କଳା ହରିଣ ନୁହେଁ, ଏଥିପାଇଁ ସଲମାନଙ୍କୁ ଧମକ ଦେଉଛି ଲରେନ୍ସ ବିଷ୍ଣୋଇ
Lawrence Bishnoi Confession Salman Khan Case: ବଲିଉଡର ସିକନ୍ଦର ସଲମାନ ଖାନଙ୍କୁ କ୍ରମାଗତ ଭାବରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ଧମକ ମିଳୁଛି। ବାବା ସିଦ୍ଦିକିଙ୍କ ହତ୍ୟା ପରେ ପରିବାରଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅଭିନେତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ବର୍ତ୍ତମାନ ଲରେନ୍ସ ବିଷ୍ଣୋଇ ନିଜେ ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଦେଇଥିବା ବିବୃତ୍ତିକୁ ସ୍ୱିକାର କରିଛି ।

ସେହିପିର ଅନେକ ଲୋକ ସଲମାନ ଖାନାଙ୍କୁ ମିଳୁଥିବା ବାରମ୍ବାର ଧମକ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି । କିଛି ଲୋକ ସଲମାନଙ୍କୁ ବିଷ୍ଣୋଇସମ୍ପ୍ରଦାୟକୁ କ୍ଷମା ପାଇଁ କହୁଛନ୍ତି । ନିକଟରେ ଲରେନ୍ସ ବିଷ୍ଣୋଇ ଦିଲ୍ଲୀ ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ସେ ନିଜର ବଡ଼ ନାଁ କରିବାକୁ ଚାହୁଁଛନ୍ତି ସେଥିପାଇଁ ସେ ସଲମାନଙ୍କୁ ଧମକ ଦେଇଥିଲେ ।
ଲରେନ୍ସ ବିଷ୍ଣୋଇ ନିଜ ବିବୃତ୍ତିରେ କହିଛନ୍ତି, ବାସୁଦେବ ଇରାନୀଙ୍କ ହତ୍ୟା ମାମଲାରେ ମୋତେ ଗିରଫ କରାଯାଇ ଯୋଧପୁରକୁ ଅଣାଯାଇଥିଲା, ଯେଉଁଠାରେ ମୋତେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରୁ ବାହାରକୁ ଆସିବାବେଳେ ସଲମାନ ଖାନ ମଧ୍ୟ ସେହି କୋର୍ଟରେ ଉପସ୍ଥିତ ଥିଲେ ।ମୁଁ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲି, କାରଣ ଗଣମାଧ୍ୟମରେ ଏବଂ ବିଷ୍ଣୋଇସମ୍ପ୍ରଦାୟରେ ମୋର ନାମ ପାଇଁ ମୁଁ ଏହା କରିଥିଲି । ଯାହା ପରେ ସଲମାନ ଖାନଙ୍କୁ ଧମକ ଦେବା ମାମଲାରେ ମୋତେ ଗିରଫ କରାଯାଇଥିଲା।
ସଲମାନ ଖାନ ମଧ୍ୟ ତାଙ୍କର ଆଗାମୀ ଚଳଚ୍ଚିତ୍ର ସିକନ୍ଦର ସୁଟିଂକୁ ସେଟ୍'କୁ ଫେରିଛନ୍ତି । ଏହା ବ୍ୟତୀତ ସେ ଖୁବ୍ ଶୀଘ୍ର 'Singham Again'ର ସୁଟିଂ କରିବେ ସଲମାନ ଖାନ । ଏହି ଫିଲ୍ମରେ ସଲମାନ ଚୁଲବୁଲ୍ ପାଣ୍ଡେ ଭୂମିକାରେ ନଜର ଆସିବେ। Y ପ୍ଲସ୍ ସିକ୍ୟୁରିଟି ସହ ସଲମାନ ସୁଟିଂ ସେଟରେ ପହଞ୍ଚୁଥିବା ନେଇ ସୂଚନା ରହିଛି ।












Click it and Unblock the Notifications