'କର୍ଣ୍ଣାଟକ ରତ୍ନ'ରେ ସମ୍ମାନୀତ ହେବେ ଦିବଙ୍ଗତ କନଡ଼ ଅଭିନେତା ପୁନିଥ ରାଜକୁମାର
Puneeth Rajkumar:'କର୍ଣ୍ଣାଟକ ରତ୍ନ'ରେ ସମ୍ମାନୀତ ହେବେ ଦିବଙ୍ଗତ କନଡ଼ ଅଭିନେତା ପୁନିଥ ରାଜକୁମାର
ବେଙ୍ଗାଲୁରୁ: 'କର୍ଣ୍ଣାଟକ ରତ୍ନ'ରେ ସମ୍ମାନୀତ ହେବେ ଦିବଙ୍ଗତ ଲୋକପ୍ରିୟ କନଡ଼ ଅଭିନେତା ପୁନିଥ ରାଜକୁମାର । କର୍ଣ୍ଣାଟକ ସରକାର ସ୍ୱର୍ଗତ ଅଭିନେତାଙ୍କୁ ମରଣୋତ୍ତର ଭାବେ 'କର୍ଣ୍ଣାଟକ ରତ୍ନ'ରେ ସମ୍ମାନୀତ କରିବାକୁ ଘୋଷଣା କରିଛନ୍ତି । ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କରିଛନ୍ତି ନଭେମ୍ବର ୧ ତାରିଖରେ ଆୟୋଜିତ ରାଜ୍ୟ ସ୍ଥାପନା ଦିବସରେ କନ୍ନଡ ଫିଲ୍ମ ଷ୍ଟାର ସ୍ୱର୍ଗତ ପୁନିତ ରାଜକୁମାରଙ୍କୁ ମରଣୋତ୍ତର ଭାବେ 'କର୍ଣ୍ଣାଟକ ରତ୍ନ'ରେ ସମ୍ମାନୀତ କରାଯିବ ।

ସୂଚନା ଅନୁସାରେ କର୍ଣ୍ଣାଟକ ରତ୍ନ ପୁରସ୍କାର ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନ। ଦିବଙ୍ଗତ ଅଭିନେତା ପୁନୀତ ରାଜକୁମାର ୧୦ ନମ୍ବର କର୍ଣ୍ଣାଟକ ନାଗରିକ ଭାବେ ସମ୍ମାନୀତ ହେବେ । ପୂର୍ବରୁ ୯ ଜଣ ଏହି ସମ୍ମାନ ପାଇସାରିଛନ୍ତି । ପୁନୀତଙ୍କର ଏହି ପୁରସ୍କାର ପାଇବା ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ୱିଟ୍ କରି ସୂଚନା ଦେବା ସହ ତା ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ୨୦୨୧ ଅକ୍ଟୋବର ୨୯ ରେ ମାତ୍ର ୪୯ ବର୍ଷ ବୟସରେ ହୃଦଘାତରେ ପୁନିଥଙ୍କର ପରଲୋକ ହୋଇଥିଲା ।












Click it and Unblock the Notifications