ପଞ୍ଚଭୂତରେ ବିଲୀନ ହେଲେ ଖଳନାୟକ ରାଇମୋହନ

ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ବିଲୀନ ହେଲେ ଲୋକପ୍ରିୟ ଅଭିନେତା ତଥା ଖଳନାୟକ ରାଇମୋହନ ପରିଡ଼ା । ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମୁଖାଗ୍ନି ଦେଇଛନ୍ତି ତାଙ୍କର ଦୁଇ ଝିଅ।

ପୁରୀ: ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ବିଲୀନ ହେଲେ ଲୋକପ୍ରିୟ ଅଭିନେତା ତଥା ଖଳନାୟକ ରାଇମୋହନ ପରିଡ଼ା । ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମୁଖାଗ୍ନି ଦେଇଛନ୍ତି ତାଙ୍କର ଦୁଇ ଝିଅ।

RAI

ଶେଷ ଥର ପାଇଁ ପ୍ରିୟ ଅଭିନେତାଙ୍କ ଦର୍ଶନ ନିମନ୍ତେ ରାଇଙ୍କ ବାସଭବନରେ ଜନସମୁଦ୍ର ଲାଗିରହିଥିଲା। ଭୁବନେଶ୍ବର ବାସଭବନରୁ ରାଇଙ୍କ ମର ଶରୀରକୁ ମୁକ୍ତିରଥରେ ପ୍ରଥମେ ଉତ୍କଳ ସଂଗୀତ ମହାବିଦ୍ୟାଳକୁ ନିଆଯାଇଥିଲା। ଏହାପରେ ପରିବାର ସହ ତାଙ୍କର ଶେଷକୃତ୍ୟ ପାଇଁ ସ୍ବର୍ଗଦ୍ବାରକୁ ନିଆଯାଇଥିଲା । ଏହି ଦିବଂଗତ ଅଭିନେତାଙ୍କୁ ଶେଷ ବିଦାୟ ଜଣାଇବାକୁ ବୁହ ସଂଖ୍ୟାରେ ଜନସାଧାରଣ ସ୍ବର୍ଗଦ୍ବାର ସାମନାରେ ଉପସ୍ଥିତ ଥିଲେ । ସବୁବେଳେ ହସୁଥିବା ଏହି ଅଭିନେତା ଆଜି ହସି ହସି ସମସ୍ତଙ୍କ ଠାରୁ ବିଦାୟ ନେଇଛନ୍ତି ।

ଶୁକ୍ରବାର ପୂର୍ବାହ୍ନ ୧୧ଟା ୪୫ ମିନିଟରେ ସିନେ ଜଗତ ଉପରେ ଖେଳିଯାଇଥିଲା କଳା ବାଦଲ । ରାଇମୋହନ ଆତ୍ମହତ୍ୟା କରିଛନ୍ତି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଏହାକୁ କେହି ବି ସହଜରେ ବିଶ୍ବାସ କରିପାରିନଥିଲେ । ପାରିବାରିକ ଅସନ୍ତୋଷ କାରଣରୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା । ପ୍ରାଚୀ ବିହାର ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+