ଲଳିତ ମୋଦି-ସୁସ୍ମିତା ସେନଙ୍କର ବ୍ରେକ ଅପ୍ ! ପ୍ରୋଫାଇଲ ଫଟୋ ବଦଳାଇଲେ ଲଳିତ

ଲଳିତ ମୋଦି-ସୁସ୍ମିତା ସେନଙ୍କର ବ୍ରେକ ଅପ୍ ! ପ୍ରୋଫାଇଲ ଫଟୋ ବଦଳାଇଲେ ଲଳିତ

Lalit Modi-Sushmita Sen: ଶିଳ୍ପପତି ଲଳିତ ମୋଦି ଓ ସୁସ୍ମିତା ସେନଙ୍କର ହେଲା ବ୍ରେକଅପ୍ । କିଛି ଦିନ ତଳେ ଲଳିତ ମୋଦି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ସହ କିଛି ଫଟୋ ସେୟାର କରି ନିଜ ସମ୍ପର୍କ ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ନୂଆ ଜୀବନ ଆରମ୍ଭ କରିବା ପାଇଁ ଯାଉଛନ୍ତି ବୋଲି କହିଥିଲେ ଲଳିତ୍ ମୋଦି ।

sushmita sen

ଏବେ ଉଭୟଙ୍କ ବ୍ରେକ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ବିଷୟରେ ଉଭୟ କୌଣସି ଘୋଷଣା କରି ନାହଁନ୍ତି ସତ ହେଲେ ଲଳିତ ମୋଦିଙ୍କର କିଛି ସୋସିଆଲ ମିଡିଆରେ କିଛି ପରିବର୍ତ୍ତନ କରିଛନ୍ତି ,ଯାହାରୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଲଳିତ ମୋଦି ସୋସିଆଲ ମିଡିଆ ବାୟୋରୁ ସୁସ୍ମିତାଙ୍କ ନାଁ ହଟାଇ ଦେଇଛନ୍ତି । ସେହିପରି ସୁସ୍ମିତାଙ୍କ ସେ ନିଜର ଏକ ଫଟୋ ପ୍ରୋଫାଇଲ୍ ଫୋଟ ଭାବେ ରଖିଥିଲେ ଏବେ ଏହାକୁ ମଧ୍ୟ ହଟାଇ ତ୍ରିରଙ୍ଗା ଲଗାଇଛନ୍ତି ।

ତେବେ ଦୁଇ ମାସ ତଳେ ଲଳିତ ମୋଦି ସୁସ୍ମିତାଙ୍କ ନିଜ ପ୍ରେମ ସମ୍ପର୍କ ବିଷୟରେ ସୂଚନା ଦେଇଥିଲେ । ଉଭୟ ମାଳଦ୍ୱୀପରେ ଏକାଠି ଛୁଟି କାଟିବା ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ ଲଳିତ । ଯାହା ପରେ ଉଭୟଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା । ଉଭୟଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବା ପାଇଁ ପଡିଥିଲା । ଉଭୟଙ୍କ ବ୍ରେକଅପ୍ ଖବର ଚର୍ଚ୍ଚା ହେବା ସହ ଅନେକ ମିମସ୍ ମଧ୍ୟ ଭାଇରାଲ ହେଉଛି । ଅନ୍ୟପଟେ ଏପର୍ଯ୍ୟନ୍ତ ଉଭୟ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+