‘ମିସ୍ ୱାର୍ଲ୍ଡ-୨୦୨୪’ ହେଲେ ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିଜକୋଭା; ନିରାଶ ହେଲା ଭାରତ

'ମିସ୍ ୱାର୍ଲ୍ଡ-୨୦୨୪' ହେଲେ ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିଜକୋଭା । ଆଉ ମିସ୍ ୱାର୍ଲ୍ଡରେ ନିରାଶ ହୋଇଛି ଭାରତ । ଏହି ୨୪ ବର୍ଷୀୟ ସୁନ୍ଦରୀ ମୁମ୍ବାଇରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି ।

ଭାରତର ସିନି ସେଟ୍ଟୀ ଟପ୍-୪ରେ ମଧ୍ୟ ସ୍ଥାନ ପାଇ ପାରିନଥିଲେ ଏବଂ ପ୍ରତିଯୋଗିତାରୁ ବାଦ୍ ପଡିଥିଲେ । ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଲେବାନନ୍‌ର ୟାସ୍ମିନା ଜାଏତୁନ୍ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ।

କ୍ରିଷ୍ଟିନା ପାଇସ୍କୋଭା ଜଣେ ଛାତ୍ର, ସ୍ୱେଚ୍ଛାସେବୀ ଏବଂ ଅନ୍ତର୍ଜାତୀୟ ମଡେଲ ଅଟନ୍ତି । ଏହା ସହିତ ସେ ଉଭୟ ଆଇନ ଓ ବ୍ୟବସାୟ ପରିଚାଳନାରେ ଡିଗ୍ରି ହାସଲ ପାଇଁ ଅଧ୍ୟୟନ କରୁଛନ୍ତି । ସେ କ୍ରିଷ୍ଟିନା ପାଇସ୍କୋ ଫାଉଣ୍ଡେସନ ପ୍ରତିଷ୍ଠା କରି ତାଙ୍କ ସେବା କାର୍ଯ୍ୟ ଜାରି ରଖିଛନ୍ତି ।

ମିସ୍ ୱାର୍ଲ୍ଡ ପ୍ରତିଷ୍ଠାନର ସୂଚନା ଅନୁଯାୟୀ, କ୍ରିଷ୍ଟିନାଙ୍କର ସବୁଠାରୁ ଗର୍ବିତ ମୁହୂର୍ତ୍ତ ଥିଲା ତାଞ୍ଜାନିଆରେ ଗରିବ ପିଲାଙ୍କ ପାଇଁ ଏକ ଇଂରାଜୀ ସ୍କୁଲ ଖୋଲିବା । ସେ ଭାଓଲିନ ବଜାଇବାକୁ ଭଲ ପାଆନ୍ତି ଏବଂ ସଙ୍ଗୀତ ଏବଂ କଳା ପ୍ରତି ତାଙ୍କର ସ୍ବତନ୍ତ୍ର ଆଗ୍ରହ ଅଛି ।

Krystyna Pyszkova from Czech Republic crowned Miss World 2024

୨୮ ବର୍ଷର ବ୍ୟବଧାନ ପରେ ଭାରତରେ ମିସ୍ ୱାର୍ଲ୍ଡ ୨୦୨୪ ପ୍ରତିଯୋଗିତାର ୭୧ତମ ସଂସ୍କରଣକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଫେମିନା ମିସ୍ ଇଣ୍ଡିଆ-ୱାର୍ଲଡ ୨୦୨୨ର ବିଜେତା ସିନି ସେଟ୍ଟୀ ।

ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ମିସ୍ ୱାର୍ଲ୍ଡ ୨୦୧୩ ମେଗାନ୍ ୟଙ୍ଗ୍ ହୋଷ୍ଟ ଭାବେ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରସିଦ୍ଧ କଳାକାର ନେହା କକ୍କର, ଟୋନି କକ୍କର ଏବଂ ଶାନ୍‌ଙ୍କ ଚମତ୍କାର ପରିବେଷଣ ଦେଖିବାକୁ ମିଳିଥିଲା।

ଗତବର୍ଷର ମିସ୍ ୱାର୍ଲ୍ଡ ବିଜେତା ପୋଲାଣ୍ଡର କାରୋଲିନା ବିଲାସ୍କା କ୍ରିଷ୍ଟିନାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ମୁକୁଟ ପିନ୍ଧାଇଥିଲେ ।
ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ଫାଇନାଲରେ ମୁମ୍ବାଇର ପ୍ରତିଷ୍ଠିତ ଜିଓ ୱାର୍ଲ୍ଡ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ବେଳେ କ୍ରିଷ୍ଟିନା ୧୧୫ଟି ଦେଶର ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ପ୍ରତିନିଧି ଚୟନ ପାଇଁ ୧୨ ଜଣିଆ ବିଚାରପତି ପ୍ୟାନେଲ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲେ। ଏହି ସମ୍ମାନିତ ପ୍ୟାନେଲରେ ଚଳଚ୍ଚିତ୍ର ପ୍ରଯୋଜକ ସାଜିଦ ନାଡିଆଡୱାଲା, କ୍ରିକେଟର ହରଭଜନ ସିଂହ, ସାମ୍ବାଦିକ ରଜତ ଶର୍ମା, ଅଭିନେତ୍ରୀ ତଥା ସମାଜସେବୀ ଅମୃତା ଫଡନାଭିସ ପ୍ରମୁଖ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+