ଫେରି ପାରିଲେନି ତପୁ, ନଇଁଗଲା ସଞ୍ଜ
କରୋନାରୁ ସୁସ୍ଥ ହେଲା ପରେ ମଧ୍ୟ ଫୁସଫୁସ ସଂକ୍ରମିତ ହୋଇ ଯାଇଥିବାରୁ ବଞ୍ଚିବା କଷ୍ଟକର ହୋଇ ପଡିଥିଲା । ତେବେ ତପୁ ମିଶ୍ରଙ୍କ ନିଧନରେ ତାଙ୍କ ଫିଲ୍ମ ଓ ଅଲବମ ଯାତ୍ରକୁ ଟିକେ ମନେ ପକାଇବା ।
କିଛି ବାଟ ଚାଲି ପୁଣି... ଫେରିଯିବି ଭାବି ଥିଲି, ହେଲେ ସଞ୍ଜ ନଇଁ ଯିବ ଭାବି ନଥିଲି... ଓଡିଆ କଣ୍ଠଶିଳ୍ପୀ ସ୍ବର୍ଗତ ତପୁ ମିଶ୍ରଙ୍କ କଣ୍ଠରୁ ଏହି ହୃଦୟ ସ୍ପର୍ଶୀ ଗୀତଟି ଆଜି ତାଙ୍କର ପ୍ରତିଟି ପ୍ରଶଂସକଙ୍କ ମନକୁ ଆନ୍ଦୋଳିତ କରୁଛି । କାରଣ ଗତକାଲି ବିଳମ୍ବିତ ରାତି ସେ ତାଙ୍କ ପ୍ରଶଂସକମାନଙ୍କୁ ଅଲବିଦା କହି ଦେଇଛନ୍ତି ।

ଗୁମସୁମ ଗୁମସୁମ ଆଖି ତୋର ଖେଳେ ଲୁଚକାଳି... ବିଗତ କିଛି ଦିନ ଧରି ମହାମାରୀ କରୋନା ସହ ଏମିତି ଲୁଚକାଳି ଖେଳି ଶେଷରେ ହାରିଗଲେ ତପୁ । କରୋନାରୁ ସୁସ୍ଥ ହେଲା ପରେ ମଧ୍ୟ ଫୁସଫୁସ ସଂକ୍ରମିତ ହୋଇ ଯାଇଥିବାରୁ ବଞ୍ଚିବା କଷ୍ଟକର ହୋଇ ପଡିଥିଲା । ତେବେ ତପୁ ମିଶ୍ରଙ୍କ ନିଧନରେ ତାଙ୍କ ଫିଲ୍ମ ଓ ଅଲବମ ଯାତ୍ରକୁ ଟିକେ ମନେ ପକାଇବା ।

ଓଡିଆ ଅଲବମ ଇଣ୍ଡଷ୍ଟ୍ରୀରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ତପୁ ମିଶ୍ର ଶତାଧିକ ଓଡିଆ ଚଳଚିତ୍ର ଓ ଓଡିଆ ଆଲବମ ଗୀତରେ କଣ୍ଠଦାନ କରିଛନ୍ତି । ସେ ଗାଇଥିବା ପ୍ରତିଟି ଗୀତ ପ୍ରାୟତଃ ସୁପରହିଟ୍ ହୋଇଛି । ଏହାଛଡ଼ା ତପୁ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଭଏସ୍ ଅଫ୍ ଓଡ଼ିଶାରେ ମଧ୍ୟ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ଯେଉଁଥିରେ ତାଙ୍କ ସହ ଗୁଡ୍ଲି ରଥ ଏବଂ ପମି ଅନ୍ୟ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତେବେ ନିମ୍ନରେ ତପୁ ମିଶ୍ର କଣ୍ଠଦାନ କରିଥିବା କିଛି ସୁପରହିଟ ଓଡିଆ ଚଳଚିତ୍ରର ତାଲିକା-
- ଚକ୍ଲେଟ୍ (୨୦୧୧)
- ମନ ମୋର ପ୍ରଜାପତି (୨୦୧୧)
- ଲୋଫର୍ (୨୦୧୧)
- ମୋଷ୍ଟ ୱାଣ୍ଟେଡ଼ (୨୦୧୧)
- ତୁ ଥାଆ ମୁଁ ଯାଉଚି ରୁଷି (୨୦୧୦)
- ଅଞ୍ଜଳି (୨୦୧୦)
- ଓଁ ନମଃ ଶିବାୟ (୨୦୧୦)
- ଏଇ ମିଳନ ଯୁଗ ଯୁଗର (୨୦୧୦)
- ସ୍ୱୟଂସିଦ୍ଧା (୨୦୧୦)
- ଭୁଲ୍ ବୁଝିବନି ମତେ (୨୦୧୦)
- ପହିଲି ରଜ (୨୦୧୦)
- ସଞ୍ଜୁ ଆଉ ସଞ୍ଜନା (୨୦୧୦)
- ଦିଲ୍ ତତେ ଦେଇଛି (୨୦୧୦)
- ତୋ' ଆଖିରେ ମୁଁ (୨୦୧୦)
- ଶୁଭ ବିବାହ (୨୦୧୦)
- ଆଖି ପଲକରେ ତୁ (୨୦୧୦)
- ମିତରେ ମିତ (୨୦୦୯)
- ଲଭ୍ ଡଟ୍ କମ୍ (୨୦୦୯)
- କେଉଁ ଦୁନିଆରୁ ଆସିଲ ବନ୍ଧୁ (୨୦୦୯)
- ରୋମିଓ- ଦ ଲଭର୍ ବୟ (୨୦୦୯)
- ଆଇଲାରେ ଓଡ଼ିଆ ପୁଅ (୨୦୦୯)
- ପ୍ରେମୀ ନଂ ୱାନ୍ (୨୦୦୯)
- ଡ୍ରିମ୍ ଗାର୍ଲ (୨୦୦୯)
- ଆ'ରେ ସାଥି ଆ (୨୦୦୯)
- ଆ' ଜହ୍ନରେ ଲେଖିବା ନାଁ (୨୦୦୯)
- ଧୀରେ ଧୀରେ ପ୍ରେମ ହେଲା (୨୦୦୯)
- ପ୍ରେମ ରୋଗୀ (୨୦୦୯)
- ନନ୍ଦିନୀ ଆଇ ଲଭ୍ ୟୁ (୨୦୦୮)
- ମତେ ତ ଲଭ ହେଲାରେ (୨୦୦୮) (ସଙ୍ଗିତ ନିର୍ଦ୍ଦେଶନା)
- କଳିଙ୍ଗ ପୁତ୍ର (୨୦୦୮)
- ବନ୍ଦେ ଉତ୍କଳ ଜନନୀ (୨୦୦୮)
- ମତେ ଆଣିଦେଲ ଲକ୍ଷେ ଫଗୁଣ (୨୦୦୮)
- ବନ୍ଦେ ଉତ୍କଳ ଜନନୀ (୨୦୦୮)
- ସମୟ ହାତରେ ଡୋରି (୨୦୦୭)
- ଲାଲ ଟୁକ୍ ଟୁକ୍ ସାଧବବୋହୂ (୨୦୦୭)
- ରସିକ ନାଗର (୨୦୦୭)
- ଏ ଯୁଗର କୃଷ୍ଣ ସୁଦାମା (୨୦୦୭)
- ଏ ମନ ମାନେନା (୨୦୦୭)
- ମୋ ସୁନା ପୁଅ (୨୦୦୭)
- ମୁଁ ତତେ ଲଭ୍ କରୁଚି (୨୦୦୭)
- ପାଗଳ ପ୍ରେମୀ (୨୦୦୭)
- ତୋ' ପାଇଁ (୨୦୦୭)
- ଶାଶୁଘର ଚାଲିଯିବି (୨୦୦୬)
- ପ୍ରିୟା ମୋ ପ୍ରିୟା (୨୦୦୫)
- ଅର୍ଜୁନ (୨୦୦୫)
- ଆଇ ଲଭ୍ ୟୁ (୨୦୦୫)
- ଓ ମାଇଁ ଲଭ୍ (୨୦୦୫)
- ଟୋପାଏ ସିନ୍ଦୂର ଦି ଟୋପା ଲୁହ (୨୦୦୫)
- ବର୍ଷା ମାଇଁ ଡାର୍ଲିଙ୍ଗ୍ (୨୦୦୪)
- ରକତ ଚିହ୍ନିଛି ନିଜର କିଏ (୧୯୯୯)












Click it and Unblock the Notifications