତୀୟ ସିନେମାରେ ତାଙ୍କର ସ୍ଥାୟୀ ପ୍ରଭାବର ପ୍ରମାଣ ହେଉଛି 'ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପୁରସ୍କାର'। ୧୯୮୦, ୧୯୯୦ ଏବଂ ୨୦୦୦ ଦଶକର ପ୍ରାରମ୍ଭରେ ହିନ୍ଦୀ ଚଳଚ୍ଚିତ୍ରର ଅଗ୍ରଣୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ୬ଟି ଫିଲ୍ମଫେୟାର ପୁରସ୍କାର ପାଇଥିଲେ ଏବଂ ରେକର୍ଡ ୧୪ ଥର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ମାଧୁରୀ ଦୀକ୍ଷିତ 'ଅବୋଧ' (୧୯୮୪)ରୁ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ତେଜାବ (୧୯୮୮) ଜରିଆରେ ବ୍ୟାପକ ଲୋକପ୍ରିୟତା ହାସଲ କରିଥିଲେ । ୨୦୧୪ରେ ତାଙ୍କୁ ଭାରତରେ ୟୁନିସେଫର ସଦଭାବନା ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+