ବାବୁଶାନଙ୍କୁ ଭେଟିଲେ ଶ୍ବଶୂର ଲଳିତ ଶତପଥୀ
ଜନ୍ମଦିନ ପାର୍ଟି ପରେ ତୃପ୍ତିଙ୍କ ବାପା ଅର୍ଥାତ ବାବୁଶାନଙ୍କ ଶ୍ବଶୂର ଲଳିତ ଶତପଥୀ ବାବୁଶାନଙ୍କ ଘରକୁ ଆସିଥିବା ଦେଖାଯାଇଛି । ଲଳିତ ଶତପଥୀ ଜ୍ବାଇଁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଶୀଘ୍ର ଘଟଣାର ସମାଧାନ ନେଇ ଆଲୋଚନା କରିଛନ୍ତି।
ଭୁବନେଶ୍ବର: ତୁଟୁନି ବାବୁଶାନ-ତୃପ୍ତି-ପ୍ରକୃତି ବିବାଦ । ଦିନକୁ ଦିନ ସମାଧାନ ନେଇ ବଢୁଛି ସସପେନ୍ସ । ଏହାରି ଭିତରେ ଆଜି ଅଭିନେତା ବାବୁଶାନଙ୍କ ଜନ୍ମଦିନ ପାଳନ ହୋଇ ଯାଇଛି । ମାଆ ଅପରାଜିତା ମହାନ୍ତି ଏବଂ କିଛି ଅଭିନେତା, ପ୍ରଯୋଜକଙ୍କ ସହ ଜନ୍ମଦିନ ପାଳିଛନ୍ତି ବାବୁଶାନ। ବାବୁଶାନଙ୍କ ଘର ଆଗରେ ଫ୍ୟାନ୍ସଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ଅଭିନେତା ବାବୁଶାନ ପୂର୍ବରୁ ପତ୍ନୀ ତୃପ୍ତିଙ୍କ ସହିତ ଜନ୍ମଦିନ ପାଳନ ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । କିନ୍ତୁ ଏହି ପାର୍ଟିରେ ତୃପ୍ତି କିମ୍ବା ପୁଅ ଗୁହାନ ଦେଖାଯାଇ ନଥିଲେ ।

ଅନ୍ୟପଟେ ଜନ୍ମଦିନ ପାର୍ଟି ପରେ ତୃପ୍ତିଙ୍କ ବାପା ଅର୍ଥାତ ବାବୁଶାନଙ୍କ ଶ୍ବଶୂର ଲଳିତ ଶତପଥୀ ବାବୁଶାନଙ୍କ ଘରକୁ ଆସିଥିବା ଦେଖାଯାଇଛି । ଲଳିତ ଶତପଥୀ ଜ୍ବାଇଁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଶୀଘ୍ର ଘଟଣାର ସମାଧାନ ନେଇ ଆଲୋଚନା କରିଛନ୍ତି। ଏଥିସହ ଝିଅ ଓ ନାତିଙ୍କ ସହିତ ଆଗାମୀ ଭବିଷ୍ୟତ ଭଲରେ କାଟିବା ପାଇଁ ଉପଦେଶ ଦେଇଥିବା ଜଣାପଡିଛି ।
ଏଥିସହ ଅଭିନେତା ରବି ମିଶ୍ର ଗଣମାଧ୍ୟମ ସାମନାରେ ଘଟଣାର ସମାଧାନ ଖୁବ ଶୀଘ୍ର ହୋଇଯିବ ବୋଲି କହିଛନ୍ତି । ପରିବାର ଭିତରେ ଏପରି ହୁଏ । ଏହାର ସମାଧାନ ରହିଛି । ଖୁବ ଜଲଦି ମନ ମିଶିବ , ସୁଖର ସଂସାର ପୁଣି ଆଗକୁ ଚାଲିବ ବୋଲି ମତ ରଖିଛନ୍ତି ।












Click it and Unblock the Notifications