କ୍ରିତି ସାନନ@୩୨ , ନିଜ 'ଶେହଜାଦା'ଙ୍କ ପାଳନ କଲେ ଜନ୍ମଦିନ
Kriti Sanon Birthday Special: KRITI SANON @32,ବଲିଉଡରେ ପରମ ସୁନ୍ଦରୀଙ୍କର ଆଜି ୩୨ତମ ଜନ୍ମ ଦିନ ।
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କର ଆଜି ୩୨ ତମ ଜନ୍ମଦିନ । ଆଜି କ୍ରିତିଙ୍କ ଜନ୍ମଦିନରେ କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫଟୋରେ କାର୍ତ୍ତିକ ଅଭିନେତ୍ରୀଙ୍କୁ କେକ୍ ଖାଇବାକୁ ଦେଉଥିବା ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଫଟୋ ଖୁବ ଭାଇରାଲ ହେବାରେ ହେବାରେ ଲାଗିଛି । କାର୍ତ୍ତିକ ଫଟୋ ସେୟାର କରି କ୍ୟାସପସନ୍ରେ ଲେଖିଛନ୍ତି, 'ଝିଅ ଡାଏଟ୍ ଭାଙ୍ଗି ନାହିଁ , କେବଳ ମୋ ପାଇଁ ପୋଜ୍ ଦେଉଛି , ଜନ୍ମଦିନର ଶୁଭେଚ୍ଛା ପରମ ସୁନ୍ଦରୀ, ଆପଣଙ୍କ ରାଜ କୁମାରଙ୍କଠାରୁ।'ଉଭୟଙ୍କୁ ଫ୍ୟାନ୍ସଙ୍କର ଖୁବ ଭଲ ପାଇବା ମିଳୁଛି । କାର୍ତ୍ତିକ ଫଟୋ ପୋଷ୍ଟ କରିବାର କିଛି ଘଣ୍ଟା ମଧ୍ୟରେ ହିଁ ୫ଲକ୍ଷରୁ ଅଧିକ ଲାଇକ୍ ଓ କମେଣ୍ଟ ମିଳିସାରିଛି । ଆଗକୁ ଏହି ଦୁଇ ଷ୍ଟାର ଫିଲ୍ମ 'ଶେହଜାଦା'ରେ ଏକାଠି ନଜର ଆସିବେ ।

ତେବେ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି କ୍ରିତି । କ୍ରିତିଙ୍କ ଜନ୍ମ ୧୯୯୦ ମସିହା ଦିଲ୍ଲୀରେ ହୋଇଥିଲା । ନୋଏଡାର ଏକ କଲେଜରେ ସେ ଇଞ୍ଜିନିଅରିଂ ପଢା ଶେଷ କରିଥିଲେ । ଅଭିନେତ୍ରୀ ନିଜ କରିୟର ତେଲଗୁ ଫିଲ୍ମରୁ ଆରମ୍ଭ କରିଥିଲେ । ନିଜ ପ୍ରଥମ ସିନେମାରେ ସେ ମହେଶ ବାବୁଙ୍କ ସହ ନଜର ଆସିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ତାଙ୍କର ବଲିଉଡ ସଫର । ଟାଇଗର ସରଫ୍ ଙ୍କ ସହ ସେ ହିରୋପନ୍ତିରେ ନଜର ଆସିଥିଲେ । ଏହି ଫିଲ୍ମ ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଗୋଟେ ପରେ ଗୋଟେ ବଡ଼ ଫିଲ୍ମର ଅଫର ତାଙ୍କୁ ମିଳିଥିଲା । ରାୱତା ,ବରେଲି କି ବରଫି, ପାନିପଥ୍ ,ମିମି ,ପରି ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ମନରେ ଆଜି ରାଜ୍ କରୁଛନ୍ତି ।












Click it and Unblock the Notifications