ବରୁଣ ଧୱନଙ୍କ ଫିଲ୍ମ 'ଭେଡିଆ' ହଲିଉଡ ଫିଲ୍ମର କପି: KRK

ବରୁଣ ଧୱନଙ୍କ ଫିଲ୍ମ 'ଭେଡିଆ' ହଲିଉଡ ଫିଲ୍ମର କପି: KRK

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'Bhediya'୨୫ ନଭେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି ।ଫିଲ୍ମର ଷ୍ଟାରକାଷ୍ଟ 'Bhediya' ପ୍ରମୋସନ କରିବାରେ କୌଣସି କମି ରଖି ନାହଁନ୍ତି । ସେପଟେ ପ୍ରଶଂସକ ମଧ୍ୟ ଉତ୍ସାହର ସହ ଏହି ଫିଲ୍ମର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ KRK (କମଲ ରସିଦ ଖାନ) ଟ୍ୱିଟ କରି ବରୁଣ -କ୍ରିତି ସାନନ ଅଭିନୀତ 'ଭେଡିଆ' କୁ ଟାର୍ଗେଟ କରିଛନ୍ତି । KRK ପ୍ରଥମେ ଏହି ଫିଲ୍ମକୁ ୧୯୯୯ରେ ଆସିଥିବା ରାହୁଲ ରୟଙ୍କ ଚଳଚ୍ଚିତ୍ର 'ଜୁନୁନ୍'ର କପି ବୋଲି କହିଥିଲେ । ପୁଣି ଏବେ ସେ ଏହାକୁ ହଲିଉଡ ଫିଲ୍ମର କପି ବୋଲି କହିଛନ୍ତି ।

VEDIYA
KRK ତାଙ୍କର ଶେଷ ଟ୍ୱିଟରେ ହଲିଉଡ ଫିଲ୍ମ 'Morbius'ର ପୋଷ୍ଟର ସହ' ଭେଡିଆ'ର ପୋଷ୍ଟରକୁ ଯୋଡି ସେୟାର କରିଛନ୍ତି । ଏହା ସହ ସେ ଲେଖିଛନ୍ତି ଯେ ରାହୁଲ ରୟଙ୍କ ଫିଲ୍ମ 'ଜୁନୁନ୍' ଏବଂ ଏହି ବିଦେଶୀ ଚଳଚ୍ଚିତ୍ରରୁ 'ଭେଡିଆ' ର କନସେପ୍ଟ ଚୋରି କରାଯାଇଛି ।


'ଭେଡିଆ' ଏକ କମେଡି-ହରର ଫିଲ୍ମ
ବରୁଣ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଭେଡିଆ' ଚଳିତ ମାସ ୨୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ଏକ ଭୟଙ୍କର କମେଡି ଫିଲ୍ମ ଯାହାର ନିର୍ଦ୍ଦେଶନା ଦେଇଛନ୍ତି ସୁପରହିଟ୍ ଫିଲ୍ମ 'ସ୍ତ୍ରୀ'ର ଡାଇରେକ୍ଟର ଅମର କୌଶିକ୍ । ବରୁଣ ଧୱନ, କ୍ରିତି ସାନନଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ମଧ୍ୟ 'ଭେଡିଆ'ରେ ଏକ କ୍ୟାମୋ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଦୀପକ ଡୋବ୍ରିଆଲ, ଅଭିଷେକ ବାନାର୍ଜି ଏବଂ ପାଲିନ୍ କବାକ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

'ଭେଡିଆ'ରେ କାହାଣୀ
'ଭେଡିଆ' ର କାହାଣୀ ଅରୁଣାଚଳ ପ୍ରଦେଶର ଜଙ୍ଗଲରେ ଆରମ୍ଭ ହୋଇଛି । ଏଥିରେ ବରୁଣ ଧୱନ ଭାସ୍କର ଚରିତ୍ରରେ ଅଭିନୟ କରିଛନ୍ତି, ଯାହାଙ୍କୁ ଗୋଟିଏ ରାତିରେ ଗଧିଆ କାମୁଡି ଦେଇଛି । ଯାହା ପରେ ଗଧିଆର ଆତ୍ମା ​​ଭାସ୍କର ଦେହରେ ପ୍ରବେଶ କରେ । ସେ ପ୍ରାୟତଃ ରାତିରେ ଏକ ଗଧିଆର ରୁପ ଧାରଣ କରେ । ତେବେ ଭାସ୍କର ସୁସ୍ଥ ହେବାକୁ ସକ୍ଷମ କି ନୁହେଁ, ତାହା ତ ଫିଲ୍ମ ଦେଖିବା ପରେ ହିଁ ଜଣା ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+