ଖାଲି ଆଖିରେ ଦେଖି ପାରିବେ କି ଆଜିର ଚନ୍ଦ୍ରଗ୍ରହଣ !
lunar eclipse 2023: ଆଜି ଅର୍ଥାତ୍ ଅକ୍ଟୋବର ୨୮ ତାରିଖରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଛି । ଏହା ଏକ ଆଂଶିକ ଚନ୍ଦ୍ରଗ୍ରହଣ । ଯାହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ । ଭାରତରେ ଚନ୍ଦ୍ରଗ୍ରହଣର ସୂତାକ ଅବଧି ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ନ ୨.୫୨ରେ ଆରମ୍ଭ ହୋଇଛି ।
ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଅଶୁଭ ବୋଲି ବିବେଚନା କରାଯାଏ ହେଲେ ବିଜ୍ଞାନରେ ଏହା ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା । କୁହାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ପୂଜା କରାଯିବା ଉଚିତ୍ ନୁହେଁ ଏବଂ ଗ୍ରହଣ ଲାଗିବା ସମୟରେ ଚନ୍ଦ୍ରକୁ ଖାଲି ଆଖିରେ ଦେଖିବା ଉଚିତ୍ ନୁହେଁ ।

ଚନ୍ଦ୍ରଗ୍ରହଣ ବିଷୟରେ ଅନେକ ପ୍ରକାରର ପୌରାଣିକ ତଥ୍ୟ ରହିଛି । ଆଜି ମଧ୍ୟ ଲୋକଙ୍କ ମନରେ ଏକ ଭୟ ରହିଛି ଯେ ଖାଲି ଆଖିରେ ଗ୍ରହଣ ଲାଗିଥିବା ସମୟରେ ଚନ୍ଦ୍ରକୁ ଦେଖିବା ଦ୍ୱାରା ଆଖି ଖରାପ ହୋଇଥାଏ । ସେହିପରି ଧାର୍ମିକ ବିଶ୍ୱାସ ଅଛି ଯେ ଚନ୍ଦ୍ରଗ୍ରହଣ ସମୟରେ ନକାରାତ୍ମକ ଶକ୍ତି ସକ୍ରିୟ ରହିଥାଏ, ନେଗେଟିଭିଟିର ଅଧିକ ପ୍ରଭାବ ରହିଥାଏ ଯାହା ବ୍ୟକ୍ତିଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଏହି ସମୟ ମଧ୍ୟରେ ଚନ୍ଦ୍ରକୁ ଦେଖିବା, ଘରୁ ବାହାରକୁ ଯିବା, ଖାଦ୍ୟ ଖାଇବା ନିଷେଧ କରାଯାଏ ।
ସୂର୍ଯ୍ୟ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଏକ ସରଳ ରେଖା ସୃଷ୍ଟି ହେବା ବେଳେ ଯେତେବେଳେ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡେ, ସେହି ସମୟରେ ସମ୍ପୂର୍ଣ ଅଥବା ଆଂଶିକ ଭାବରେ ଚନ୍ଦ୍ର ଗ୍ରହଣ ହୋଇଥାଏ। ସ୍ଥଳ ବିଶେଷରେ ଏହା ସମ୍ପୂର୍ଣ ଗ୍ରହଣ ଅଥବା ଆଂଶିକ ହୋଇଥାଏ। ତେବେ ଆଜିର ଗ୍ରହଣ କିଛିଟା ସ୍ଵତନ୍ତ୍ର ଅଟେ। ପୃଥିବୀର ଛାୟା ସିଧାସଳଖ ଚନ୍ଦ୍ର ଉପରେ ନପଡି ଏହାର ଛାୟାର ବାହ୍ୟ ଅଂଶ ଅର୍ଥାତ, ଛାୟାର ବଳୟ ଚନ୍ଦ୍ର ଉପରେ ପଡିବ। ଫଳରେ ଗ୍ରହଣ ଲାଗିବା ଭଳି ଜଣା ପଡିବ ନାହିଁ କିନ୍ତୁ ଚନ୍ଦ୍ରର ଆଲୋକ ଏଥିରେ ପ୍ରଭାବିତ ହେବ।
ବିଜ୍ଞାନରେ ଚନ୍ଦ୍ରଗ୍ରହଣକୁ ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା ଭାବରେ ବର୍ଣ୍ଣନା କରାଯାଇଛି । ଯେତେବେଳେ ପୃଥିବୀର ଛାୟା ଚନ୍ଦ୍ରର କିଛି ଅଂଶରେ ପଡେ, ଆଂଶିକ ଚନ୍ଦ୍ରଗ୍ରହଣ ହୁଏ । ପୂର୍ଣ୍ଣିମା ଦିନ, ଚନ୍ଦ୍ର ସାଧାରଣ ଠାରୁ ସାମାନ୍ୟ ବଡ ଦେଖାଯିବ କିନ୍ତୁ ଚନ୍ଦ୍ରଗ୍ରହଣର ପ୍ରଭାବରେ ଅଧା ହାଲୁକା ଲାଲ ଦେଖାଯାଇଥାଏ । ଚନ୍ଦ୍ରଗ୍ରହଣ ସମୟରେ ଏହାକୁ ସିଧାସଳଖ ନ ଦେଖିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ଆପଣ ଖାଲି ଆଖିରେ ଚନ୍ଦ୍ରଗ୍ରହଣ ଦେଖିବାର ଯୋଜନା ରଖିଛନ୍ତି । ତେବେ ଆଖିର ସୁରକ୍ଷା ପାଇଁ ଚଷମା ସର୍ବଦା ବ୍ୟବହାର କରନ୍ତୁ । ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ଆପଣଙ୍କୁ କୌଣସି ବିଶେଷ ଉପକରଣର ଆବଶ୍ୟକତା ନାହିଁ । ବାଇନୋକୁଲାର କିମ୍ବା ଟେଲିସ୍କୋପ ଦ୍ବାରା ମହାଜାଗତିକ ଦୃଶ୍ୟକୁ ସ୍ପଷ୍ଟ ଭାବେ ଦେଖି ପାରିବେ ।
ସୂଚନାଥାଉ ଯେ, ଆଜି ରାତି 1 ଟା 4 ମିନିଟ୍ 55 ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରି ରାତି 2 ଟା 24 ମିନିଟ୍ 2 ସେକେଣ୍ଡରେ ଗ୍ରହଣ ଛାଡ଼ିବ । 1 ଘଣ୍ଟା 19 ମିନିଟ୍ 7 ସେକେଣ୍ଡ ପର୍ଯ୍ୟନ୍ତ ଗ୍ରହଣ ଲାଗିବ । ଗ୍ରହଣ ସ୍ପର୍ଶର 9 ଘଣ୍ଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ରହିଛି । ପାକତ୍ୟାଗ ଅପରାହ୍ନ 4 ଟା 4ମିନିଟ୍ 55 ସେକେଣ୍ଡରୁ ଆରମ୍ଭ ହୋଇ ରାତି 2 ଟା 24 ମିନିଟ୍ 2 ସେକେଣ୍ଡ ପର୍ଯ୍ୟନ୍ତ ରହିବ ।












Click it and Unblock the Notifications