Get Updates
Get notified of breaking news, exclusive insights, and must-see stories!

ଲୋକସଭା ନିର୍ବାଚନ ୨୦୨୪: ଭୋଟ୍ ଦେଲେ ଶାହାରୁଖ ଖାନ, ସାଥିରେ ନଜର ଆସିଲା ପୁରା ପରିବାର

Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪, ଆଜି ସାରା ଦେଶରେ ଜାରି ରହିଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଭୋଟ ଦେବା ପାଇଁ ପୁରା ପରିବାର ସହ ପହଞ୍ଚିଛନ୍ତି କିଙ୍ଗ୍ ଖାନ । ସୁପରଷ୍ଟାର ତାଙ୍କ ପତ୍ନୀ ଗୌରୀ ଖାନ, ଝିଅ ସୁହାନା ଖାନ ଏବଂ ପୁଅ ଆର୍ଯ୍ୟନ ଖାନଙ୍କ ସହ ମତଦାନ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି । ଏହି ସମୟରେ ତାଙ୍କ ସାନ ପୁଅ ଅବରାମ ମଧ୍ୟ ତାଙ୍କ ସହ ନଜର ଆସିଥିଲେ।

ଶାହାରୁଖ ଖାନ ନୀଳ ରଙ୍ଗର ଡେନିମ୍, କଳା ଚଷମା ସହିତ କଳା ଟି-ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ । ଗତକାଲି ଶାହାରୁଖ ଭୋଟ୍ ଦେବା ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅପିଲ୍ କରିଥିଲେ । ସେହିପରି ଅଭିନେତା ରଣଭୀର ସିଂ ଏବଂ ପତ୍ନୀ ଦୀପିକା ପାଦୁକୋଣଙ୍କ ମତଦାନ କରିଛନ୍ତି ।

shah rukh khan

ଖାସ କଥା ହେଲା ଦୀପିକା ପାଦୁକୋଣ ଗର୍ଭବତୀ ଅଛନ୍ତି ହେଲେ ବି ସେ ନିଜ କର୍ତ୍ତବ୍ୟ ଭୁଲି ନାହାଁନ୍ତି ଏବଂ ଭୋଟ ଦେବା ପାଇଁ ପହଞ୍ଚଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଦୀପିକା ଏବଂ ରଣଭୀର ସିଂଙ୍କୁ ଧଳା ସାର୍ଟ ଏବଂ ଡେନିମରେ ଦେଖିବାକୁ ମିଳିଥିଲା।

ସେହିପରି କରୀନା କପୁର ଖାନ ଏବଂ ସୈଫ ଅଲ୍ଲୀ ଖାନ ମଧ୍ୟ ଭୋଟ ଦେଇଛନ୍ତି । ଅକ୍ଷୟ କୁମାର ଜାହ୍ନବୀ କପୁର, ଇଶାନ ଖଟ୍ଟର, ସାନିଆ ମଲହୋତ୍ରା, ବରୁଣ ଧୱନ, କ୍ରିତି ସେନ୍, ଗହର ଖାନ ପରି ଅନେକ ବଲିଉଡ କଳାକାରଙ୍କୁ ମଧ୍ୟ ମତଦାନ କେନ୍ଦ୍ର ବାହାରେ ଦେଖିବା ପାଇଁ ମିଳିଥି । ସମସ୍ତେ ପରିବାର ସହ ନିଜ ମତସାବ୍ୟସ୍ତ କରିବା ପାଇଁ ପହଞ୍ଚିଛନ୍ତି ।

ସୂଚନାଥାଉ ଯେ, ଆଜି ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ମତଦାନ । ୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ନିର୍ବାଚନମଣ୍ଡଳୀରେ ମତଦାନ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+