Get Updates
Get notified of breaking news, exclusive insights, and must-see stories!

ଶାସ୍ତ୍ରୀୟ ସଂଗୀତଜ୍ଞ ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କ ପରଲୋକ

ଭାରତୀୟ ଶାସ୍ତ୍ରୀୟ ସଂଗୀତଜ୍ଞ ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି।

ମୁମ୍ବାଇ: ଭାରତୀୟ ଶାସ୍ତ୍ରୀୟ ସଂଗୀତଜ୍ଞ ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି। କିମ୍ବଦନ୍ତୀ ଗାୟକ ଲତା ମଙ୍ଗେଶକର, ଏ.ଆର୍ ରହମାନ ଏବଂ ବିଶାଲ ଦାଦଲାନି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ରାମପୁର-ସାହସୱାନ ଘାରାନର ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କ 89 ବର୍ଷ ବୟସରେ ଦେହାନ୍ତ ଘଟିଛି। ତାଙ୍କୁ ଭାରତ ସରକାର ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣ ପୁରଷ୍କାରରେ ସମ୍ମାନିତ କରିଥିଲେ । ସେ ଉତ୍ତରପ୍ରଦେଶର ବାଦାଉନ୍ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନ ସଂଗୀତଜ୍ଞଙ୍କ ପରିବାରର ଥିଲେ। ରବିବାର ଦିନ ଲତା ମଙ୍ଗେଶକର ତାଙ୍କ ମୃତ୍ୟୁ ଖବର ଟ୍ୱିଟରରେ ସେୟାର କରିଛନ୍ତି।

ଗୁଲାମ ମୁସ୍ତାଫା ଖାନ

ଟ୍ୱିଟରରେ ତାଙ୍କର ଏକ ପ୍ରତିଛବି ସେୟାର କରି ଲତା ମଙ୍ଗେଶକର ଲେଖିଛନ୍ତି, 'ମୁଁ ବର୍ତ୍ତମାନ ଦୁଃଖଦ ଖବର ପାଇଛି ଯେ, ମହାନ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନ ସାହେବ ଏହି ଦୁନିଆରେ ନାହାଁନ୍ତି। ଏହା ଶୁଣି ମୁଁ ବହୁତ ଦୁଃଖିତ ।

ସଙ୍ଗୀତ ରଚନା ତଥା ଗାୟକ ଆର୍ ରହମାନ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ଭାରତ ସରକାର ତାଙ୍କୁ 1991 ରେ ପଦ୍ମଶ୍ରୀ, 2006ରେ ପଦ୍ମ ଭୂଷଣ ଏବଂ 2018 ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+