'ଦ କପିଲ୍ ଶର୍ମା ଶୋ'କୁ ଗଲେ ଫିଲ୍ମ ଫ୍ଲପ୍ ହୁଏ, ଜାଣନ୍ତୁ କେଉଁ ଅଭିନେତା ଦେଲେ ଏପରି ମତ...

'ଦ କପିଲ୍ ଶର୍ମା ଶୋ'କୁ ଗଲେ ଫିଲ୍ମ ଫ୍ଲପ୍ ହୁଏ, ଜାଣନ୍ତୁ କେଉଁ ଅଭିନେତା ଦେଲେ ଏପରି ମତ...

ମୁମ୍ବାଇ: ଟେଲିଭିଜନର ଏକ ପ୍ରସିଦ୍ଧ କମେଡି ଶୋ 'ଦ କପିଲ୍ ଶର୍ମା ଶୋ' । ଏହି ଶୋ'କୁ ଏକ ଲୋକପ୍ରିୟ କମେଡି ଶୋ' ଭାବରେ ବିବେଚନା କରାଯାଏ । ଯେଉଁଠାରେ କପିଲ ଶର୍ମା ତାଙ୍କର ଉତ୍କୃଷ୍ଟ କମେଡି ଏବଂ ନିଜ ଟ୍ୟାଲେଣ୍ଟରେ ଦର୍ଶକଙ୍କର ବେଶ୍ ମନୋରଞ୍ଜନ କରନ୍ତି । ଅନେକ ବଲିଉଡ ତାରକା ନିଜ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଏହି ଶୋ'କୁ ଆସିଥାନ୍ତି । ଯାହାକୁ ଟାର୍ଗେଟ୍ କରି KRK କହିଛନ୍ତି ଯେ ଅଭିନେତାମାନେ ଏହି ଶୋ'କୁ ଯାଇ ସେମାନଙ୍କ ଚଳଚ୍ଚିତ୍ରକୁ ନଷ୍ଟ କରିଦେଉଛନ୍ତି ।

ନିଜକୁ ଚଳଚ୍ଚିତ୍ର ସମାଲୋଚକ ଭାବେ ଦାବି କରୁଥିବା KRK ସର୍ବଦା ବଲିଉଡ ବିଷୟରେ ବିବାଦୀୟ ଟ୍ୱିଟ୍ କରନ୍ତି । ପ୍ରତ୍ୟକ ଷ୍ଟାରଙ୍କର ଫିଲ୍ମକୁ ସେ ନିନ୍ଦା କରନ୍ତି । ଏପରକି କଳାକାରଙ୍କୁ ଅପମାନିତ କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ । ଏବେ ସେ 'ଦ କପିଲ ଶର୍ମା ଶୋ'କୁ ନେଇ ଏକ ବିବାଦିୟ ଟ୍ୱିଟ୍ କରିଛନ୍ତି ।

 Kapil Sharma Show


KRK କ'ଣ ଲେଖିଛନ୍ତି ?

ଏହି ଟୁଇଟ୍‌ରେ KRK ଲେଖିଛନ୍ତି, 'ଥ୍ୟାଙ୍କ୍ ଗଡ୍' 'ଡବଲ୍ ଏକ୍ସଏଲ୍' 'ଫୋନ୍ ଭୂତ' ଭଳି ଚଳଚ୍ଚିତ୍ରର ଟିମ୍ 'କପିଲ୍ ଶର୍ମା ଶୋ'କୁ ଯାଇ ସେମାନଙ୍କ ଚଳଚ୍ଚିତ୍ରକୁ ହିଟ୍ କରିବା ପାଇଁ ଚାହୁଁଥିଲେ, କିନ୍ତୁ ସମସ୍ତ ଫିଲ୍ମ ଫ୍ଲପ୍ ହୋଇଛି । 'କାଶ୍ମୀର ଫାଇଲ୍ସ'ର ଟିମ୍ ଶୋ'କୁ ଯାଇ ନଥିଲେ ଏବଂ ଫିଲ୍ମଟି ବ୍ଲକବଷ୍ଟର ହୋଇଛି । ବାସ୍ତବରେ ଅଭିନେତାମାନେ ସେମାନଙ୍କର ଚଳଚ୍ଚିତ୍ରକୁ ନଷ୍ଟ କରି 'ଦ କପିଲ ଶର୍ମା ଶୋ'କୁ ଟିଆରପି ଦେଇଥାନ୍ତି ।

ଫିଲ୍ମ'RRR' ନେଇ ୟୁଜର୍ସ ପଚାରିଲେ ପ୍ରଶ୍ନ

ସୂଚନାଯୋଗ୍ୟ ଯେ ଯେତେବେଳେ ବି KRK ଏଭଳି ଟ୍ୱିଟ୍ କରନ୍ତି, ତାଙ୍କୁ ଅନେକ ସୋସିଆଲ ମିଡିଆ ୟୁଜର୍ସ ଟ୍ରୋଲ କରିବା ପାଇଁ ପଛାନ୍ତି ନାହିଁ । କପିଲଙ୍କ ଶୋ'ର ନିନ୍ଦା କରିବା ପରେ ଏବେ କେଆରକେଙ୍କୁ ଅନେକ ପ୍ରଶ୍ନ ପଚରାଯାଉଛି । KRKଙ୍କ ଟ୍ୱିଟର ଜବାବ ଦେଇ ଜଣେ ୟୁଜର୍ ଲେଖିଛନ୍ତି ଯେ 'ଆରଆରଆର' ଟିମ୍ ମଧ୍ୟ 'ଦ କପିଲ ଶର୍ମା ଶୋ'କୁ ଯାଇଥିଲେ ଏବଂ ଏହା ଏକ ବ୍ଲକବଷ୍ଟର ଫିଲ୍ମ । ସେହି ପରି ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ସେମାନେ ଫିଲ୍ମକୁ ପ୍ରମୋଟ୍ କରନ୍ତି, ହିଟ୍ କିମ୍ବା ଫ୍ଲପ୍ ନୁହେଁ । ଅବଶ୍ୟ, ଏହା ପ୍ରଥମ ଘଟଣା ନୁହେଁ । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ KRKଙ୍କୁ ନିଜ ଟ୍ୱିଟ୍ ପାଇଁ ଟ୍ରୋଲର ଶିକାର ହେବା ପାଇଁ ପଡିଥାଏ । ନିକଟରେ ତାଙ୍କୁ ଏକ ପୁରୁଣା ବିବାଦୀୟ ଟ୍ୱିଟ୍ ପାଇଁ ଜେଲ ଯିବାକୁ ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+