ହସ୍ପିଟାଲରୁ ଫେରିଲେ କେଆରକେ, ଛାତିରେ ଯନ୍ତ୍ରଣା ଯୋଗୁଁ ହୋଇଥିଲେ ଭର୍ତ୍ତି
ଗିରଫ ପରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ମୁମ୍ବାଇ: ବିବାଦୀୟ ଅଭିନେତା କମାଲ ଆର୍ ଖାନ୍ଙ୍କ ପାଇଁ ଅଡୁଆ କମିବାର ନାଁ ଧରୁନି । କେଆର୍କେ ବିବାଦୀୟ ଟ୍ୱିଟ୍ ଯୋଗୁଁ ଏବେ ଫସିଛନ୍ତି। ଗତକାଲି ତାଙ୍କୁ ମୁମ୍ବାଇ ପୋଲିସ ବିମାନ ବନ୍ଦରରୁ ଗିରଫ କରିଥିଲା। କିନ୍ତୁ ଗିରଫ ପରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କେଆର୍କେ ନାଁରେ ଜଣାଶୁଣା କମଲ ରସିଦ ଖାନ ଗିରଫ ହେବା ପରେ ତାଙ୍କୁ ବୋରିଭଲି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ସେଠାରୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ହେଲେ ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ମୁମ୍ବାଇର ଶତାବ୍ଦୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କୁ ପୁଣି ଜେଲକୁ ନିଆଯାଇଛି।
2020ରେ କେଆର୍କେ ଧର୍ମକୁ ନେଇ ବିବାଦୀୟ ଟ୍ୱିଟ୍ କରିଥିଲେ। ଏହାପରେ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ପୁଲିସ ତାଙ୍କ ନାଁରେ ଏଫ୍ଆଇଆର୍ ରୁଜୁ କରିବା ପରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା। କେବଳ ସେତିକି ନୁହେଁ ଦିବଙ୍ଗତ ଅଭିନେତା ଋଷି କପୁର ଓ ଇର୍ଫାନ୍ ଖାନ୍ଙ୍କ ବିରୋଧରେ ଅପମାନଜନକ ଟ୍ୱିଟ୍ କରି ଫସିଥିଲେ କେଆର୍କେ। ଫିଲ୍ମ 'ରାଧେ'କୁ ନେଇ ବିବାଦୀୟ ଟିପ୍ପଣୀ କରିବା ପରେ ଭାଇଜାନ ସଲମାନ ଖାନ୍ ମଧ୍ୟ ତାଙ୍କ ବିରୋଧରେ ମାନହାନୀ ଅଭିଯୋଗ କରିଥିଲେ ।












Click it and Unblock the Notifications