ଓଟିଟିରେ ରିଲିଜ୍ ହେଲା 'ଲାଲ୍ ସିଂ ଚଢା'
ଓଟିଟିରେ ରିଲିଜ୍ ହେଲା 'ଲାଲ୍ ସିଂ ଚଢା'
ମୁମ୍ବାଇ: ଓଟିଟିରେ ପ୍ଲାଟଫର୍ମରେ ରିଲିଜ୍ ହେଲା 'ଲାଲ୍ ସିଂ ଚଢା' । ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢ଼ା' ନେଟଫ୍ଲିକ୍ସରେ ହୋଇଛି ରିଲିଜ୍ । ବିନା ଘୋଷଣାରେ ହିଁ ଫିଲ୍ମକୁ ହିନ୍ଦୀ, ତାମିଲ, ତେଲୁଗୁ ପରି ତିନୋଟି ଭାଷାରେ ରିଲିଜ୍ କରାଯାଇଛି । ଓଟିଟିରେ ପ୍ରିମିୟର ପରେ ପୁଣି ଟ୍ୱିଟରରେ ଟ୍ରେଣ୍ତ କରୁଛି #ଲାଲ୍ ସିଂ ଚଢା । ହେଲେ ନେଟଫ୍ଲିକ୍ସରେ ଏହି ସିନେମାକୁ ଦେଖିବା ପରେ ଅନେକ ଦର୍ଶକ ଫିଲ୍ମର କାହଣୀକୁ ପ୍ରଶଂସା କରୁଛନ୍ତି ।

୧୧ ଅଗଷ୍ଟ ତାରିଖରେ ରିଲିଜ୍ ହୋଇଥିଲା ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଲାଲ ସିଂ ଚଢା'। ଦୀର୍ଘ ୪ବର୍ଷ ପରେ ଆମିର ଖାନ ସିଲଭର ସ୍କ୍ରିନରେ କମ୍ ବ୍ୟାକ୍କ ରିଥିଲେ । ହେଲେ ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଟ୍ରୋଲର ଶିକାର ହୋଇଥିଲେ ଅଭିନେତା । ଏତେ ବର୍ଷର ଅଭିଜ୍ଞତା ମଧ୍ୟ କାମ କରିନଥିଲା ଦର୍ଶକଙ୍କର ବୟକଟ୍ ଦାବି ସାନ୍ନାରେ । ଦିନ ଗଡିବା ସହ ସୋସିଆଲ ମିଡିଆରେ ବୟକଟ୍ ଲାଲ୍ ସିଂ ଚଢାର ଟ୍ରେଣ୍ତ୍ ମଧ୍ୟ ବଢିବାରେ ଲାଗିଥିଲା । ବିବାଦ ମଧ୍ୟରେ ରିଲିଜ୍ ହୋଇଥିଲା ଫିଲ୍ମ । ହେଲେ ଫିଲ୍ମଟି ଫ୍ଲପ୍ ହୋଇଥିଲା ।
Super hit #Lal_Singh_Chadda on @netflix 👌 pic.twitter.com/JpiHlKQ787
— ak (@kanswal_anoop) October 7, 2022
ରିପୋର୍ଟ ଅନୁସାରେ, ଆମିର ଖାନ ଏହି ଚଳଚ୍ଚିତ୍ରର ଓଟିଟି ରାଇଟ୍ସକୁ ପ୍ରାୟ ୧୫୦ କୋଟିରେ ବିକ୍ରି କରିବାକୁ ଚାହୁଁଥିଲେ। ହେଲେ ନେଟଫ୍ଲିକ୍ସ ଲାଲ ସିଂ ଚଢାର ରାଇଟସ୍ ହାସଲ କରିବା ପାଇଁ ୮୦-୯୦ କୋଟି ଟଙ୍କା ଅଫର ଦେଇଥିଲା । ସେହିପରି ଆମିର ଡିଜିଟାଲ୍ ପ୍ରିମିୟର୍ ପୂର୍ବରୁ ଚାଇନାରେ ତାଙ୍କ ଫିଲ୍ମ ରିଲିଜ୍ କରିବାକୁ ଚାହୁଁଥିଲେ କିନ୍ତୁ ନେଟଫ୍ଲିକ୍ସ ଏଥିରେ ମଧ୍ୟ ସହମତ ହୋଇନଥିଲା । ତେବେ ଅଗଷ୍ଟ ୧୧ ରେ ରିଲିଜ୍ ହୋଇଥିବା ଫିଲ୍ମ 'ଲାଲ ସିଂ ଚଢା' ପ୍ରଥମ ଦିନ ୧୧.୭୦ କୋଟି ଟଙ୍କା ସଂଗ୍ରହ କରିଥିଲା। ଫିଲ୍ମର ପ୍ରଥମ ସପ୍ତାହରେ ବକ୍ସ ଅଫିସରେ ୫୦.୯୮ କୋଟି ଟଙ୍କା ଆୟ କରିଥିବା ବେଳେ ଫିଲ୍ମର ମୋଟ କଲେକସନ ୫୮.୭୩ କୋଟି ଟଙ୍କା ହୋଇଥିଲା । ଫରେଷ୍ଟ ଗୁମ୍ପର ଅଫିସିଆଲ୍ ରିମେକ୍ ଏହି ଫିଲ୍ମକୁ IMDb ରେ ୫ ରେଟିଂ ଦେଇଛି ।












Click it and Unblock the Notifications