Get Updates
Get notified of breaking news, exclusive insights, and must-see stories!

Year Ender 2024: ସ୍ତ୍ରୀ 2 ରୁ ଲାପତା ଲେଡିଜ୍' ବଡ଼ ଧମାକା ଆଣିଥିଲା କମ ବଜେଟ୍ ସିନେମା; ଲୋକପ୍ରିୟତା ସହ ଛାପିଲା ମୋଟା ନୋଟ୍

ମନୋରଞ୍ଜନ ଦୁନିଆରେ ଅନେକ ବଡ ବଜେଟ୍ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ, ଯାହା ବିଷୟରେ ଅନେକ ଚର୍ଚ୍ଚା ରହିଥାଏ । 2024ରେ ମନୋରଞ୍ଜନ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଖାସ୍ ରହିଥିଲା । ଏହି ବର୍ଷ ଅନେକ ଫିଲ୍ମ ରିଲିଜ ହୋଇଥିଲା ଯାହା ବକ୍ସ ଅଫିସରେ ସଫଳତା ହାସଲ କରିଛି । ଏଥିମଧ୍ୟରେ କିଛି ଏପରି ଚଳଚ୍ଚିତ୍ର ଅଛି, ଯାହା ସ୍ୱଳ୍ପ ବଜେଟ୍ ଥାଇ ମଧ୍ୟ ଦର୍ଶକଙ୍କ ମନ ଜିତିବା ସହ ବ୍ଲକବ୍ଲଷ୍ଟ ପ୍ରମାଣିତ ହୋଇଛି ।

1. 'ସ୍ତ୍ରୀ 2'

ସ୍ୱଳ୍ପ ବଜେଟ୍ ଏବଂ ଅଧିକ ଆୟ କରୁଥିବା ଚଳଚ୍ଚିତ୍ର ତାଲିକାରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର କମେଡି 'ସ୍ତ୍ରୀ ୨' ଅନ୍ତର୍ଭୁକ୍ତ । ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଅମର କୌଶିକ 60 କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ବକ୍ସ ଅଫିସରେ ରିଲିଜ୍ ହେବା ମାତ୍ରେ ଅନେକ ରେକର୍ଡ ଭାଙ୍ଗିବା ସହ ବିପୁଳ ରୋଜଗାର କରିଛି । ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର କମେଡି ସାରା ବିଶ୍ୱରେ 880 କୋଟି ଟଙ୍କା ବ୍ୟବସାୟ କରିଛି। 'ସ୍ତ୍ରୀ ୨' ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଭାବରେ ପରିଣତ ହୋଇଛି।

laapata ladies to stree 2

2. 'ଲାପତା ଲେଡିଜ୍'

କିରଣ ରାଓଙ୍କ ନିର୍ଦ୍ଦେଶିତ 'ଲାପତା ଲେଡିଜ୍' ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ରରେ ନିତାଂସି ଗୋୟଲ, ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ, ରବି କିଶନ ଏବଂ ଛାୟା ପ୍ରମୁଖ ଭୂମିକାରେ ଅଛନ୍ତି। ତେବେ ପ୍ରେକ୍ଷାଳୟ ପ୍ରତି ଦର୍ଶକଙ୍କୁ ଆକର୍ଷିତ କରିବାରେ 'ଲାପତା ଲେଡିଜ୍' ନିଶ୍ଚିତ ଭାବରେ ବିଫଳ ହୋଇଥିଲା । କିନ୍ତୁ, ଯେତେବେଳେ ଏହା OTT ରେ ରିଲିଜ ହେଲା, ଏହା ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ନେଟଫ୍ଲିକ୍ସରେ ପ୍ରିମିୟର୍ ହେବା ପରେ ଫିଲ୍ମଟି ଅଧିକ ପ୍ରଶଂସା ଏବଂ ସ୍ୱୀକୃତି ଲାଭ କରିଥିଲା ।| 10 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଓସ୍କାରରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲା । ହେଲେ ର୍ଦୁଭାଗ୍ୟ ବଶତଃ ଓସ୍କାର ରେସରୁ ବାଦ ପଡିଲା । 'ଲାପତା ଲେଡିଜ୍' ସାରା ବିଶ୍ୱରେ 27.66 କୋଟି ଟଙ୍କା ରୋଜଗାର କରିଛି । ଏହି ଚଳଚ୍ଚିତ୍ରଟି ନେଟଫ୍ଲିକ୍ସରେ 13.8 ମିଲିୟନ୍ ଭ୍ୟୁ ପାଇଥିଲା, ଯାହା ଏକମାତ୍ର ଅଣ-ଇଂରାଜୀ ଚଳଚ୍ଚିତ୍ର ହୋଇ OTT ରେ ରେକର୍ଡ ଭାଙ୍ଗିଥିଲା ।

3.'ହନୁମାନ'

ତେଜା ସାଜାଙ୍କ ଅଭିନୀତ ପ୍ରଶାନ୍ତ ଭର୍ମାଙ୍କ ନିର୍ଦ୍ଦେଶିତ 'ହନୁ-ମ୍ୟାନ୍' ଏକ ତେଲୁଗୁ ସୁପରହିଟ୍ ଫିଲ୍ମ 'ହନୁମାନ' । 40 କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 350 କୋଟି ଟଙ୍କା ଆୟ କରିବା ସହ ଲୋକପ୍ରିୟତା ହାସଲ କରିଥିଲା । ଏହି ଚଳଚ୍ଚିତ୍ରରେ ବରଲକ୍ଷ୍ମୀ ସରଥକୁମାର, ଅମୃତା ଆୟର୍ ଏବଂ ବିନୟ ରାୟ ମଧ୍ୟ ଅଭିନୟ କରିଛନ୍ତି।

4. 'ସୈତାନ'

ଅଜୟ ଦେବଗନଙ୍କ ଫିଲ୍ମ 'ସୈତାନ' ସ୍ୱଳ୍ପ ବଜେଟର ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । 40 କୋଟି ଟଙ୍କା ବଜେଟରେ ନିର୍ମିତ ଏହା ଏକ ହରରର କଳା ଯାଦୁ ଆଧାରିତ ଚଳଚ୍ଚିତ୍ର । ଯାହା ସାରା ବିଶ୍ୱରେ 211.06 କୋଟି ଟଙ୍କା ରୋଜଗାର କରିଛି । ଏହି ଚଳଚ୍ଚିତ୍ରରେ ଲୋକମାନେ ଆର. ମାଧବନଙ୍କ ଅଭିନୟ ବହୁତ ପସନ୍ଦ କରିଥିଲେ ଲୋକେ ।

5. 'ଆର୍ଟିକିଲ 370'

ୟାମି ଗୌତମଙ୍କ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର 'ଆର୍ଟିକିଲ 370' ଚଳିତ ବର୍ଷ ଖବରରେ ଥିଲା । ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର 20 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର 100 କୋଟି ଟଙ୍କାର ଅତିକ୍ରମ କରିବାରେ ସଫଳ ହୋଇଥିଲା। ଏହା ସାରା ବିଶ୍ୱରେ 110.57 କୋଟି ଟଙ୍କା କଲେକ୍ସନ କରିଛି । ଏହି ଫିଲ୍ମଟି ଦ କାଶ୍ମୀର ଫାଇଲ୍ସ ପରି ଜାମ୍ମୁ କାଶ୍ମୀରର ସମସ୍ୟା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ସାଉଥ ଅଭିନେତ୍ରୀ ପ୍ରିୟା ମଣି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ଅରୁଣ ଗୋବିଲ, ବୈଭବ ତତ୍ବବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ବିନୀ କୌଲଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଅନ୍ୟପଟେ ଶିକ୍ଷଣୀୟ ରାଷ୍ଟ୍ରବାଦୀ ସିନେମା ଲୋକକୁ ଆକର୍ଷିତ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+