ବକ୍ସଅଫିସରେ 'ଲାଲ ସଲାମ' କରୁଛି ରାଜ୍, ରଜନୀକାନ୍ତଙ୍କ ଫିଲ୍ମ ପ୍ରଥମ ଦିନର କରିବ ଏତେ କୋଟିର ବ୍ୟବସାୟ

Lal Salaam Box Office Collection Day 1: ଜେଲରରେ ନିଜର ଯାଦୁ ଦେଖାଇବା ପରେ ରଜନୀକାନ୍ତ ଚଳିତ ବର୍ଷର ପ୍ରଥମ ଚଳଚ୍ଚିତ୍ର 'ଲାଲ ସଲାମ' ସହିତ ପରଦାରେ ପ୍ରବେଶ କରିଛନ୍ତି। ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର 9 ଜାନୁଆରୀ 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏବଂ ପ୍ରଥମ ଦିନରେ ହିଁ ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ।

'ଲାଲ ସଲାମ'ର ପ୍ରଥମ ଦିନର ସଂଗ୍ରହର ପ୍ରାରମ୍ଭିକ ଆକଳନ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, 'ଲାଲ ସଲାମ' ପ୍ରଥମ ଦିନରେ ପ୍ରେକ୍ଷାଳୟରେ 4 କୋଟି ଟଙ୍କା ଆୟ କରିଛି। ଚଳଚ୍ଚିତ୍ରର ପୂରା ଦିନର ସଂଗ୍ରହ ବିଷୟରେ ବାଣିଜ୍ୟ ବିଶ୍ଳେଷକମାନେ କହିଛନ୍ତି ଯେ 'ଲାଲ ସଲାମ' 8-10 କୋଟି ଟଙ୍କାରେ ବ୍ୟବସାୟ କରିବାର ସମ୍ଭବନା ରହିଛି ।

Lal Salaam

ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିଛି। ତାମିଲ ଭାଷାଭାଷୀ ରାଜ୍ୟଗୁଡିକରେ ଚଳଚ୍ଚିତ୍ରଟି ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି ଏବଂ ତେଣୁ ଏହି ଅଞ୍ଚଳରେ ଫିଲ୍ମଟି ଭଲ ଆୟ କରିବ ବୋଲି ଆଶା କରାଯାଉଛି । ଓରମାକ୍ସ ଇଣ୍ଡିଆ ଅନୁଯାୟୀ 'ଲାଲ ସଲାମ' କେବଳ ତାମିଲ ଭାଷା ସଂସ୍କରଣରେ 5.1 କୋଟି ଟଙ୍କା ରୋଜଗାର କରିପାରେ ।

'ଲାଲ ସଲାମ' ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ତାଙ୍କ ସଫଳକା କାମନା କରିଛନ୍ତି ପିତା ରଜନୀକାନ୍ତ । ରଜନୀକାନ୍ତ X ଆକାଉଣ୍ଟରେ ଲେଖିଛନ୍ତି- 'ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ତୁମର ଚଳଚ୍ଚିତ୍ର 'ଲାଲ ସଲାମ'କୁ ଏକ ବଡ଼ ସଫଳତା ମିଳୁ । 'ଲାଲ ସଲାମ' ଏକ କ୍ରୀଡା ଡ୍ରାମା ଫିଲ୍ମ । 'ଲାଲ ସଲାମ'ରେ ବିଷ୍ଣୁ ବିଶାଲ ଏବଂ ବିକ୍ରାନ୍ତ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ରଜନୀକାନ୍ତଙ୍କ ଏହି ଚଳଚ୍ଚିତ୍ରରେ କ୍ୟାମୋ କରିଛନ୍ତି । ସୋସିଆଲ ମିଡିଆରେ ଏହି ଫିଲ୍ମ ଲଗାତାର ଟ୍ରେଣ୍ତରେ ରହିଛି । ଲୋକଙ୍କର ବେଶ ଭଲ ପ୍ରତିକ୍ରିୟା ମଧ୍ୟ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+