ରିଲିଜ୍ 'ଲାଇଗର'ର ଟ୍ରେଲର ,ଭାବୁକ ହୋଇପଡିଲେ ସୁପରଷ୍ଟାର ବିଜୟ ଦେବରକୋଣ୍ଡା
Liger Trailer:'LIGER' trailer out for now... Super Vijay Devarkonda got emotionalରିଲିଜ୍ 'ଲାଇଗର'ର ଟ୍ରେଲର ,ଭାବୁକ ହୋଇପଡିଲେ ସୁପରଷ୍ଟାର ବିଜୟ ଦେବରକୋଣ୍ଡା
ମୁମ୍ବାଇ: ଗଡଫାଦର ବିନା ସାଇଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବେ 'ଲାଇଗର' ଫିଲ୍ମ ଜରିଆରେ ବଲିଉଡରେ ପ୍ରବେଶ କରିଛନ୍ତି । ତାଙ୍କ ଫିଲ୍ମ 'ଲାଇଗର'ର ଟ୍ରେଲର ମଧ୍ୟ ରିଲିଜ ହୋଇଛି। ଟ୍ରେଲର ରିଲିଜ୍ ସମୟରେ ବିଜୟ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ ଏବଂ ତାଙ୍କର ସମସ୍ତ ପ୍ରଶଂସକ ଏବଂ ସମର୍ଥକଙ୍କୁ ସର୍ବଦା ସମର୍ଥନ କରୁଥିବାରୁ ଧନ୍ୟବାଦ ଦେଇଥିଲେ ।

ଟ୍ରେଲର ଲଞ୍ଚ୍ ସମୟରେ ବିଜୟ ଦେବରାକୋଣ୍ଡା କହିଛନ୍ତି 'ମୁଁ ଆଜି କିଛି ବୁଛି ପାରୁନାହିଁ। ମୋର କହିବାର ଅର୍ଥ ତୁମେମାନେ ମୋ ବାପା, ମୋ ଜେଜେବାପା କିମ୍ବା ମୋ ପରିବାରର କାହାକୁ ମଧ୍ୟ ଜାଣି ନାହଁ । ଆମର ଏପରି କୌଣସି ପୃଷ୍ଠଭୂମି ମଧ୍ୟ ନାହିଁ, ତଥାପି ତୁମେମାନେ ମୋତେ ଏତେ ଭଲପାଇବା ଦେଇଛ । ଏହି ଚଳଚ୍ଚିତ୍ରକୁ ମୁଁ ଆପଣ ସମସ୍ତଙ୍କୁ ଉତ୍ସର୍ଗ କରିଛି ।' ଅଡିଟୋରିୟମରେ ବସିଥିବା ଲୋକମାନେ ଫିଲ୍ମର ଟ୍ରେଲର ଦେଖିବା ପାଇଁ ଉତ୍ସାହିତ ଥିଲେ ଏବଂ 'ଲାଇଗର' ସମସ୍ତ ଦଳକୁ ପ୍ରଶଂସା କରିଥିଲେ । ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ମଧ୍ୟ ବିଜୟଙ୍କର ପ୍ରଶଂସା କରିଥିଲେ ।
ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଦମଦାର ଅନ୍ଦାଜରେ ନଜର ଆସିଲେ । ଆକ୍ସନ, ଡ୍ରାମା, ରୋମାନ୍ସରେ ଭରପୁର ଫିଲ୍ମ 'ଲାଇଗର'ର ଟ୍ରେଲରକୁ ଫ୍ୟାନ୍ସଙ୍କର ଖୁବ ଭଲ ପାଇବା ମିଳୁଛି । ୨.୦୨ ମିନିଟ୍ର ଏହି ଟ୍ରେଲରରେ ଅଧିକ ଡାଏଲଗ୍ ଶୁଣିବାକୁ ମିଳିନି କିନ୍ତୁ ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳୁଛି । ବିଜୟ ଦେବରକୋଣ୍ଡାଙ୍କର ଜୋରଦାର ଆକ୍ସନ ଲୋକଙ୍କୁ ଖୁବ ପସନ୍ଦ ଆସୁଛି । ଟ୍ରେଲରଟି ରିଲିଜର କିଛି ସମୟ ମଧ୍ୟରେ ହିଁ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଚଳଚ୍ଚିତ୍ରରେ ରାମ୍ୟା କୃଷ୍ଣନ, ଅନନ୍ୟା ପାଣ୍ଡେ, ଚଙ୍କି ପାଣ୍ଡେ ଏବଂ ମାଇକ୍ ଟାଇସନ୍ ମଧ୍ୟ ନଜର ଆସିବେ। ଟ୍ରେଲରର ସବୁଠାରୁ ବଡ USP ବକ୍ସିଂ ଆଇକନ୍ ମାଇକ୍ ଟାଇସନଙ୍କର ଏଣ୍ଟ୍ରି ମଧ୍ୟ ରହିଛି ।
ଲାଇଗର ଏକ ସ୍ପୋର୍ଟସ୍ ଡ୍ରାମା ଓ ଆକ୍ସନ ଫିଲ୍ମ ଯାହାକୁ ପୁରୀ ଜଗନ୍ନାଥ ନର୍ଦ୍ଦେଶାନା ଦେଇଥିବା ବେଳେ କରଣ ଜୋହର, ଚାର୍ମି କୌର ଓ ପୁରୀ ଜଗନ୍ନାଥ ମିଶି ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି। ଫିଲ୍ମରେ ବିଜୟଙ୍କ ସହ ପ୍ରଥମ ଥର ବଡପରଦାରେ ଅନନ୍ୟା ପାଣ୍ଡେଙ୍କୁ ଦେଖିବା ପାଇଁ ମିଳିବ । ସେହିପରି ପ୍ରଥମ ଥର ମାଇକ ଟାଇସନ୍ ଭାରତୀୟ ସିନେମା ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି ।ଫିଲ୍ମଟି ଆସନ୍ତ ଅଗଷ୍ଟ ୨୫ରେ ରିଲିଜ୍ ହେବାକୁ ଯାଇଛି ।
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ












Click it and Unblock the Notifications