ଦେଶରେ ନିନ୍ଦା ବିଦେଶରେ ପ୍ରଶଂସା, ଭଲ୍ ଆୟ କରୁଛିି 'ଲାଲ୍ ସିଂ ଚଢା'
Amir Khan:Laal Singh Chaddha Box Office Collectionଦେଶରେ ନିନ୍ଦା ବିଦେଶରେ ପ୍ରଶଂସା, ଭଲ୍ ଆୟ କରୁଛିି 'ଲାଲ୍ ସିଂ ଚଢା'
ମୁମ୍ବାଇ: ଆମିରଙ୍କ ଫିଲ୍ମ 'ଲାଲ୍ ସିଂ ଚଢା' ଅନେକ ବିବାଦ ପରେ ଅଗଷ୍ଟ ୧୧ରେ ରିଲିଜ୍ ହୋଇଛି । ଏହି ଫିଲ୍ମରେ ଆମିର ଖାନ୍ ନାଗା ଚୈତନ୍ୟ ,କରୀନା କପୁର ଖାନ୍ ,ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ରିଲିଜ୍ ପୂର୍ବରୁ ଏପରିକି ରିଲିଜ୍ ପରେ ମଧ୍ୟ ଏହି ଫିଲ୍ମକୁ ଟ୍ରୋଲ କରାଯାଉଛି । ଏପରିକି ଆମିରଙ୍କର ଏହି ଫିଲ୍ମକୁ ସପୋର୍ଟ କରୁଥିବା ସେଲିବ୍ରିଟିଙ୍କ ଫିଲ୍ମକୁ ମଧ୍ୟ ଟ୍ରୋଲ କରିବା ପାଇଁ ପଛାଉ ନାହଁନ୍ତି ଲୋକେ । ସୋସିଆଲ ମିଡିଆରୁ ବୟକଟ୍ର ପ୍ରଚାର ଏତେ ଜୋରଧରିଥିଲା ଯେ ଦେଶର ଅନେକ ସ୍ଥାନରେ ଏହାର ପ୍ରଭାବ ଦେଖିବା ପାଇଁ ମିଳିଥିଲା । ଅନେକ ସ୍ଥାନରେ ଫିଲ୍ମ ବିରୋଧରେ ଲୋକେ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ ।

ଯେଉଁଠି ଗୋଟେ ପଟେ ଦେଶରେ ଏହି ଫିଲ୍ମକୁ ନିନ୍ଦା କରାଯାଉଛି ,ଅନ୍ୟପଟେ ବିଦେଶରେ ଆମିରଙ୍କ ଫିଲ୍ମ ସାଉଁଟୁଛି ପ୍ରଶଂସା । ଫିଲ୍ମ ସହ ଆମିରଙ୍କ ଅଭିନୟକୁ ମଧ୍ୟ ଖୁବ ଭଲ ପାଇବା ମିଳୁଛି ବିଦେଶରେ । ଘରୋଇ ବକ୍ସ ଅଫିସରେ ଫିଲ୍ମଟି ଭଲ ଆୟ କରି ପାରି ନାହିଁ ସତ ହେଲେ ବିଦେଶ ବକ୍ସଅଫିସରେ ଦିନକୁ ଦିନ ଫିଲ୍ମର ଆୟ ବଢିବାରେ ଲାଗିଛି । ତେବେ ଫିଲ୍ମର ଆୟ ସବୁଠୁ ଅଧିକ ଆମେରିକାରେ ହେଉଥିବାର ସୂଚନା ରହିଛି । ଆମେରିକାରେ 'ଲାଲ୍ ସିଂହ ଚଢା' ୬.୧୩ କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି । ସେହିପରି ଆମିରଙ୍କ ଫିଲ୍ମ କାନାଡାରେ ୪.୨୮ କୋଟିରୁ ଅଧିକ ଟଙ୍କା ଆୟ କରିଥିବାବେଳେ ଅଷ୍ଟ୍ରେଲିଆରେ ୩.୦୩ କୋଟିରୁ ଅଧିକ ଟଙ୍କା ଆୟ କରିସାରିଛି। ଆଗକୁ ମଧ୍ୟ ଏହି ଆୟ ଆହୁରି ବଢିବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଭାରତୀୟ ବକ୍ସଅଫିସରେ ରିଲିଜର ଦୁଇ ଦିନ ଆୟ ଏତେଟା ଭଲ ରହିନଥିଲା ହେଲେ ଏବେ ଧିରେ ଧିରେ ଆୟ ବଢିବା ଆରମ୍ଭ ହୋଇଛି । ଭାରତରେ ମଧ୍ୟ ଆମିରଙ୍କ ଫିଲ୍ମକୁ ନେଇ ଚାହିଦା ବଢିବାରେ ଲାଗିଛି ।












Click it and Unblock the Notifications