For Quick Alerts
Turn On Notification  
For Daily Alerts
Oneindia App Download

55ତମ ଜନ୍ମଦିନ ପାଳୁଛନ୍ତି ମାଧୁରୀ ଦୀକ୍ଷିତ

55ତମ ବର୍ଷରେ ପାଦ ଦେଲେ ବଲିଉଡ ବିୟୁଟି ମାଧୁରୀ ଦୀକ୍ଷିତ। ନିଜର କିଲର ସ୍ମାଇଲରେ ଦର୍ଶକଙ୍କୁ ମତୁଆଲା କରନ୍ତି ଏହି ଅଭନେତ୍ରୀ ।

|

ମୁମ୍ବାଇ: 55ତମ ବର୍ଷରେ ପାଦ ଦେଲେ ବଲିଉଡ ବିୟୁଟି ମାଧୁରୀ ଦୀକ୍ଷିତ। ନିଜର କିଲର ସ୍ମାଇଲରେ ଦର୍ଶକଙ୍କୁ ମତୁଆଲା କରନ୍ତି ଏହି ଅଭନେତ୍ରୀ । ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ବଲିଉଡ ଅଭିନେତ୍ରୀ ଆଜି ବି ଚର୍ଚ୍ଚାରେ ।

madhuri dixit

ମାଧୁରୀ 15 ମଇ 1967 ରେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କଳାପ୍ରତି ତାଙ୍କର ଦୁର୍ବଳତା ତାଙ୍କୁ ଆଜି ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ କରେଇ ପାରିଛି । ତାଙ୍କ ନୃତ୍ୟ ଦକ୍ଷତା ସହିତ ପୁରା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ । ମାଧୁରୀ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ 1984 ରେ 'ଅବୋଧ' ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ । 80 ଦଶକରେ ସେ 'ତେଜାବ' (1988), 'ରାମ ଲଖନ' (1989) ଏବଂ 'ତ୍ରିଦେବ' (1989) ଆଦି ଚଳଚ୍ଚିତ୍ରରେ କାମ କରିଛନ୍ତି ।

Madhuri
80 ଦଶକରେ କିଛି ଚଳଚ୍ଚିତ୍ର ପରେ ସେ 1999 ମସିହାରେ ବିବାହ ପରେ,ପୁକାର (2000) ଏବଂ ଦେବଦାସ (2002) ଭଳି ହିଟ୍ ଫିଲ୍ମରେ କାମ କରିଥିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ 70 ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି ।

ମାଧୁରୀ ତାଙ୍କ ଦମଦାର ଅଭିନୟ ପାଇଁ 6 ଟି ଫିଲ୍ମଫେୟାର ପୁରସ୍କାର ନିଜ ନାଁରେ କରିଛନ୍ତି । 2012 ରେ ଫୋର୍ବସ୍ ଇଣ୍ଡିଆର ସେଲିବ୍ରିଟି 100 ତାଲିକାରେ ଦୀକ୍ଷିତ ସାମିଲ ଥିଲା ତାଙ୍କର ନାମ । କେବଳ ସିନେମା ନୁହେଁ ୱେବ ସିରିଜରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ସେ । ନିକଟରେ ୱେବ୍ ସିରିଜ୍ 'ଦ ଫେମ୍ ଗେମ୍'ରେ ନଜର ଆସିଥିଲେ ମାଧୁରୀ​।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bollywood beauty Madhuri dixit celebrates her 55th Birthday. She is popular for her dance and Acting.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X