୯ ବର୍ଷର ଝଗଡ଼ାର ହେଲା ଅନ୍ତ, 'ଟାଇଗର ୩'ର ପ୍ରଥମ ଗୀତରେ କଣ୍ଠ ଦାନ କଲେ ଅରିଜିଜ୍
Entertainment News: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର 'ଟାଇଗର 3' ହେଉଛି 2023 ବର୍ଷର ସବୁଠାରୁ ବଡ ଫିଲ୍ମ ମଧ୍ୟ ଏକ । ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା ଯାହା ପ୍ରଶଂସକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା ଏବଂ ବର୍ତ୍ତମାନ ଲୋକମାନେ ଏହି ଚଳଚ୍ଚିତ୍ରର ରିଲିଜକୁ ଅପେକ୍ଷା କରିଛନ୍ତି । ହେଲେ ମେକର୍ସ ପ୍ରଶଂସକଙ୍କର ଉତ୍ସାହକୁ ବଢାଇବା ପାଇଁ ଫିଲ୍ମ ଏକ ଗୀତ 'ଲେକେ ପ୍ରଭୁ କା ନାମ' ରିଲିଜ୍ କରିଛନ୍ତି । ରିଲିଜ୍ ପରଠୁ ଗୀତଟି ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ।
ଆଜି ନବମୀ ଅବସରରେ ୟଶ ରାଜ ଫିଲ୍ମସର ଆଗାମୀ ଚଳଚ୍ଚିତ୍ର 'ଟାଇଗର 3'ର ପ୍ରଥମ ଗୀତ' ମୁକ୍ତିଲାଭ କରିଛି । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ବେଶ୍ ପଜେଟିଭ୍ ରେସପନ୍ସ ମିଳୁଛି ଏହି ନୂଆ ଗୀତଟିକୁ ।

'ଟାଇଗର 3'ର ଏହି ସୁନ୍ଦର ଗୀତଟି ତୁର୍କୀର କାପାଦୋସିଆରେ ସୁଟିଂ କରାଯାଇଛି। ଏହି ଗୀତରେ ସଲମାନ ଖାନ (ଟାଇଗର) ଏବଂ କ୍ୟାଟ୍ରିନା କୈଫ (ଜୋୟା) ଭୂମିକାରେ ନଜର ଆସୁଛନ୍ତି । ଉଭୟଙ୍କ କେମେଷ୍ଟ୍ରି ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସୁଛି । ଏହାସହ ସଲମାନ କ୍ୟାଟ୍ରିନାଙ୍କ ଡ୍ୟାନ୍ସ ଗୀତରେ ଚାରଚାନ୍ଦ ଲଗାଇଛି । ତେବେ ଏହି ଗୀତଟି ସୁପରହିଟ୍ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି ।
ୱେଲ୍ ଖାସ କଥା ହେଲା ଯେ, ଏହି ସୁନ୍ଦର ଗୀତରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ । ସଲମାନଙ୍କ ଫିଲ୍ମରେ ପ୍ରଥମ ଥର ଅରିଜିତଙ୍କ ସ୍ୱର ଶୁଣିବା ପାଇଁ ମିଳିବ ଯାହାକୁ ନେଇ ଦର୍ଶକ ମଧ୍ୟ ବେଶ୍ ଖୁସ୍ । କହିବା ପାଇଁ ଗଲେ ସଲମାନଙ୍କ ଫିଲ୍ମର ଗୀତରେ ପ୍ରଥମ ଥର ଅରିଜିତ ସିଂ ନିଜର ସ୍ୱର ଦେଇଛନ୍ତି। 9 ବର୍ଷର ଝଗଡ଼ାର ବର୍ତ୍ତମାନ ଅନ୍ତ ହୋଇଛି । ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ବନ୍ଧୁତାର ସଫର ଆରମ୍ଭ ହୋଇଯାଇଛି । ନିକଟରେ ଅରିଜିତଙ୍କୁ ସଲମାନଙ୍କ ଘର ବାହାରେ ମଧ୍ୟ ସ୍ପଟ୍ କରାଯାଇଥିଲା ।












Click it and Unblock the Notifications