ପ୍ରଥମ ଦିନର ଭଲ ଆୟ କଲା ଫିଲ୍ମ 'ଲାଇଗର'

Liger Box Office Collection: ପ୍ରଥମ ଦିନର ଭଲ ଆୟ କଲା ଫିଲ୍ମ 'ଲାଇଗର'

ମୁମ୍ବାଇ: ବିଜୟ ଦେବରାକୋଣ୍ଡାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାଇଗର' ରିଲିଜ୍ ହୋଇସାରିଛି । ଏହି ଚଳଚ୍ଚିତ୍ରର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କାରଣ ବିଜୟ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି । 'ଲାଇଗର'ରେ ବିଜୟଙ୍କ ସହ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । 'ଲାଇଗର'ର ପ୍ରଥମ ଦିନ ବକ୍ସ ଆୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଥମ ଦିନରେ ଫିଲ୍ମଟି ଭଲ ଆୟ କରିଛି । ଯାହା ସୁପରଷ୍ଟାର ଆମିର ଓ ଅକ୍ଷୟ କୁମାରଙ୍କ ଫିଲ୍ମ ତୁଳନାରେ ଅଧିକ ରହିଛି । ତେବେ ଆକଳନ କରାଯାଉଛି ଯେ ଫିଲ୍ମଟି ଏକ ସପ୍ତାହ ମଧ୍ୟରେ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବାରେ ସଫଳ ହୋଇପାରେ ।

Vijay Deverakonda

ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ 'ଲାଇଗର'କୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି । କିଛି ଲୋକ ସ୍ପୋର୍ଟସ୍ ଆକ୍ସନ୍ ଭରା ଏହି ଫିଲ୍ମିଟିର ପ୍ରଶଂସା କରୁଛନ୍ତି । ତ କିଛି ଫିଲ୍ମର କାହଣୀ ,ସ୍କ୍ରିନପ୍ଲେକୁ ନେଇ ଭିନ୍ନ ଭିନ୍ନ ମତ ଦେବା ଆରମ୍ଭ କରିଛନ୍ତି । ବିଜୟ ଏବଂ ଅନନ୍ୟାଙ୍କ ସହ ଏହି ଚଳଚ୍ଚିତ୍ରରେ ରୋନିତ୍ ରୟ, ରାମିଆ କୃଷ୍ଣନ୍ ଏବଂ ମାଇକ୍ ଟାଇସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।


Koimoi.comର ରିପୋର୍ଟ ଅନୁସାରେ, 'ଲାଇଗର' ପ୍ରଥମ ଦିନରେ ଭଲ ଆୟ କରିଛି । ଏହି ଫିଲ୍ମ ପ୍ରଥମ ଦିନରେ ପ୍ରାୟ 21-23 କୋଟି ବ୍ୟବସାୟ କରିଛି । ଏହି ଚଳଚ୍ଚିତ୍ରଟି 2500 ପରଦାରେ ମୁକ୍ତିଲାଭ କରିଛି । ଏହି ଫିଲ୍ମ ପ୍ରଥମ ଦିନରେ 27-29 କୋଟି ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା । ଖବର ଅନୁଯାୟୀ ଫିଲ୍ମର ତେଲୁଗୁ ସଂସ୍କରଣ ଭଲ ଆୟ କରିଛି। ଏଥି ସହିତ, ହିନ୍ଦୀ ସଂସ୍କରଣ ବିଶେଷ କିଛି ଭଲ ଆୟ କରିନାହିଁ । ସୋସିଆଲ ମିଡିଆରେ ଏବେ ଫିଲ୍ମକୁ ନେଇ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଏହା ଏକ ସ୍ପୋର୍ଟସ୍ ଆକ୍ସନ୍ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ବିଜୟ ଜଣେ ବକ୍ସର ଭୂମିକାରେ ନଜର ଆସୁଛନ୍ତି, ଯିଏ ଠିକ୍ ସେ କାଥା କହିପାରୁ ନାହଁନ୍ତି । ତାଙ୍କ ଅପୋସିଟ୍ ରେ ନଜର ଆସୁଛନ୍ତି ଅଭିନେତ୍ରୀ ଅନନ୍ୟା । ଏହି ଚଳଚ୍ଚିତ୍ରଟି କରଣ ଜୋହରଙ୍କ ପ୍ରଡକ୍ସନ୍ ହାଉସ୍ ଧର୍ମା ଅଧୀନରେ ନିର୍ମିତ । ଏହି ଫିଲ୍ମଟି ତେଲୁଗୁ, ତାମିଲ, ହିନ୍ଦୀ, ମଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+