Live Updates: ଲତା ଦିଦିଙ୍କ ଦେହାନ୍ତରେ ଦୁଇ ଦିନ ରାଷ୍ଟ୍ରୀୟ ଶୋକ, ଅର୍ଦ୍ଧନମିତ ହେବ ଜାତୀୟ ପତାକା
ପରଲୋକରେ ସ୍ୱର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ଆଖି ବୁଜିଲେ ଲତା ଦିଦି । ସାରା ଦେଶରେ ଶୋକର ଛାୟା । 'ଭାରତ ରତ୍ନ' ପୁରସ୍କାର ପ୍ରାପ୍ତ ଭେଟେରାନ ଗାୟକ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ମୁମ୍ବାଇ: ପରଲୋକରେ ସ୍ୱର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକର । ସ୍ଵରର ଝଙ୍କାର ତୋଳି ସମଗ୍ର ମାନବ ଜାତିକୁ ସ୍ନିଗ୍ଧ କରିଥିବା ଏହି ମହାନ ସଂଗୀତ ତପସ୍ଵିନୀ ଆଜି ଯାତ୍ରା କରିଛନ୍ତି ବ୍ରହ୍ମଲୋକକୁ । ୭୫ ବର୍ଷ କାଳ ନିଜ ସ୍ଵରରେ କୋଟି କୋଟି ହୃଦୟରେ ସ୍ଥାନ ପାଇଥିବା ସ୍ଵରର କିମ୍ବଦନ୍ତୀ ଲତା ମଙ୍ଗେସକର ଆଜି ୯୨ ବର୍ଷ ବୟସରେ ତ୍ୟାଗ କରିଛନ୍ତି ଶେଷ ନିଶ୍ଵାସ । କାଳର ଏହି ସନ୍ଦିକ୍ଷଣରେ ଯେତେବେଳେ ଲତାଙ୍କ ସାଧନ ଲେଲିହାନ ହୋଇ ପ୍ରଜ୍ଵଳିତ ହେଉଛି, ସେତେବେଳେ ଝୁରି ଉଠୁଛି କୋଟି ହୃଦୟ ତାଙ୍କ ବିରହରେ । ଶ୍ଵେତବସ୍ତ୍ର ଧାରଣ କରି ଶ୍ଵେତପଦ୍ମା ମା ସରସ୍ଵତୀଙ୍କ ସାକ୍ଷାତ ସ୍ୱରୂପ ଲତାଙ୍କ ବିୟୋଗରେ ମର୍ମାହତ ଆଜି ସମଗ୍ର ବିଶ୍ଵ।

ଲତା ମଙ୍ଗେସକରଙ୍କ ସହ ଜଡିତ ପ୍ରତ୍ୟେକ ଖବରର ଲାଇଭ୍ ଅପଡେଟ୍ ପାଇଁ ୱାନ ଇଣ୍ଡିଆ ଓଡିଆ ସହ ଯୋଡି ହୋଇ ରୁହନ୍ତୁ....
READ MORE















Click it and Unblock the Notifications