ଘରେ ବସି ଦେଖନ୍ତୁ ଫିଲ୍ମ 'ଲାଇଗର', ଆଜି ଏହି OTT 'ପ୍ଲାଟଫର୍ମରେ ହେବ ରିଲିଜ୍

ଘରେ ବସି ଦେଖନ୍ତୁ ଫିଲ୍ମ 'ଲାଇଗର', ଆଜି ଏହି OTT 'ପ୍ଲାଟଫର୍ମରେ ହେବ ରିଲିଜ୍

Liger Ott Release: ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ ଅଭିନୀତ ଚଳଚ୍ଚିତ୍ର 'ଲାଇଗର' ୨୫ ଅଗଷ୍ଟ ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଜରିଆରେ ବିଜୟ ଦେବରାକୋଣ୍ଡା ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରକୁ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ୧୦୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ମୋଟ ୬୬ କୋଟି ଆୟ କରିଥିଲା । ଏହି ଫିଲ୍ମଟି ଏବେ OTT ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।

Liger

୨୨ ସେପ୍ଟେମ୍ବରରେ ହଟଷ୍ଟାରରେ ମୁକ୍ତିଲାଭ କରିବ ।
ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସିନେମା ହଲକୁ ଯାଇ 'ଲାଇଗର' ଦେଖି ନାହଁନ୍ତି, ସେମାନଙ୍କ ପାଇଁ ଏହା ଏକ ଖୁସି ଖବର ନିଶ୍ଚୟ । ବର୍ତ୍ତମାନ ଘରେ ବସି ଦେଖନ୍ତୁ ଏହି ଚଳଚ୍ଚିତ୍ର । ଡିଜନି ପ୍ଲସ ହଟଷ୍ଟାରରେ ସେପ୍ଟେମ୍ବର ୨୨ ଅର୍ଥାତ୍ ଆଜି ମଧ୍ୟରାତ୍ରିରେ 'ଲାଇଗର' ମୁକ୍ତିଲାଭ କରିବ । ବିଜୟ ଦେବରାକୋଣ୍ଡାଙ୍କ ଚଳଚ୍ଚିତ୍ର ଚାରୋଟି ଦକ୍ଷିଣ ଭାଷାରେ ମୁକ୍ତିଲାଭ କରିଥିଲା । ଏହାର ହିନ୍ଦୀ ସଂସ୍କରଣ ପରେ ରିଲିଜ୍ କରାଯାଇଥିଲା । ଡିଜନି ପ୍ଲସ ହଟଷ୍ଟାର ତେଲୁଗୁ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ପୋଷ୍ଟର ସହ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି । ସେପ୍ଟେମ୍ବର ୨୨ରେ ତେଲୁଗୁ, ତାମିଲ, ମାଲାୟାଲମ ଏବଂ କନ୍ନଡ ଭାଷାରେ ଓଟିଟିରେ ମୁକ୍ତିଲାଭ କରିବ ।

ତେବେ ଫିଲ୍ମ 'ଲାଇଗର'ରେ ବିଜୟଙ୍କ ସହ ପ୍ରଥମ ଥର ସ୍କ୍ରିନ ସେୟାର କରିଥିଲେ ଅନନ୍ୟା ପାଣ୍ତେ । ଚଳଚ୍ଚିତ୍ରରେ ରାମିଆ କୃଷ୍ଣନ୍ ମଧ୍ୟ ନଜର ଆସିଥିଲେ, ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ । ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ରୋନିତ୍ ରୟ । ରିପୋର୍ଟ ଅନୁସାରେ ବିଜୟ ଦେବାରାକୋଣ୍ତା ପୁରୀ ଜଗନ୍ନାଥଙ୍କ ଆସନ୍ତା ଫିଲ୍ମ 'ଜନ ଗଣ ମନ'ରେ ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+