ମୁମ୍ବାଇରେ ରହିଛି ଲରେନ୍ସ ବିଷ୍ଣୋଇର ଲୋକ, ଘଟିପାରେ ବଡ଼ ଅଘଟଣ ! ଆଲର୍ଟ ମୋଡ୍ରେ ମୁମ୍ବାଇ ପୋଲିସ
Lawrence Bishnoi: କିଛି ଦିନ ପୂର୍ବରୁ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘରେ ଗୁଳି ମାଡ଼ ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ଯାହା ପରେ ମୁମ୍ବାଇ ପୋଲିସ ବେଶ୍ ସତର୍କ ହୋଇଯାଇଛି । ଏହାରି ମଧ୍ୟରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଶନିବାର ଦିନ ଆଉ ଏକ ଧମକପୂର୍ଣ୍ଣ କଲ ଆସିଛି । ଯାହା ପରେ ମୁମ୍ବାଇ ପୋଲିସ ଆହୁରି ସତର୍କ ହୋଇଯାଇଛି । ଜଣେ ଅଜ୍ଞାତ ବ୍ୟକ୍ତି ପୋଲିସକୁ ସୂଚନା ଦେଇଛି ଯେ, ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁଙ୍କର ଜଣେ ବ୍ୟକ୍ତି ମୁମ୍ବାଇ ଆସି ଏଠାରେ ଏକ ବଡ଼ ଘଟଣା ଘଟାଇବା ପାଇଁ ଯାଉଛି ।
ନ୍ୟୁଜ୍ 18 ର ରିପୋର୍ଟ ଅନୁଯାୟୀ, ମୁମ୍ବାଇ ପୋଲିସ କହିଛି ଯେ ଧମକପୂର୍ଣ୍ଣ କଲ ପାଇବା ପରେ କଣ୍ଟ୍ରୋଲ ରୁମ ତୁରନ୍ତ ସ୍ଥାନୀୟ ପୋଲିସ ଷ୍ଟେସନ ସହ ଯୋଗାଯୋଗ କରିଥିଲା। ତାଙ୍କୁ ଏହି ଫୋନ୍ କଲ ବିଷୟରେ ସୂଚନା ଦେଇଥିଲା । ସେହିପରି ଶୁକ୍ରବାର ଉତ୍ତରପ୍ରଦେଶର ଗାଜିଆବାଦର ଜଣେ 20 ବର୍ଷର ଯୁବକଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ବାଳକ ସଲମାନ ଖାନଙ୍କ ବାନ୍ଦ୍ରା ଘର ବାହାରେ ଲରେନ୍ସ ବିଷ୍ଣୁଙ୍କ ନାମରେ ଏକ କ୍ୟାବ ବୁକ୍ କରିଥିଲେ। ପୋଲିସର ପଚରାଉଚରା ବେଳେ ସେ ପ୍ରକାଶ କରିଥିଲେ ଯେ ସେ ପ୍ରାଙ୍କ୍ ପାଇଁ ବିଷ୍ଣୁଇଙ୍କ ନାମରେ ଏକ କ୍ୟାବ ବୁକ୍ କରିଥିଲା ।

ଅନ୍ୟପକ୍ଷରେ ମୁମ୍ବାଇ ପୋଲିସ ବର୍ତ୍ତମାନ ସତର୍କ ରହିଛି । କାରଣ ଏପ୍ରିଲ 14 ରେ ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ବିନିମୟ ହୋଇଥିଲା। ଗୁଳି ମାଡ଼ ପରେ ଦୁଇଜଣ ଅଭିଯୁକ୍ତ ସେଠାରୁ ପଳାଇଯିବାରେ ସଫଳ ହୋଇଥିଲେ । ହେଲେ ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ମିଳିତ ଭାବେ ଉଭୟଙ୍କୁ ଗୁଜରାଟରୁ ଗିରଫ କରିଥିଲା।
ବିକି ଗୁପ୍ତା (24 ବର୍ଷ) ଏବଂ ସାଗର ପାଲ (21 ବର୍ଷ) ନାମକ ଅଭିଯୁକ୍ତଙ୍କୁ କୁଚରେ ଗିରଫ କରାଯାଇ ମୁମ୍ବାଇ ଅଣାଯାଇଥିଲା ଯେଉଁଠାରେ ସେମାନଙ୍କୁ ପଚରାଉଚରା କରାଯାଉଛି। ଉଭୟ ବିହାରର ପଶ୍ଚିମ ଚମ୍ପାରାନର ବାସିନ୍ଦା ବୋଲି ସୂଚନା ରହିଛି ।
ଅନ୍ୟପଟେ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସଲମାନଙ୍କ ଘରେ ଗୁଳି ମାଡ଼ ପାଇଁ ଲରେନ୍ସଙ୍କ ଭାଇ ଅନମୋଲ ବିଷ୍ଣୋଇ ନିଜିକୁ ଦାୟି କରିଥିଲା । ସେ କହିଥିଲା ଏବା କେବଳ ଏକ ଟ୍ରେଲର ।












Click it and Unblock the Notifications