RSS'ରେ ସାମିଲ ହେବେ କେଆରକେ, ଫ୍ୟାନ୍ସ କଲେ ନିନ୍ଦା
RSS'ରେ ସାମିଲ ହେବେ କେଆରକେ, ଫ୍ୟାନ୍ସ କଲେ ନିନ୍ଦା
ମୁମ୍ବାଇ: RSS'ରେ ସାମିଲ ହେବେ କେଆରକେ । ନିକଟରେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି KRK । ଏକ ଟ୍ୱିଟରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ 'ଏହା ଚୂଡାନ୍ତ ଏବଂ ନିଶ୍ଚିତ, ମୁଁ ଖୁବ ଶୀଘ୍ର ନାଗପୁରରେ ଆରଏସଏସରେ ଯୋଗଦେବାକୁ ଯାଉଛି' । କେଆରକେ ଏହି ପୋଷ୍ଟ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ସୋଶାଲ ମିଡିଆରେ ତାଙ୍କର ଏହି ଟ୍ୱିଟ୍ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଲୋକଙ୍କର ଭିନ୍ନ ମତ ଦେଖିବା ପାଇଁ ମିଳୁଛି । ଏନେକ ତାଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଉଥିବା ବେଳେ ଅନେକ ଲୋକ ଏହାକୁ ବିରୋଧ କୁଛନ୍ତି ।

It’s final and confirmed. Soon, I will go to Nagpur to join #RSS officially.
— KRK (@kamaalrkhan) September 29, 2022
Fuck yeah..Ye be warned 2 rupee people https://t.co/FukkKh5DTd pic.twitter.com/3pTgujztrb
— Burt T. Macklin (@ChoiSaab27) September 29, 2022
ସୂଚନାଥାଉ ଯେ, ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା କେଆରକେ ନିକଟରେ ଜେଲରୁ ବାହାରିଛନ୍ତି । ବିବାଦିୟ ଟ୍ୱିଟ୍ ପାଇଁ ନିକଟରେ ତାଙ୍କୁ ଗିରଫ କରାଯାଇଥିଲା । ନଅ ଦିନ ପରେ ସେ ଜେଲରୁ ବାହାରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଅକ୍ଷୟ କୁମାର, ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏବଂ ଅନ୍ୟମାନଙ୍କ ବିଷୟରେ ଅପମାନଜନକ ଟ୍ୱିଟ୍ ଅଭିଯୋଗରେ କେ.ଆର.କେ ଜାମିନ ପାଇଥିଲେ । ଅପମାନଜନକ ଟ୍ୱିଟ୍ ଅଭିଯୋଗରେ KRKଙ୍କୁ ଅଗଷ୍ଟ ୩୦ରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇ ବୋରିଭଲି ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା ।












Click it and Unblock the Notifications