ସ୍ମରଣ ଶକ୍ତି ହରାଇଲେ KRK, କହିଲେ ଯାହା ସୁଶାନ୍ତ ସିଂ ସହ ହୋଇଥିଲା ବର୍ତ୍ତମାନ ମୋ ସହିତ...

ସ୍ମରଣ ଶକ୍ତି ହରାଇଲେ KRK, କହିଲେ ଯାହା ସୁଶାନ୍ତ ସିଂ ସହ ହୋଇଥିଲା ବର୍ତ୍ତମାନ ମୋ ସହିତ...

ମୁମ୍ବାଇ: ଚର୍ଚ୍ଚାରେ କେଆରକେଙ୍କ ଟ୍ୱିଟ୍ । ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା କେଆରକେଙ୍କ କିଛି ଟ୍ୱିଟ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ନିକଟରେ ସେ ନଅ ଦିନ ପରେ ଜେଲରୁ ବାହାରିଥିଲେ ଯାହା ପରେ ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମଲ ଆର ଖାନ ସୋସିଆଲ ମିଡିଆରେ ଖୁବ କମ ଆକ୍ଟିଭ୍ ରହୁଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ତାଙ୍କୁ ଅନେକ ପ୍ରଶ୍ନ ମଧ୍ୟ କରୁଛନ୍ତି ଯାହାର ଉତ୍ତର ଦେଇ ସେ ଲେଖିଛନ୍ତି ତାଙ୍କର '୨୦ ପ୍ରିତିଶତ ସ୍ମୃତି ଚାଲିଯାଇଛି' ।

krk

ସୋସିଆଲ ମିଡିଆରେ KRKଙ୍କ କିଛି ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି । KRKତାଙ୍କ ପୋଷ୍ଟରେ ଅନେକ କଥା ଲେଖିଛନ୍ତି। ନିଜ ଅବସ୍ଥାକୁ ସୁଶାନ୍ତ ସିଂଙ୍କ ସ୍ଥିତି ସହ ଯୋଡି ସେ ଲେଖିଛନ୍ତି 'ମୁଁ ଜେଲରୁ ଆସିବା ପରେ ମୋର ୨୦% ସ୍ମୃତି ଚାଲିଯାଇଛି, ଜେଲରେ ମୁଁ ୧୦ଦିନ କାଳ କିଛି ଖାଦ୍ୟ ଖାଇ ନଥିଲି, ମୋ ସ୍ମୃତି ଆଉ ଫେରି ନ ପାରେ ଏପରିକି ଭବିଷ୍ୟତରେ ଅଧିକ ମଧ୍ୟ ଯାଇପାରେ ବୋଲି ମୋ ଡାକ୍ତର କହିଛନ୍ତି । ଯଦି ମୋର ମୃତ୍ୟୁ ହୋଇଯାଏ ତେବେ ଜନସାଧାରଣଙ୍କୁ ମନେରଖିବାକୁ ପଡ଼ିବ ଯେ ପୂର୍ବରୁ ସେମାନେ ଯାହା ସୁଶାନ୍ତ ସିଂ ରାଜପୁତଙ୍କ ସହିତ କରିଥିଲେ ବର୍ତ୍ତମାନ ସେମାନେ ମୋ ସହିତ ତାହା ହିଁ କରୁଛନ୍ତି' ।

ସେହିପରି କମଲ ଆର୍ ଖାନ ଆଉ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି 'ସୋସିଆଲ ମିଡିଆରେ ଅନେକ ଲୋକ ମତେ ପଚାରୁଛନ୍ତି ମୁଁ କ'ଣ ପାଇଁ ଭିଡିଓ କରୁନାହିଁ ? କାରଣ ମୋର ଅନେକ ଘଟଣା ଆଉ ମନେ ନାହିଁ, ମୁଁ ମୋର ପରବର୍ତ୍ତୀ ଲାଇନକୁ କ୍ୱଚିତ୍ ମନେ ରଖୁଛି' । ସେହିପରି ସେ ଏହା ମଧ୍ୟ ଲେଖିଛନ୍ତି ଯେ ମୁଁ 'ବିଗ୍ ବସ୍' ଦେଖେ ନାହିଁ । ୩ ବର୍ଷ ହେଲା ଏହି ଶୋ'ମୁଁ ଦେଖି ନାହିଁ କି ଆଗକୁ ମଧ୍ୟ ଦେଖିବି ନାହିଁ । ଅଭିନେତାଙ୍କର ଏପରି ଟ୍ୱିଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ ମଧ୍ୟ କରିବା ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+