For Quick Alerts
Turn On Notification  
For Daily Alerts
Oneindia App Download

ପୁଣି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଖାରଜ

ପୁଣି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଖାରଜ

|

ଭୁବନେଶ୍ୱର: ଦିନ ଗଡିବା ସହ ବଢିବାରେ ଲାଗିଛି ଅର୍ଚ୍ଚନାଙ୍କ ଟେନସନ୍ । ସମୟ ଖୋଲୁଛି ନୂଆ ନୂଆ ଗୁମର । ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ଇଡି । ଏଥର ମଧ୍ୟ ମିଳିଲା ନାହିଁ ଜାମିନ୍ । ନିରାଶ ହେଲେ ଲେଡି ବ୍ଲାକମେଲର । ଭୁବନେଶ୍ୱର JMFC-୩ ତାଙ୍କ ଜାମିନକୁ ଖାରଜ କରିଛି । ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ମାଗିବା ଏବଂ ବ୍ଲାକମେଲିଂ କରିବା ମାମଲାରେ ତାଙ୍କ ଜାମିନ ଆବେଦନକୁ ଆଜି ଖାରଜ କରାଯାଇଛି ।

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା

ସେପଟେ ଆଜି ଇଡିରେ ହାଜର ହୋଇଛନ୍ତି ଖଗେଶ୍ୱରଙ୍କ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ । ତାଙ୍କୁ ମଧ୍ୟ ଇଡି ପକ୍ଷରୁ ସମନ ପଠାଇଯାଇଥିଲା । ତେବେ ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କୁ ଜେରା କରାଯାଇ ସାରିଲାଣି । ଗତକାଲି ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ପ୍ରାୟ ୧୨ ଘଣ୍ଟା କାଳ ଜେରା କରିଥିଲା ଇଡି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅର୍ଚ୍ଚନା ନାଗ ପ୍ରମୋଦ ସ୍ୱାଇଁ ଘରେ ଭଡା ରହୁଥିଲେ । ଭଡା ନ ଦେବାରୁ ୨୦୧୭ରେ ଘଣ୍ତଗିରି ଥାନାରେ ପ୍ରମୋଦ ଏକ ଏତଲା ଦେଇଥିଲେ । ଏହା ପରେ ଅର୍ଚ୍ଚନା ମଧ୍ୟ ପ୍ରମୋଦଙ୍କ ବିରୋଧରେ ଏଫଆଇଆର୍ ଦେଇଥିଲେ । ଏହି ଏତଲାରେ ଅର୍ଚ୍ଚନା ଅଭିଯୋଗ କରିଥିଲେ ଯେ, ପ୍ରମୋଦ ତାଙ୍କୁ ଫିଲ୍ମରେ ସୁଯୋଗ ଦେବାର ଲୋଭ ଦେଖାଉଥିଲେ । ମାସିକ ଦରମା ସହ ଘର ଦେବା ପାଇଁ କହିଥିଲେ । ଏହା ପେର ସେ ସୁଯୋଗ ଦେଖି ନିଶାଦ୍ରବ୍ୟ ମିଶାଇ ତାଙ୍କର ନ୍ୟୁଡ୍ ଫଟୋ ଓ ଭିଡିଓ କରିଥିଲେ ଏବଂ ଯାହାର ଭୟ ଦେଖାଇ ସେ ବାରମ୍ବାର ତାଙ୍କ ( ଅର୍ଚ୍ଚନା ନାଗ) ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ଆଣିଥିଲେ ଅର୍ଚ୍ଚନା ନାଗ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Lady blackmailer Archana Nag's Bail rejected
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X