ଶଶିକଳାଙ୍କ ବିୟୋଗରେ ଶୋକାକୁଳ ସିନେଜଗତ
ଭେଟେରାନ ଅଭିନେତ୍ରୀ ଶଶିକଳାଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି ।
ମୁମ୍ବାଇ: ଶୋକାକୁଳ ବଲିଉଡ । କାରଣ ଭେଟେରାନ ଅଭିନେତ୍ରୀ ଶଶିକଳାଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି । ଶଶିକଳା, ଗତ କିଛି ଦିନ ହେବ ଅସୁସ୍ଥ ଅନୁଭବ କରୁଥିଲେ ଏବଂ ଆଜି 12 ଟା ସମୟରେ ସେ କୋଲାବାସ୍ଥିତ ତାଙ୍କ ଘରେ ବିଶ୍ୱକୁ ବିଦାୟ ଦେଇଥିଲେ।

ସୂଚନାଥାଉ କି, ଶଶିକଳା 100ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ। ସେ ପ୍ରାୟତ ନକାରାତ୍ମକ ଚରିତ୍ରରେ ଅଭିନୟ କରିଥିଲେ । କିନ୍ତୁ ସେ ପରଦାରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଥିଲେ । ତାଙ୍କର ଦେହାନ୍ତ ପରେ ପୁଣିଥରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। ଶଶିକଳାଙ୍କ ମୃତ୍ୟୁରେ ବି-ଟାଉନ ସେଲିବ୍ରେଟିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଶଶିକଳା 1932 ମସିହାରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ଶଶିକଳା ଜାଭାଲକର | ସେ ପ୍ରାୟ ପ୍ରତ୍ୟେକ ଭେଟେରାନ୍ କଳାକାରଙ୍କ ସହ କାମ କରିଥିଲେ | ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ଜିନ୍ନାଟ୍', ଯାହା 1945 ମସିହାରେ ମୁକ୍ତିଲାଭ କରିଥିଲା।
ଶଶିକଳା ଖଳନାୟିକା ଭୂମିକାଠୁ ଆରମ୍ଭ କରି ବୃଦ୍ଧ ଜେଜେମା ପର୍ଯ୍ୟନ୍ତ ପରଦାରେ ସମସ୍ତ ପ୍ରକାର ଭୂମିକାରେ ନଜର ଆସିଛନ୍ତି । ସେ ପ୍ରସିଦ୍ଧ ଅଭିନେତା କେ.ଏଲ୍ ସେହଗାଲଙ୍କ ସମ୍ପର୍କୀୟ ଓମ୍ ପ୍ରକାଶ ସେହଗାଲଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ।












Click it and Unblock the Notifications