ଅକ୍ଷୟ କୁମାରଙ୍କୁ ସମାଲୋଚନା କଲେ KRK,ଫିଲ୍ମ 'ରାମ ସେତୁ'କୁ ନେଇ ଦେଲେ ଏପରି ମତ...
ଅକ୍ଷୟ କୁମାରଙ୍କୁ ସମାଲୋଚନା କଲେ KRK,ଫିଲ୍ମ 'ରାମ ସେତୁ' ନେଇ ଦେଲେ ଏପରି ମତ
ମୁମ୍ବାଇ: କେବଳ ଟଙ୍କା ପାଇଁ ଫିଲ୍ମରେ କାମ କରିଛନ୍ତି ଅକ୍ଷୟ । ଫିଲ୍ମ 'ରାମ ସେତୁ' ଅଭିନେତାଙ୍କ ଜୀବନର ସବୁଠାରୁ ଖରାପ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ଏପରି ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ KRK ।

ଖିଲାଡି କୁମାରଙ୍କ ଫିଲ୍ମକୁ ନେଇ ସେ କହିଛନ୍ତି ଯେ ଅକ୍ଷୟ ଏହି ଚଳଚ୍ଚିତ୍ରରେ ଟଙ୍କା ରୋଜଗାର କରିବା ପାଇଁ କାମ କରିଛନ୍ତି । KRK ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ହେ ଭଗବାନ ଅକ୍ଷୟ କୁମାର ଏକ ରୋବଟ ସାହାଯ୍ୟରେ ଇତିହାସର କଚୁମ୍ବର କରିଦେଇଛନ୍ତି । ଅକ୍କି ଭାଇ ରାମ ସେତୁକୁ ଆତଙ୍କବାଦୀଙ୍କଠାରୁ ରକ୍ଷା କରିଛନ୍ତି, ଯେଉଁମାନେ ଆମ ଇତିହାସକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଅକ୍କି ଟଙ୍କା ରୋଜଗାର କରିବା ପାଇଁ ରାମ ସେତୁର ନାମରେ ଏପରି ଏକ ଖରାପ ଚଳଚ୍ଚିତ୍ର ନିର୍ମାଣ କରିବେ ବୋଲି ।
Review:- Oh my GOD @akshaykumar has made KACHUMBER of history with the help of robots. Akki Bhai saved #RamSetu from terrorists who wanted to destroy it to finish our History. I can’t believe that Akki can make such a crap film in the name of Ramsetu to make money. From me 1*.
— KRK (@kamaalrkhan) October 25, 2022
ବ୍ୟକ୍ତିଗତ ଏଜେଣ୍ଡା ପାଇଁ ଅକ୍ଷୟ 'ରାମ ସେତୁ'ର ନାମ ବ୍ୟବହାର କରିଛନ୍ତି
ସେହିପରି କେଆରକେ ଆଉ ଏକ ଟ୍ୱିଟରେ ଲେଖିଛନ୍ତି ଯେ, 'ଅକ୍କି ଟଙ୍କା ରୋଜଗାର କରିବା ପାଇଁ ଓ ଲୋକଙ୍କୁ ବୋକା ବନାଇବା ପାଇଁ 'ରାମ ସେତୁ'ର ନା'ର ବ୍ୟବହାର କରିଛନ୍ତି । ଜନସାଧାରଣ ଏହି ଜିନିଷକୁ ବରଦାସ୍ତ କରିବା ଉଚିତ୍ ନୁହେଁ ' ।
Akki should be ashamed to use #Ramsetu name for his personal agenda to fool public to earn money. Public should not tolerate such thing at all.
— KRK (@kamaalrkhan) October 25, 2022
'ରାମ ସେତୁ'ର ପ୍ରଥମ ଦିନର ଆୟ
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅକ୍ଷୟଙ୍କ ଫିଲ୍ମ 'ରାମ ସେତୁ' ଓ ଅଜୟ ଦେବଗନଙ୍କ ଚଳଚ୍ଚିତ୍ର 'ଥ୍ୟାଙ୍କ ଗଡ୍'ଗୋଟେ ଦିନରେ ରିଲିଜ୍ ହୋଇଥିଲା । ପ୍ରଥମ ଦିନରେ ଫିଲ୍ମ 'ରାମ ସେତୁ' କୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା ଓ ଆୟ ମାମଲାରେ 'ଥ୍ୟାଙ୍କ ଗଡ୍'ଠୁ ଆଗରେ ରହିଥିଲା । ବକ୍ସ ଇଣ୍ଡିଆର ରିପୋର୍ଟ ଅନୁସାରେ ରିଲିଜର ପ୍ରଥମ ଦିନରେ 'ରାମ ସେତୁ' ବହୁତ ଭଲ୍ ରୋଜଗାର କରିଛି । ଖବର ଅନୁଯାୟୀ ଅକ୍ଷୟଙ୍କ 'ରାମ ସେତୁ' ପ୍ରଥମ ଦିନରେ ବକ୍ସ ଅଫିସରେ ୧୫ କୋଟିରୁ ଅଧିକ ଆୟ କରିସାରିଛି । ଏଥି ସହିତ ୱିକେଣ୍ତରେ ଏହି ଫିଲ୍ମ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି ।












Click it and Unblock the Notifications