ପୁଣି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଖାରଜ
ପୁଣି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଖାରଜ
ଭୁବନେଶ୍ୱର: ଦିନ ଗଡିବା ସହ ବଢିବାରେ ଲାଗିଛି ଅର୍ଚ୍ଚନାଙ୍କ ଟେନସନ୍ । ସମୟ ଖୋଲୁଛି ନୂଆ ନୂଆ ଗୁମର । ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ଇଡି । ଏଥର ମଧ୍ୟ ମିଳିଲା ନାହିଁ ଜାମିନ୍ । ନିରାଶ ହେଲେ ଲେଡି ବ୍ଲାକମେଲର । ଭୁବନେଶ୍ୱର JMFC-୩ ତାଙ୍କ ଜାମିନକୁ ଖାରଜ କରିଛି । ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ମାଗିବା ଏବଂ ବ୍ଲାକମେଲିଂ କରିବା ମାମଲାରେ ତାଙ୍କ ଜାମିନ ଆବେଦନକୁ ଆଜି ଖାରଜ କରାଯାଇଛି ।

ସେପଟେ ଆଜି ଇଡିରେ ହାଜର ହୋଇଛନ୍ତି ଖଗେଶ୍ୱରଙ୍କ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ । ତାଙ୍କୁ ମଧ୍ୟ ଇଡି ପକ୍ଷରୁ ସମନ ପଠାଇଯାଇଥିଲା । ତେବେ ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କୁ ଜେରା କରାଯାଇ ସାରିଲାଣି । ଗତକାଲି ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ପ୍ରାୟ ୧୨ ଘଣ୍ଟା କାଳ ଜେରା କରିଥିଲା ଇଡି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅର୍ଚ୍ଚନା ନାଗ ପ୍ରମୋଦ ସ୍ୱାଇଁ ଘରେ ଭଡା ରହୁଥିଲେ । ଭଡା ନ ଦେବାରୁ ୨୦୧୭ରେ ଘଣ୍ତଗିରି ଥାନାରେ ପ୍ରମୋଦ ଏକ ଏତଲା ଦେଇଥିଲେ । ଏହା ପରେ ଅର୍ଚ୍ଚନା ମଧ୍ୟ ପ୍ରମୋଦଙ୍କ ବିରୋଧରେ ଏଫଆଇଆର୍ ଦେଇଥିଲେ । ଏହି ଏତଲାରେ ଅର୍ଚ୍ଚନା ଅଭିଯୋଗ କରିଥିଲେ ଯେ, ପ୍ରମୋଦ ତାଙ୍କୁ ଫିଲ୍ମରେ ସୁଯୋଗ ଦେବାର ଲୋଭ ଦେଖାଉଥିଲେ । ମାସିକ ଦରମା ସହ ଘର ଦେବା ପାଇଁ କହିଥିଲେ । ଏହା ପେର ସେ ସୁଯୋଗ ଦେଖି ନିଶାଦ୍ରବ୍ୟ ମିଶାଇ ତାଙ୍କର ନ୍ୟୁଡ୍ ଫଟୋ ଓ ଭିଡିଓ କରିଥିଲେ ଏବଂ ଯାହାର ଭୟ ଦେଖାଇ ସେ ବାରମ୍ବାର ତାଙ୍କ ( ଅର୍ଚ୍ଚନା ନାଗ) ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ଆଣିଥିଲେ ଅର୍ଚ୍ଚନା ନାଗ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications