ଜାଣନ୍ତୁ ପ୍ରସିଦ୍ଧ ତାବଲା ବାଦକ ଜାକିର ହୁସେନଙ୍କ ପ୍ରେମ କାହାଣୀ
Zakir Hussain Love Story: ଦେଶର ପ୍ରସିଦ୍ଧ ତାବଲା ବାଦକ ତଥା ସଙ୍ଗୀତଜ୍ଞ ଜାକିର ହୁସେନଙ୍କର ଦେହାନ୍ତ ହୋଇଛି । ସେ ଫ୍ରାନ୍ସିସ୍କୋରେ 73 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜାକିର ହୁସେନ୍ଙ୍କ ଦେହାନ୍ତ ଖବର ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ଆଜି ତାଙ୍କ ଫ୍ୟାନ୍ସ ତାଙ୍କ ସଙ୍ଗୀତ, ରଚନା ଏବଂ ପ୍ରେରଣା ବିଷୟରେ ଆଲୋଚନା କରୁଛନ୍ତି । ଏହାସହ ଜାକିର ହୁସେନଙ୍କ ପ୍ରେମ କାହାଣୀକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
ଜାକିର ହୁସେନ୍ଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍ କମ୍ ଆଲୋଚନା ହୋଇଥାଏ । ହେଲେ ଏକ ସାକ୍ଷାତକାରରେ ସେ ତାଙ୍କ ପ୍ରେମ କାହାଣୀ ବିଷୟରେ ଆଲୋଚନା କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ନିଜ ପରିବାରକୁ ନ ଜଣାଇଛି ସେ ବିବାହ କରିଥିଲେ । ଜାକିର ହୁସେନ କହିଥିଲେ, ତାଙ୍କ ବିବାହ ଏକ ରହସ୍ୟ ଥିଲା, ଯାହାକୁ କେହି ଜାଣି ନ ଥିଲେ। ପରେ, ଯେତେବେଳେ ସେ ନିଜ ପରିବାରକୁ ଏହି ବିଷୟରେ ଜଣାଇଥିଲେ ପରେ ତାଙ୍କର ରୀତିନୀତି ଅନୁଯାୟୀ ବିବାହର କରାଯାଇଥିଲା । ହେଲେ ହୁସେନ୍ଙ୍କ ମା ଏହି ବିବାହ ବିରୁଦ୍ଧରେ ଥିଲେ। ହେଲେ ପରେ ସେ ଏଣ୍ଟୋନିୟାଙ୍କୁ 'ବୋହୂ' ଭାବରେ ଗ୍ରହଣ କରିଥିଲେ।

ସୂଚନା ଅନୁସାରେ, ଜାକିର ହୁସେନ୍ଙ୍କ ଏହି ପ୍ରେମ କାହାଣୀ କାଲିଫର୍ଣ୍ଣିଆରୁ ଆରମ୍ଭ ହୋଇଥିଲା, ଯେଉଁଠି ସେ ତବଲା ଶିଖିବା ପାଇଁ ଯାଇଥିଲେ । ହେଲେ ଏହି ସମୟରେ ତାଙ୍କ ମନ ଜିଣିଥିଲେ ଜଣେ ବିଦେଶୀ ମହିଳା । ଏହି ଘଟଣା 70 ଦଶକରେ ଘଟିଥିଲା ଯେତେବେଳେ ସେ ପ୍ରଥମେ କାଲିଫର୍ନିଆର ବାଇ ଏରିଆରେ ଜଣେ ଇଟାଲୀୟ-ଆମେରିକୀୟ ଝିଅ ଏଣ୍ଟୋନିୟା ମିନେକୋଲାଙ୍କ ପ୍ରେମରେ ପଡିଥିଲେ । ହୁସେନ୍ କହିଥିଲେ ପ୍ରଥମ ଦେଖାରେ ଏଣ୍ଟୋନିୟାଙ୍କ ପ୍ରେମରେ ସେ ପିଡିଯାଇଥିଲେ ଯାହା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ହୋଇଥିଲା ।
ଜାକିର ହୁସେନ୍ ଏବଂ ଏଣ୍ଟୋନିୟାଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ସୃଷ୍ଟି ହୋଇଥିଲା । ଯାହା ଧୀରେ ଧୀରେ ଏକ ସୁନ୍ଦର ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ତେବେ ଜାକିର ଏବଂ ଆଣ୍ଟୋନିୟାଙ୍କ ସମ୍ପର୍କ ପ୍ରଥମେ ସେମାନଙ୍କ ପରିବାରରୁ ଲୁଚି ରହିଥିଲା। ବିବାହ ପରେ ମଧ୍ୟ ଏହି ଦମ୍ପତି ଏହାକୁ ଗୁପ୍ତ ରଖିଥିଲେ, କିନ୍ତୁ ସମୟ ସହିତ ଯେତେବେଳେ ସେମାନଙ୍କ ପରିବାର ଏହା ଜାଣିଲେ, ସେମାନେ ପାରମ୍ପାରିକ ରୀତିନୀତି ଅନୁସାରେ ବିବାହ କରିଥିଲେ ।
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଅବଦାନ ପାଇଁ ହୁସେନ୍ ସାରା ବିଶ୍ୱରେ ଜଣାଶୁଣା । ତାଙ୍କ କଳା ସହିତ ସେ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଭାରତୀୟ ସଙ୍ଗୀତକୁ ଏକ ନୂତନ ପରିଚୟ ଦେଇଥିଲେ। ତାଙ୍କ ସଂଗୀତ ଯାତ୍ରାରେ ଅନେକ ସଫଳତା ଅଛି, ଯାହାକି ତାଙ୍କ କଳା ମାଧ୍ୟମରେ ଲୋକଙ୍କ ହୃଦୟରେ ଜୀବନ୍ତ । ତାଙ୍କର ଦେହାନ୍ତ ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ।












Click it and Unblock the Notifications