Get Updates
Get notified of breaking news, exclusive insights, and must-see stories!

ଆଜି ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ମୃତ୍ୟୁ ବାର୍ଷିକୀ

Lata Mangeshkar: ଆଜି ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ମୃତ୍ୟୁ ବାର୍ଷିକୀ। ୨୮ ସେପ୍ଟେମ୍ବର ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଲତା ମଙ୍ଗେସକର ୬ ଫେବୃଆରୀ ୨୦୨୨ରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଜି ସେ ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କ ଗୀତ ମାଧ୍ୟମରେ ସାରା ବିଶ୍ୱରେ ସେ ଆଜି ବି ଜୀବିତ ଅଛନ୍ତି।

ଲତା ମଙ୍ଗେସକର୍ ୧୯୨୯ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ସଙ୍ଗୀତ ପ୍ରତି ଥିଲା ଅତ୍ୟନ୍ତ ଦୁର୍ବଳତା । ଯାହା ତାଙ୍କୁ ସାରା ବିଶ୍ବରେ ଆଜି ଏକ ସ୍ୱତନ୍ତ୍ର ପରିଚିୟ ଦେଇଛି । ମାତ୍ର ୫ ବର୍ଷ ବୟସରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ ।

Lata Mangeshkar

୧୯୪୨ରେ ଲତା ଲତା ମଙ୍ଗେସକର ପ୍ରଥମ ଥର ଏକ ମରାଠୀ ଫିଲ୍ମରେ ଗୀତ ଗାଇଥିଲେ । ଯାହା ପରେ ସେ ୧୯୪୫ରେ ଚାଲି ଆସିଥିଲେ ମାୟାନଗରୀ । ଉସ୍ତାଦ୍ଅ ମାନ ଅଲ୍ଲୀ ଖାନଙ୍କ ଠାରୁ ଇଣ୍ଡିଆନ୍ କ୍ଲାସିକାଲ୍ ଗୀତ ଶିକ୍ଷା ନେଇଥିଲେ । ୧୯୫୧ରେ ଏସଡି ବର୍ମନଙ୍କ 'ସଜା' ଫିଲ୍ମରେ ଲିଡ୍ ଫିମେଲ୍ ସିଙ୍ଗର ଭାବେ ତାଙ୍କୁ ଗୀତ ଗାଇବାର ମୌକା ମିଳିଥିଲା । ଯାହା ପରେ ପିଲାଦିନର ହେମା ଲତା ମଙ୍ଗେସକର୍ ସାଜି ବେଶ ସଫଳତା ହାସଲ କରିଥିଲେ । ଗୋଟେ ପରେ ଗୋଟେ ସୁପହିଟ୍ ଗୀତ ଗାଇ ସେ ଚଢ଼ି ଚାଲିଥିଲେ ସଫଳତାର ପାହାଚ ।

ଷାଠିଏ ଦଶକରେ ଅନେକ ସୁପରହିଟ୍ ଗୀତ ବଲିଉଡକୁ ଭେଟି ଦେଇଥିଲେ ଲତା । ପ୍ୟାର୍ କିୟା ତୋ ଡରନା କିୟା, ଆଲ୍ଲା ତେରୋ ନାମ୍, କହିଁ ଦୀପ୍ ଜଲେ କହିଁ ଦିଲ୍, କୋରା କାଗଜ୍ ଥା ୟେ ମନ୍ ମେରା, ତେରେ ବିନା ଜିନ୍ଦେଗୀ ସେ କୋଇ, ଲଗ୍ ଜା ଗଲେ, ହୋ ପର୍ ଦେଶିୟା ଆଦି ଗୀତରେ ଲତାଙ୍କ ସ୍ୱର ଯାଦୁ ସାରା ଜଗତରେ ଖେଳିଯାଇଥିଲା । ୧୯୪୨ରୁ ୧୯୯୧ ପର୍ଯ୍ୟନ୍ତ ଗୀତ ଗାଇଛନ୍ତି ଲତା ମଙ୍ଗେସକର ।

ନିଜ ସଫଳ କ୍ୟାରିୟର ମଧ୍ୟରେ ଅନେକ ସମ୍ମାନର ଅଧିକାରିଣୀ ହୋଇଛନ୍ତି ଲତା । ୧୯୫୮ରେ ତାଙ୍କୁ ପ୍ରଥମ ଥର ମିଳିଥିଲା ଫିଲ୍ମ ଫେୟାର ଆୱାର୍ଡ । ଏହାପରେ ୧୯୬୩ ମସିହାରେ 'କହିଁ ଦୀପ୍ ଜଲେ କହିଁ ଦିଲ୍' ଗୀତ ପାଇଁ ତାଙ୍କୁ ପୁଣି ଦ୍ୱିତୀୟ ଥର ପାଇଁ ଫିଲ୍ମ ଫେୟାର୍ ଆୱାର୍ଡ ମିଳିଥିଲା । ତିନି ଥର ଜାତୀୟ ଫିଲ୍ମ ଫେୟାର ଆୱାର୍ଡ, ଚାରି ଥର ଫିଲ୍ମ ଫେୟାର ଆୱାର୍ଡ ଫର୍ ବେଷ୍ଟ୍ ପ୍ଲେ ବେକ୍ ସିଙ୍ଗର୍, ଦୁଇ ଥର ସ୍ପେଶାଲ ଫିଲ୍ମ ଫେୟାର ଆୱାର୍ଡ ହେଉଛି ତାଙ୍କ ସଫଳତାର ପ୍ରମାଣ । ୧୯୬୯ରେ ସୁର ସାମ୍ରାଜ୍ଞୀଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି ୧୯୮୯ ମସିହାରେ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୧୯୯୯ରେ ରାଜୀବ ଗାନ୍ଧି ସଦଭାବନା ସମ୍ମାନ ସହ ମିଳିଥିଲା ପଦ୍ମ ବିଭୂଷଣ ସମ୍ମାନ । ୨୦୦୧ରେ ତାଙ୍କୁ ମିଳିଥିଲା ସର୍ବୋଚ୍ଚ ବୋସାମରିକ ସମ୍ମାନ ଭାରତ ରତ୍ନ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+