'ବ୍ରହ୍ମାସ୍ତ୍ର'ରେ ଶାହାରୁଖ ଖାନ, ଭାଇରାଲ୍ ହେଲା ଫଟୋ

BRAHMĀSTRA: Leaked Footage Of Shah Rukh Khan ,'ବ୍ରହ୍ମାସ୍ତ୍ର' ଶାହାରୁଖ ଖାନ, ଭାଇରାଲ୍ ହେଲା ଫଟୋ

ମୁମ୍ବାଇ: ଅନେକ ଦିନରୁ ଫିଲ୍ମ 'ବ୍ରହ୍ମାସ୍ତ୍ର'କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଫିଲ୍ମରେ ଆଲିଆ-ରଣବୀର କପୁରଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ଫିଲ୍ମର ଗୀତ ଏବେ ଖୁବ ପ୍ରଶଂସା ସାଉଁଟୁଛି । ତେବେ ଏହି ଫିଲ୍ମରେ ଶାହାରୁଖ ଖାନଙ୍କର ଏଣ୍ଟ୍ରୀ ହୋଇସାରିଛି । ସେପ୍ଟେମ୍ବରରେ ବ୍ରହ୍ମାସ୍ତ୍ର ରିଲିଜ ହେବାକୁ ଯାଉଛି ଫିଲ୍ମର ଟ୍ରେଲର ରିଲିଜ ହୋସାରିଛି । ହେଲେ ଏବେ ଟ୍ରେଲର ଏକ ସ୍କ୍ରିନସଟ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶାହାରୁଖ ଖାନ ନଜର ଆସୁଛନ୍ତି । ହେଲେ ଭିଡିଓରେ ଶାହାରୁଖଙ୍କୁ ଚିହ୍ନିବା ଟିକେ କଷ୍ଟ । ଯେଉଁଥି ପାଇଁ ଅନେକ ଫ୍ୟାନ୍ସ ଦ୍ୱନ୍ଦରେ । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଶାହାରୁଖ ଖାନ ଏକ ବାନର ଅବତାରରେ ନଜର ଆସିବେ । ଶାହାରୁଖଙ୍କ ବ୍ୟତିତ ଦୀପିକା ପାଦୁକୋଣ ମଧ୍ୟ ଏହି ଫିଲ୍ମରେ ଅତିଥି ଭୂମିକାରେ ନଜର ଆସି ପାରନ୍ତି । ଶାହାରୁଖଙ୍କ ଧମାକାଦାର ଲୁକ୍‌ ଦେଖିବା ପରେ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଦିନକୁ ଦିନ ଫଟୋଟି ଭାଇରାଲ ହେବାରେ ମଧ୍ୟ ଲାଗିଛି । ଯେଉଁଥିରେ ଫ୍ୟାନ୍ସଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବା ପାଇଁ ମିଳୁଛି । ଫ୍ୟାନ୍ସ କିଙ୍ଗ୍ ଖାନଙ୍କର ଏ ଅନ୍ଦାଜକୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି ।

Shah Rukh Khan

ତେବେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରଣବୀର- ଆଲିଆ ଭଟ୍ଟ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ । ପୂର୍ବରୁ ମଧ୍ୟ ଆୟାନ୍-ରଣବୀରଙ୍କ ଯୋଡି ବଲିଉଡରେ କମାଲ୍ ଦେଖାଇସାରିଛି । ୱେକ୍ ଅପ୍ ସିଡ୍, ୟେ ଜୱାନୀ ହୈ ଦେୱାନୀ , ଭଳି ସୁପରହିଟ୍ ଫିଲ୍ମରେ ଉଭୟଙ୍କ କମାଲ୍ ଦେଖିବା ପାଇଁ ମିଳିଥିଲା । ଫିଲ୍ମରେ ବଡ଼ ବଡ଼ ଷ୍ଟାର ଯେପରି ଅମିତାଭ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ ,ଦକ୍ଷିଣ ସିନେମାର ଭେଟେରାନ ଅଭିନେତା ନାଗାର୍ଜୁନ ମଧ୍ୟ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ସେପ୍ଟେମ୍ବର ୯ରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+