Get Updates
Get notified of breaking news, exclusive insights, and must-see stories!

୩୬ଟି ଭାଷାରେ ଗୀତ ଗାଇଛନ୍ତି ଲତା: ଆପଣ ଜାଣନ୍ତି, କି ତାଙ୍କ ଓଡିଆ ଗୀତର ନାଁ ?

ଫିଲ୍ମ ଅରୁନ୍ଧତୀରେ ‘ ଆଜି ମୁଁ ଶ୍ରାବଣୀ’ ଓ ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରରେ ‘ସେଇ ଚୁନାଚୁନା ଫୁଲ’ ଗୀତ ଗାଇଛନ୍ତି ଲତା ।

Lata Mangeshkar Odia Song List: ସ୍ୱର ସାମ୍ରାଜ୍ଞୀଙ୍କୁ ଧୁରୁଛି ସାରା ଦେଶ । ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଶୋକ ପ୍ରକାଶ କରିଛନ୍ତି । ଅନେକ ଲୋକ ଲତା ଦିଦିଙ୍କ ଚିରସ୍ମରଣୀ ଗୀତକୁ ମନେ ପକାଇ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ।

Lata Mangeshkar Odia Song List

୩୬ଟି ଭାଷାରେ ଗୀତ ଗାଇଥିଲେ ଭାରତ ରତ୍ନ ଲତା ମଙ୍ଗେସକର । ତେବେ ଆପଣ ଜାଣନ୍ତି କି, ଓଡିଆ ଭାଷାରେ ମଧ୍ୟ ଦୁଇଟି ଫିଲ୍ମ ପାଇଁ ଦୁଇଟି ଗୀତ ଗାଇଥିଲେ ଲତା ମଙ୍ଗେସକର । ଯେଉଁ ଦୁଇଟି ଗୀତର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଶାନ୍ତନୁ ମହାପାତ୍ର । ଫିଲ୍ମ ଅରୁନ୍ଧତୀରେ ' ଆଜି ମୁଁ ଶ୍ରାବଣୀ' ଓ ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରରେ 'ସେଇ ଚୁନାଚୁନା ଫୁଲ' ଗୀତ ଗାଇଛନ୍ତି ଲତା । ଏଥିସହିତ ୩ଟି ବିଦେଶୀ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ଲଣ୍ଡନର ରୟାଲ ଆଲବର୍ଟ ହଲରେ ଗୀତ ଗାଇଥିଲେ ।

ଆଜି ମୁଁ ଶ୍ରାବଣୀ, ଲୁହର ହରିଣୀ ।
ଯେଉଁ ରଜନୀ କେବେ ପାଇନି, ଆଜି ମୁଁ ସେଇ ରଜନୀ, ଆଜି ମୁଁ ସେହି ରଜନୀ ।।
ଆଜି ମୁଁ ଶ୍ରାବଣୀ...

ଏହା ଥିଲା ଲତା ଦିଦିଙ୍କ ଲୋକପ୍ରିୟ ତଥା ଚିର ସ୍ମରଣୀୟ ଓଡିଆ ଗୀତ । ଯାହା ଆଜି ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖେ । ୧୯୬୭ ମସିହାରେ ଲତା ଦିଦି ଗାଇଥିଲେ ଅରୁନ୍ଧତି ଫିଲ୍ମରେ ଗୀତ । ଆଜି ମୁଁ ଶ୍ରାବଣୀ ଗୀତରେ ଲତା ଦିଦିଙ୍କ କଣ୍ଠଦାନ ଆଜି ମଧ୍ୟ ଓଡିଆ ଦର୍ଶକଙ୍କ ହୃଦୟରେ ଭିନ୍ନ ଏକ ସ୍ଥାନ ସୃଷ୍ଟି କରେ ।

ସେହିପରି ୧୯୬୩ ମସିହାର ଚଳଚ୍ଚିତ୍ର 'ସୂର୍ଯ୍ୟମୁଖୀ'ରେ ପ୍ରଥମ ଓଡିଆ କଣ୍ଠ ଦାନ କରନ୍ତି ଲତା ମଙ୍ଗେସକର । ସେଇ ଚୁନା ଚୁନା ତାରାଫୁଲ ଆଜି, ସିଏ ଚୁମି ଚୁମି ଗଲା ହାଏ ହଜି । ଟିକା ତାର ମଧୁଛୁଆ... । ଏହି ଓଡିଆ ଗୀତ ପ୍ରଥମ କରି ଗାନ କରିଥିଲେ ଲତା ମଙ୍ଗେସକର ।

ତେବେ ଲତା ଦିଦି ଓଡିଆ ଗୀତ ଗାଇବା ପଛରେ ରହିଛି ଶାନ୍ତନୁ ମହାପାତ୍ରଙ୍କ ଅବଦାନ । ଶାନ୍ତୁନ ମହାପାତ୍ର ମୁମ୍ବାଇ ଯାଇ ଲତା ଦିଦିଙ୍କୁ ଅନୁରୋଧ କରିଥିଲେ । ବହୁତ ବୁଝାଇବା ପରେ ସେ ଦୁଇଟି ଯାକ ଫିଲ୍ମରେ ଗୀତ ଗାଇବାକୁ ରାଜି ହୋଇଥିଲେ ।

୯୨ବର୍ଷ ବୟସରେ ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସକାଳ ୮ଟା ୧୨ରେ ଦେହାନ୍ତ ନେଇ ସୂଚନା ମିଳିଛି । ୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲେ ଲତା ମଙ୍ଗେସକର । ଜାନୁଆରୀ ୮ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ସହିତ ନିମୋନିଆରେ ଲତା ପୀଡିତ ଥିଲେ । ତେବେ ଅପରାହ୍ଣ ସାଢେ ୪ଟାରେ ତାଙ୍କର ଅନ୍ତିମ ସଂସ୍କାର ହେବ ।

ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର କଳାକାର ଥିଲେ । ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ।

୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ 'ଏ ମେରେ ବତନ କେ ଲୋଗୋଁ' ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେସକର 'ଲଗଜା ଗଲେ', 'ପ୍ୟାର କା ନଗମା', 'ସିସା ହୋ ୟା ଦିଲ', 'ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ' ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+