ଓଟିଟିରେ ରିଲିଜ୍ ହେବ 'ଲାଲ୍ ସିଂ ଚଢା'
ଅନେକ ଦିନରୁ ଅମୀର ଖାନଙ୍କ ଫିଲ୍ମ ‘ଲାଲ୍ ସିଂ ଚଢା'କୁ ନେଇ ବେଶ ଚର୍ଚ୍ଚା ଲାଗିରହିଛିଫିଲ୍ମ ‘ଲାଲ ସିଂ ଚଢା'ହଲ୍ରେ ରିଲିଜ୍ ହେବା ସହଓଟିଟି ରେ ମଧ୍ୟ ରିଲିଜ୍ କରାଯିବLaal Singh Chaddha release on OTT too).
ଭୁବନେଶ୍ୱର:ଅନେକ ଦିନରୁ ଅମୀର ଖାନଙ୍କ ଫିଲ୍ମ 'ଲାଲ୍ ସିଂ ଚଢା'କୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି । ବକ୍ସ ଅଫିସ୍ରେ ନିଜ କମାଲ ଦେଖାଇବା ପାଇଁ ପ୍ରତସ୍ତୁତ ଅଛି ଫିଲ୍ମ ।କରୋନା କାରଣରୁପୂର୍ବରୁ ଏହାର ରିଲିଜ୍ ତାରିଖ ଅନେକ ଥର ଘୁଞ୍ଚା ଯାଇଥିଲା ।ହେଲେ ଆସନ୍ତା ଅଗଷ୍ଟ ୧୧ରେ ଏହି ଫିଲ୍ମ ହେବ ରିଲିଜ୍ । ତେବେ ଫିଲ୍ମ 'ଲାଲ ସିଂ ଚଢା'ଏକ ବ୍ଲକବଷ୍ଟର ହଲିଉଡ ଫିଲ୍ମ 'ଫରେଷ୍ଟ ଗମ୍ପ'ର ରିମେକ ।

ଅମୀର ଖାନ ଏହି ଫିଲ୍ମକୁ ନିଜ ଷ୍ଟାଇଲ୍ରେ ଦର୍ଶକଙ୍କୁ ଦେଖାଇବା ପାଇଁ ଚେଷ୍ଟା କରିଛନ୍ତି । ତେବେ ଅମୀର ଖାନ ଓ କରିନାଙ୍କ ଫିଲ୍ମ 'ଲାଲ ସିଂ ଚଢା'ହଲ୍ରେ ରିଲିଜ୍ ହେବା ସହ
ଓଟିଟି ରେ ମଧ୍ୟ ରିଲିଜ୍ କରାଯିବ । ହେଲେ ଏହାର ତାରିଖ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ତେବେ କେଉଁ ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମଟି ରିଲିଜ ହେବ ତାହାର ମଧ୍ୟ ସୂଚନା ଦିଆଯାଇ ନାହିଁ
ତେବେ ସିନେମା ହଲରେ ରିଲିଜର ଦୁଇମାସ ପରେ ଏହି ଫିଲ୍ମକୁ ଓଟିଟିରେ ରିଲିଜି ହେବ ।












Click it and Unblock the Notifications