ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ସୁପରହିଟ୍ ଫିଲ୍ମ 'ଲିଓ'

Entertainment News: ଥଲାପଥି ବିଜୟଙ୍କ ଫିଲ୍ମ 'ଲିଓ' ବକ୍ସ ଅଫିସରେ ବର୍ତ୍ତମାନ ଚହଳ ସୃଷ୍ଟି କରିଛି । ସିନେପ୍ରେମୀଙ୍କୁ ବେଶ୍ ପସନ୍ଦ ଆସୁଛି ସାଉଥ୍ ସୁପରଷ୍ଚାରଙ୍କ ଆକ୍ସନ ଅବତାର । ଏହି ତାମିଲ ଚଳଚ୍ଚିତ୍ର ରିଲିଜ ହେବା ମାତ୍ରେ ବକ୍ସଅଫିସରେ କରୁଛି ରାଜ୍ । ଏହି ଚଳଚ୍ଚିତ୍ରକୁ ଲୋକଙ୍କ ମଧ୍ୟରେ ଖୁବ୍ ଅଧିକ କ୍ରେଜ୍ ରହିଛି । ଅକ୍ଟୋବର 19 ରେ ସାରା ବିଶ୍ୱରେ ମୁକ୍ତିଲାଭ କରିଥିବା 'ଲିଓ' ଏବଂ ଆଜିକା ତାରିଖରେ ରେକର୍ଡ ସୃଷ୍ଚି କରିଛି ଏହି ଫିଲ୍ମ ।

ପ୍ରେକ୍ଷାଳୟରେ ଏକ ଦର୍ଶକଙ୍କ ମନୋରଞ୍ଜନ କରିବା ପରେ ବର୍ତ୍ତମାନ ଏହି ଫିଲ୍ମଚି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ପ୍ରସ୍ତୁତ ଅଛି । ଫିଲ୍ମ ଲିଓର OTT ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହି ଫିଲ୍ମ ନଭେମ୍ବର 21ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି ।

 Leo

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରିଲିଜର ମାତ୍ର 6 ଦିନ ମଧ୍ୟରେ ଅଭିନେତା ବିଜୟଙ୍କ ଫିଲ୍ମ 500 କୋଟିର କ୍ଲବରେ ପ୍ରବେଶ କରିଛି। ଏହା ସହ ଲିଓ ବିଜୟଙ୍କ କ୍ୟାରିୟରର ସବୁଠୁ ବଡ ଚଳଚ୍ଚିତ୍ର ବୋଲି ପ୍ରମାଣିତ କରିଛନ୍ତି। 'ଲିଓ'ର ଷ୍ଟାର କାଷ୍ଟ ବିଷୟରେ କହିବା ପାଇଁ ଗଲେ ବିଜୟ ଥଲାପଥି ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଯେଉଁଥିରେ ସଞ୍ଜୟ ଦତ୍ତ ଭିଲେନ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ତ୍ରିଶା କୃଷ୍ଣନ୍, ଅର୍ଜୁନ ସରଜା ଏବଂ ପ୍ରିୟା ଆନନ୍ଦ ମଧ୍ୟ ଏହି ଫିଲ୍ମରେ ନଜର ଆସୁଛନ୍ତି ।

ସମାଲୋଚକମାନେ ମଧ୍ୟ ଫିଲ୍ମକୁ ଅଧିକ ପସନ୍ଦ କରୁଛନ୍ତି ହେଲେ ଦର୍ଶକ ଫିଲ୍ମ'ଲିଓ'କୁ ଖୁବ୍ ଅଧିକ ଭଲ ପାଇବା ଦେଇଛନ୍ତି । ଏହି ଫିଲ୍ମର କ୍ରେଜ୍ ସାାରା ବିଶ୍ୱରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+