ପରଦାକୁ ଆସିଲା ଲାଲ ସିଂ ଚଢ଼ା ଓ ରକ୍ଷା ବନ୍ଧନ ଫିଲ୍ମ
ଆଜି ବଡ ପରଦାରେ ମୁକ୍ତିଲାଭ କରିଛି ଦୁଇଟି ଚର୍ଚ୍ଚିତ ବଲିଉଡ୍ ଫିଲ୍ମ ଲାଲ ସିଂ ଚଢା ଏବଂ ରକ୍ଷା ବନ୍ଧନ । ଲାଲ ସିଂ ଚଢାରେ ସୁପରଷ୍ଟାର ଅମୀର ଖାନ ଏବଂ କରୀନା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ମୁମ୍ବାଇ: ଆଜି ବଡ ପରଦାରେ ମୁକ୍ତିଲାଭ କରିଛି ଦୁଇଟି ଚର୍ଚ୍ଚିତ ବଲିଉଡ୍ ଫିଲ୍ମ ଲାଲ ସିଂ ଚଢା ଏବଂ ରକ୍ଷା ବନ୍ଧନ । ଲାଲ ସିଂ ଚଢାରେ ସୁପରଷ୍ଟାର ଅମୀର ଖାନ ଏବଂ କରୀନା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ରକ୍ଷା ବନ୍ଧନରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର। ଭାଇ ଭଉଣୀ ସମ୍ପର୍କ ନେଇ ପ୍ରସ୍ତୁତ ହୋଇଛି ଏହି ଚଳଚ୍ଚିତ୍ର।

ଲାଲ ସିଂ ଚଢ଼ା ଫିଲ୍ମ ରିଲିଜ ହେବା ପୂର୍ବରୁ ଅମିର ଖାନ ଏହାର ବୟକଟ୍କୁ ନେଇ ଚିନ୍ତାରେ ଥିଲେ । ଗତକାଲି ଫିଲ୍ମର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବଲିଉଡର ବଡ ତାରକାମାନେ ଏକାଠି ହୋଇଥିଲେ । ଏପଟେ ଆଲିଆ ଭଟ୍ଟ ଏହି ଫିଲ୍ମ ଦେଖିବାକୁ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି ।
ଅମୀର ଖାନ ଏହି ଚଳଚ୍ଚିତ୍ର ପାଇଁ 50 କୋଟି ଟଙ୍କା ଆଦାୟ କରିଛନ୍ତି । ଏଥିସହିତ କରୀନା କପୁର ଖାନ ଏହି ଚଳଚ୍ଚିତ୍ର ପାଇଁ ଫି ଭାବରେ 8 କୋଟି ଟଙ୍କା ପାଇଛନ୍ତି । ଦକ୍ଷିଣୀ ସିନେମାର ସୁପରଷ୍ଟାର ନାଗା ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରି 6 କୋଟି ଫି ନେଇଛନ୍ତି । ବର୍ତ୍ତମାନ 11 କୋଟି କଲେକ୍ସନ କରିଥିବାବେଳେ, ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନ ମାତ୍ର 4କୋଟି କଲେକ୍ସନ କରିବାରେ ସଫଳ ହୋଇଛି । କେଉଁ ଫିଲ୍ମ କେତେ କଲେକ୍ସନ କରିବ ତାହା ଦେଖିବା ବାକି ରହିଲା ।












Click it and Unblock the Notifications