For Quick Alerts
Turn On Notification  
For Daily Alerts
Oneindia App Download

କମେଡିଆନ କପିଲଙ୍କ ବିରୋଧରେ ମାମଲା ରୁଜୁ

କାନାଡା ଗସ୍ତ ସମୟରେ କପିଲ ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ନିଜ କମେଡିରେ ମତୁଆଲା କରୁଥିବା କପିଲଙ୍କର ବିବାଦ ସହିତ ମଧ୍ୟ ବହୁତ ପୁରୁଣା ସମ୍ପର୍କ ରହିଛି, ଯାହା ବର୍ତ୍ତମାନ ପୁଣି ଥରେ ସଂଯୋଗ ହେଉଥିବା ଦେଖାଯାଉଛି

|

ମୁମ୍ବାଇ:ନିଜ କମେଡିରେ ଲୋକଙ୍କୁ ହସାଉଥିବା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ । ଏପରି ତ କପିଲ ଶର୍ମା ଦର୍ଶକଙ୍କ ମନୋରଞ୍ଜନ କରାଇବାରେ କୌଣସି କମି କରନ୍ତି ନାହିଁ । କପିଲଙ୍କ ପ୍ରଶଂସକଙ୍କ ପରି ତାଙ୍କ ଟ୍ରୋଲର୍ସଙ୍କ ତାଲିକା ମଧ୍ୟ ଖୁବ ଲମ୍ବା । ଅନେକ ସମୟରେ ସେ ବିବାଦ ଘେରରେ ଟାଣି ହୋଇ ଆସନ୍ତି । ଏବେ ପୁଣି କମେଡି କିଙ୍ଗଙ୍କ ନାଁରେ ହୋଇଛି ଅଭିଯୋଗ । ସୁଚନାମୁତାବକ ବିଦେଶରେ କପିଲ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ଏବେ କପିଲ ନିଜ ଟିମ ସହ ବିଦେଶରେ ଲାଇଭ ଶୋ କରୁଛନ୍ତି । କାନାଡା ଗସ୍ତ ସମୟରେ କପିଲ ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ନିଜ କମେଡିରେ ମତୁଆଲା କରୁଥିବା କପିଲଙ୍କର ବିବାଦ ସହିତ ମଧ୍ୟ ବହୁତ ପୁରୁଣା ସମ୍ପର୍କ ରହିଛି, ଯାହା ବର୍ତ୍ତମାନ ପୁଣି ଥରେ ସଂଯୋଗ ହେଉଥିବା ଦେଖାଯାଉଛି ।

KAPIL SHARMA

ଗୋଟେ ପଟେ କପିଲ ନିଜ ଟିମ ସହ କାନାଡାରେ ଲାଇଭ ଶୋ କରୁଥିବାବେଳେ ଅନ୍ୟପଟେ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ଉତ୍ତର ଆମେରିକାରେ ଚୁକ୍ତି ଭଙ୍ଗକୁ ନେଇ ଏହି ଅଭିଯୋଗ ହୋଇଛି । ଆମେରିକାର ଜଣେ ଜଣାଶୁଣା ପ୍ରଯୋଜକ ଅମିତ ଜେଟଲୀ କପିଲଙ୍କ ନାଁରେ ଚୁକ୍ତି ଭଙ୍ଗ ଅଭିଯୋଗରେ ମାମଲା ରୁଜୁ କରିଛନ୍ତି । ଯଦିଓ ଏହା ବର୍ତ୍ତମାନର ଘଟଣା ନୁହେଁ । ଏହା ୭ ବର୍ଷ ପୂରୁଣା ଘଟଣା । ୨୦୧୫ ମସିହାରେ କପିଲ ଉତ୍ତର ଆମେରିକାର ୬ଟି ଜାଗାରେ ଶୋ' କରିବା ପାଇଁ କଣ୍ଟ୍ରାକ୍ଟ ସାଇନ କରିଥିଲେ କିନ୍ତୁ ସେ ୬ଟି ସ୍ଥାନ ବଦଳରେ ୫ଟି ସ୍ଥାନରେ ଶୋ' କରିଥିଲେ । କିନ୍ତୁ ଜେଟଲିଙ୍କ କହିବା ଅନୁଯାୟୀ କପିଲ ତାଙ୍କୁ କଥା ଦେଇଥିଲେ ଯେ ସେ ଗୋଟିଏ ଶୋ କରିପାରି ନାହାନ୍ତି, ଯାହାର କ୍ଷତି ପୂରଣ ସେ କରିବେ । ହେଲେ ଏପର୍ଯ୍ୟନ୍ତ ସେ ତାଙ୍କ ପାଇଁ କୌଣସି ଶୋ'କରିନାହଁନ୍ତି । ଏବଂ କୋର୍ଟଙ୍କ ଆଗରେ ଅନେକଥର ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇନାହଁନ୍ତି ବୋଲି ଅଭିଯୋଗ କରିଛନ୍ତି ଜେଟଲୀ ।

ତେବେ ଏହି ମାମଲାକୁ ବର୍ତ୍ତମାନ ନ୍ୟୁୟର୍କ କୋର୍ଟରେ ବିଚାରଧୀନ ଅଛି । ଏବେ ସେ କପିଲ ଶର୍ମାଙ୍କ ବିରୋଧରେ ନିଶ୍ଚିତ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
କାନାଡା ଗସ୍ତ ସମୟରେ କପିଲ ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ନିଜ କମେଡିରେ ମତୁଆଲା କରୁଥିବା କପିଲଙ୍କର ବିବାଦ ସହିତ ମଧ୍ୟ ବହୁତ ପୁରୁଣା ସମ୍ପର୍କ ରହିଛି, ଯାହା ବର୍ତ୍ତମାନ ପୁଣି ଥରେ ସଂଯୋଗ ହେଉଥିବା ଦେଖାଯାଉଛି
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X