Lok Sabha Election 2024: ଲୋକସଭା ନିର୍ବାଚନ ଲଢିବେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ !
Lok Sabha Election 2024: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ନାଁ ଦେଶର ସବୁଠାରୁ ବଡ ଟିକସଦାତାଙ୍କ ମଧ୍ୟରେ ସାମିଲ ଅଛି । ସେହିପରି ରାଜନୀତି ସହ ତାଙ୍କ ପରିବାରର ରହିଛି ପୁରୁଣା ସମ୍ପର୍କ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଚର୍ଚ୍ଚା ହେଉଛି ସେ ଏଥର ନିର୍ବାଚନ ଲଢିପାରନ୍ତି । କୁହାଯାଉଛି ଯେ, କଂଗ୍ରେସ ତାଙ୍କୁ ହରିୟାଣାର କର୍ଣ୍ଣଲ ଆସନରୁ ଟିକେଟ ଦେଇପାରେ । ହେଲେ ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି ସଞ୍ଜୟ ଦତ୍ତ । ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସଞ୍ଜୟ ଦତ୍ତଙ୍କ ମୋଟ ସମ୍ପତ୍ତି 300 କୋଟିରୁ ଅଧିକ । ତାଙ୍କ ପିତା ଏବଂ ଭଉଣୀ ରାଜନୀତିରେ ସକ୍ରିୟ ଥିଲେ । ହେଲେ ବର୍ତ୍ତମାନ ସଞ୍ଜୟଙ୍କର ଏପରି କିଛି ଯୋଜନା ନାହିଁ ବୋଲି ସେ କହିଛନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ହରିୟାଣାର କର୍ଣ୍ଣଲ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ଦଳ ଏହି ଆସନରୁ ସଞ୍ଜଜୟ ଦତ୍ତଙ୍କୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା ।

ହେଲେ ସଞ୍ଜୟ ଦତ୍ତ ଏହି ଖବରକୁ ନେଇ ସ୍ପଷ୍ଚ ସୂଚନା ଦେଇ କହିଛନ୍ତି,'ମୁଁ ରାଜନୀତିରେ ଯୋଗଦେବା ବିଷୟରେ ସମସ୍ତ ଗୁଜବକୁ ଶେଷ କରିବାକୁ ଚାହେଁ। ମୁଁ କୌଣସି ରାଜନୈତୀକ ଦଳରେ ଯୋଗ ଦେଉ ନାହିଁ ଏବଂ ନିର୍ବାଚନରେ ମଧ୍ୟ ଲଢିବି ନାହିଁ । ଯଦି ରାଜନୈତୀରେ ଏଣ୍ଟ୍ରି କରିବି ତେବେ ଏନେଇ ସର୍ବ ପ୍ରଥମେ ମୁଁ ଆପଣ ମାନଙ୍କୁ ସୂଚନା ଦେବି । ମୋତେ ନେଇ ସୃଷ୍ଟି ହୋଇଥିବା ମିଥ୍ୟା ଖବରକୁ ବିଶ୍ୱାସ କରନ୍ତୁ ନାହିଁ'।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରାଜନୀତି ସହିତ ସଞ୍ଜୟ ଦତ୍ତଙ୍କର ଏକ ଦୀର୍ଘଦିନର ସମ୍ପର୍କ ରହିଛି । ତାଙ୍କ ପିତା ମନମୋହନ ସରକାରରେ ମନ୍ତ୍ରୀ ଥିଲେ ଏବଂ ଭଉଣୀ ପ୍ରିୟା ଦତ୍ତ ମଧ୍ୟ ସାଂସଦ ଥିଲେ। ଅଭୟ ସିଂ ଚୌଟାଲାଙ୍କ ପାଇଁ ପ୍ରଚାର କରିବାକୁ ସଞ୍ଜୟ ଦତ୍ତ ନିଜେ ହରିୟାଣାକୁ ଅନେକ ଥର ଆସିଛନ୍ତି। ସଞ୍ଜୟ ଦତ୍ତଙ୍କ ପୈତୃକ ଘର ହରିୟାଣାର ଯମୁନାନଗରରେ ।
ରିପୋର୍ଟ ଅନୁଯାୟୀ, ସଞ୍ଜଜୟ ଦତ୍ତଙ୍କ ମୋଟ ସମ୍ପତ୍ତି 300 କୋଟିରୁ ଅଧିକ। ସେ ଦେଶର ବୃହତ୍ତମ ବ୍ୟକ୍ତିଗତ ଆୟକରଦାତାମାନଙ୍କ ମଧ୍ୟରେ ଜଣେ ।












Click it and Unblock the Notifications