ପୁଣି ଚର୍ଚ୍ଚାରେ KRKଙ୍କ ଟ୍ୱିଟ୍, ଫିଲ୍ମ 'ଆଦିପୁରୁଷ'କୁ ନେଇ କହିଲେ ଏପରି କଥା...

ପୁଣି ଚର୍ଚ୍ଚାରେ KRKଙ୍କ ଟ୍ୱିଟ୍, ଫିଲ୍ମ 'ଆଦିପୁରୁଷ'କୁ ନେଇ କହିଲେ ଏପରି କଥା...

ମୁମ୍ବାଇ: ଦକ୍ଷିଣ ସିନେମାର ସୁପରଷ୍ଟାର ଅଭିନେତା ପ୍ରଭାସଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର 'ଆଦିପୁରୁଷ'ର ଟିଜର ରିଲିଜ ହୋଇଛି । 'ଆଦିପୁରୁଷ' ଟିଜର ରବିବାର ଦିନ ଅଯୋଧ୍ୟାରେ ଫିଲ୍ମର ଷ୍ଟାର କାଷ୍ଟ ପ୍ରଭାସ, କ୍ରିତି ସାନନ ଏବଂ ନିର୍ମାତା ଭୂଷଣ କୁମାରଙ୍କ ଉପସ୍ଥିତିରେ ଲଞ୍ଚ କରାଯାଇଥିଲା ।

Adipurush

ସୋସିଆଲ ମିଡିଆରେ 'ଆଦିପୁରୁଷ'ର ଏହି ଟିଜରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ନିଜ ବିବାଦୀୟ ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହୁଥିବା କମଲ ରସିଦ ଖାନ (KRK)ମଧ୍ୟ ଚଳଚ୍ଚିତ୍ର 'ଆଦିପୁରୁଷ'ର ଟିଜରକୁ ନେଇ ନିଜ ମତ ରଖିଛନ୍ତି ।

'ଆଦିପୁରୁଷ' ଟିଜରକୁ ନେଇ KRKଙ୍କ ପ୍ରତିକ୍ରିୟା
ଗୋଟିଏ ପଟେ ବାହୁବଲି ଫେମ୍ ଅଭିନେତା ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ' ପ୍ରଶଂସା ସାଉଁଟୁଛି ତ ଗୋଟେ ପଟେ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହେଉଛି । କେଆରକେଙ୍କ ଟ୍ୱିଟ୍ ଦେଖି ଲାଗୁଛି ଯେମିତି ତାଙ୍କୁ ଏହି ଫିଲ୍ମର ଟିଜର କିଛି ଖାସ ପସନ୍ଦ ଆସି ନାହିଁ । ସୋମବାର କମଲ ରସିଦ ଖାନ ତାଙ୍କ ଅଫିସିଆଲ ଟ୍ୱିଟରରେ
ଟ୍ୱିଟ୍ କରିଛନ୍ତି। ଏହି ଟ୍ୱିଟରେ ସେ ଫିଲ୍ମ ନିର୍ମାତା ଭୂଷଣ କୁମାରଙ୍କୁ ଟାର୍ଗେଟ କରିଛି। ସେ ଲେଖିଛନ୍ତି' ଆଦିପୁରୁଷ ଫିଲ୍ମର ଟିଜର ହେଉଛି ନିର୍ମାତା ଭୂଷଣ କୁମାରଙ୍କ ଏକ ବଡ ଭୁଲର ପ୍ରମାଣ, ଯିଏ ଫିଲ୍ମ ନିର୍ମାଣ ପାଇଁ 450 କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି। ରାମାୟଣକୁ ମାତ୍ର 3 ଘଣ୍ଟା ମଧ୍ୟରେ ବ୍ୟାଖ୍ୟା କରାଯାଇପାରିବ ନାହିଁ' । ସୋସିଆଲ ମଡିଆରେ ଏବେ KRKଙ୍କର ଟ୍ୱିଟ୍ ଭାଇରାଲ ହେଉଛି । ଅନେର ୟୁଜର୍ସ ତାଙ୍କୁ ସମର୍ଥନ ମଧ୍ୟ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+