For Quick Alerts
Turn On Notification  
For Daily Alerts
Oneindia App Download

ଫେରି ପାରିଲେନି ତପୁ, ନଇଁଗଲା ସଞ୍ଜ

କରୋନାରୁ ସୁସ୍ଥ ହେଲା ପରେ ମଧ୍ୟ ଫୁସଫୁସ ସଂକ୍ରମିତ ହୋଇ ଯାଇଥିବାରୁ ବଞ୍ଚିବା କଷ୍ଟକର ହୋଇ ପଡିଥିଲା । ତେବେ ତପୁ ମିଶ୍ରଙ୍କ ନିଧନରେ ତାଙ୍କ ଫିଲ୍ମ ଓ ଅଲବମ ଯାତ୍ରକୁ ଟିକେ ମନେ ପକାଇବା ।

|

କିଛି ବାଟ ଚାଲି ପୁଣି... ଫେରିଯିବି ଭାବି ଥିଲି, ହେଲେ ସଞ୍ଜ ନଇଁ ଯିବ ଭାବି ନଥିଲି... ଓଡିଆ କଣ୍ଠଶିଳ୍ପୀ ସ୍ବର୍ଗତ ତପୁ ମିଶ୍ରଙ୍କ କଣ୍ଠରୁ ଏହି ହୃଦୟ ସ୍ପର୍ଶୀ ଗୀତଟି ଆଜି ତାଙ୍କର ପ୍ରତିଟି ପ୍ରଶଂସକଙ୍କ ମନକୁ ଆନ୍ଦୋଳିତ କରୁଛି । କାରଣ ଗତକାଲି ବିଳମ୍ବିତ ରାତି ସେ ତାଙ୍କ ପ୍ରଶଂସକମାନଙ୍କୁ ଅଲବିଦା କହି ଦେଇଛନ୍ତି ।

Tapu Mishra Songs

ଗୁମସୁମ ଗୁମସୁମ ଆଖି ତୋର ଖେଳେ ଲୁଚକାଳି... ବିଗତ କିଛି ଦିନ ଧରି ମହାମାରୀ କରୋନା ସହ ଏମିତି ଲୁଚକାଳି ଖେଳି ଶେଷରେ ହାରିଗଲେ ତପୁ । କରୋନାରୁ ସୁସ୍ଥ ହେଲା ପରେ ମଧ୍ୟ ଫୁସଫୁସ ସଂକ୍ରମିତ ହୋଇ ଯାଇଥିବାରୁ ବଞ୍ଚିବା କଷ୍ଟକର ହୋଇ ପଡିଥିଲା । ତେବେ ତପୁ ମିଶ୍ରଙ୍କ ନିଧନରେ ତାଙ୍କ ଫିଲ୍ମ ଓ ଅଲବମ ଯାତ୍ରକୁ ଟିକେ ମନେ ପକାଇବା ।

Tapu Mishra Songs

ଓଡିଆ ଅଲବମ ଇଣ୍ଡଷ୍ଟ୍ରୀରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ତପୁ ମିଶ୍ର ଶତାଧିକ ଓଡିଆ ଚଳଚିତ୍ର ଓ ଓଡିଆ ଆଲବମ ଗୀତରେ କଣ୍ଠଦାନ କରିଛନ୍ତି । ସେ ଗାଇଥିବା ପ୍ରତିଟି ଗୀତ ପ୍ରାୟତଃ ସୁପରହିଟ୍ ହୋଇଛି । ଏହାଛଡ଼ା ତପୁ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଭଏସ୍ ଅଫ୍ ଓଡ଼ିଶାରେ ମଧ୍ୟ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ଯେଉଁଥିରେ ତାଙ୍କ ସହ ଗୁଡ୍‌ଲି ରଥ ଏବଂ ପମି ଅନ୍ୟ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତେବେ ନିମ୍ନରେ ତପୁ ମିଶ୍ର କଣ୍ଠଦାନ କରିଥିବା କିଛି ସୁପରହିଟ ଓଡିଆ ଚଳଚିତ୍ରର ତାଲିକା-

  • ଚକ୍‌ଲେଟ୍‌ (୨୦୧୧)
  • ମନ ମୋର ପ୍ରଜାପତି (୨୦୧୧)
  • ଲୋଫର୍ (୨୦୧୧)
  • ମୋଷ୍ଟ ୱାଣ୍ଟେଡ଼ (୨୦୧୧)
  • ତୁ ଥାଆ ମୁଁ ଯାଉଚି ରୁଷି (୨୦୧୦)
  • ଅଞ୍ଜଳି (୨୦୧୦)
  • ଓଁ ନମଃ ଶିବାୟ (୨୦୧୦)
  • ଏଇ ମିଳନ ଯୁଗ ଯୁଗର (୨୦୧୦)
  • ସ୍ୱୟଂସିଦ୍ଧା (୨୦୧୦)
  • ଭୁଲ୍ ବୁଝିବନି ମତେ (୨୦୧୦)
  • ପହିଲି ରଜ (୨୦୧୦)
  • ସଞ୍ଜୁ ଆଉ ସଞ୍ଜନା (୨୦୧୦)
  • ଦିଲ୍ ତ‌ତେ ଦେଇଛି (୨୦୧୦)
  • ତୋ' ଆଖିରେ ମୁଁ (୨୦୧୦)
  • ଶୁଭ ବିବାହ (୨୦୧୦)
  • ଆଖି ପଲକରେ ତୁ (୨୦୧୦)
  • ମିତରେ ମିତ (୨୦୦୯)
  • ଲଭ୍ ଡଟ୍ କମ୍ (୨୦୦୯)
  • କେଉଁ ଦୁନିଆରୁ ଆସିଲ ବନ୍ଧୁ (୨୦୦୯)
  • ରୋମିଓ- ଦ ଲଭର୍ ବୟ (୨୦୦୯)
  • ଆଇଲାରେ ଓଡ଼ିଆ ପୁଅ (୨୦୦୯)
  • ପ୍ରେମୀ ନଂ ୱାନ୍ (୨୦୦୯)
  • ଡ୍ରିମ୍ ଗାର୍ଲ (୨୦୦୯)
  • ଆ'ରେ ସାଥି ଆ (୨୦୦୯)
  • ଆ' ଜ‌ହ୍ନରେ ଲେଖିବା ନାଁ (୨୦୦୯)
  • ଧୀରେ ଧୀରେ ପ୍ରେମ ହେଲା (୨୦୦୯)
  • ପ୍ରେମ ରୋଗୀ (୨୦୦୯)
  • ନନ୍ଦିନୀ ଆଇ ଲଭ୍ ୟୁ (୨୦୦୮)
  • ମତେ ତ ଲଭ ହେଲାରେ (୨୦୦୮) (ସଙ୍ଗିତ ନିର୍ଦ୍ଦେଶନା)
  • କଳିଙ୍ଗ ପୁତ୍ର (୨୦୦୮)
  • ବନ୍ଦେ ଉତ୍କଳ ଜନନୀ (୨୦୦୮)
  • ମତେ ଆଣିଦେଲ ଲକ୍ଷେ ଫଗୁଣ (୨୦୦୮)
  • ବନ୍ଦେ ଉତ୍କଳ ଜନନୀ (୨୦୦୮)
  • ସମୟ ହାତରେ ଡୋରି (୨୦୦୭)
  • ଲାଲ ଟୁକ୍ ଟୁକ୍ ସାଧବବୋହୂ (୨୦୦୭)
  • ରସିକ ନାଗର (୨୦୦୭)
  • ଏ ଯୁଗର କୃଷ୍ଣ ସୁଦାମା (୨୦୦୭)
  • ଏ ମନ ମାନେନା (୨୦୦୭)
  • ମୋ ସୁନା ପୁଅ (୨୦୦୭)
  • ମୁଁ ତତେ ଲଭ୍ କରୁଚି (୨୦୦୭)
  • ପାଗଳ ପ୍ରେମୀ (୨୦୦୭)
  • ତୋ' ପାଇଁ (୨୦୦୭)
  • ଶାଶୁଘର ଚାଲିଯିବି (୨୦୦୬)
  • ପ୍ରିୟା ମୋ ପ୍ରିୟା (୨୦୦୫)
  • ଅର୍ଜୁନ (୨୦୦୫)
  • ଆଇ ଲଭ୍ ୟୁ (୨୦୦୫)
  • ଓ ମାଇଁ ଲଭ୍ (୨୦୦୫)
  • ଟୋପାଏ ସିନ୍ଦୂର ଦି ଟୋପା ଲୁହ (୨୦୦୫)
  • ବର୍ଷା ମାଇଁ ଡାର୍ଲିଙ୍ଗ୍ (୨୦୦୪)
  • ରକତ ଚିହ୍ନିଛି ନିଜର କିଏ (୧୯୯୯)
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
List of Some SuperHit Songs of Odia Singer Tapu Mishra
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X