ଏହି କାରଣରୁ କ୍ୟାଟ୍ରିନାଙ୍କୁ ଭୟ କରନ୍ତି ଅଭିନେତା ଭିକି କୌଶଲ
ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ ବିଟାଉନର ଜଣେ ଖାସ ଦମ୍ପତି । ଉଭୟଙ୍କ ଯୋଡି ବେଶ୍ ପ୍ରଶଂସା ସାଉଁଟିଥାଏ । ଫ୍ୟାନ୍ସ ମଧ୍ୟ ଭିକି-କ୍ୟାଟ୍ରିନାଙ୍କ ବିଷୟରେ ଜାଣିବା ପାଇଁ ଉତ୍ସାହିତ ଥାନ୍ତି । ଉଭୟ ନିଜ ରୋମାନ୍ସ ଏବଂ ବଣ୍ତିଂ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି । ଅନେକ ଇଭେଣ୍ଟରେ ପ୍ରାୟତଃ ଭିକି-କ୍ୟାଟ୍ରିନାଙ୍କୁ ଏକାଠି ଦେଖିବା ପାଇଁ ମିଳିଥାଏ ।
କିଛି ଦିନ ହେଲା ଅଭିନେତା ନିଜ ଫିଲ୍ମ 'ଜରା ହଟକେ ଜରା ବଚକେ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ପ୍ରମୋସନ ସମୟରେ ବିକି ନିଜ ଦାମ୍ପତ୍ୟ ଜୀବନ ବିଷୟରେ ଅନେକ ଖୁଲାସା କରିଥିଲେ । ଭିକି କହିଥିଲେ, ପତ୍ନୀ କ୍ୟାଟ୍ରିନା ତଙ୍କା ଡ୍ୟାନ୍ସ ରିହର୍ସଲ ଭିଡିଓ ଦେଖିବାକୁ ଭଲ ପାଆନ୍ତି ।

କ୍ୟାଟ୍ରିନାଙ୍କୁ ଡରନ୍ତି ଭିକି
ଏକ ସାକ୍ଷାତକାରରେ ବିକି ନିଜ ଦାମ୍ପତ୍ୟ ଜୀବନ ବିଷୟରେ ଆଲୋଚନା କରିଥିଲେ । ନିଜ ପତ୍ନୀ କ୍ୟାଟ୍ରିନାଙ୍କ ବିଷୟରେ କଥାବାର୍ତ୍ତା ହେବା ସମୟରେ ସେ କହିଥିଲେ ଯେ, ସେ ମୋର ଡ୍ୟାନ୍ସ ରିହର୍ସଲ ଭିଡିଓ ଦେଖିବାକୁ ଭଲ ପାଆନ୍ତି । କ୍ୟାଟ୍ରିନା ଯେମିତି ହେଲେ ମଧ୍ୟ ବିକିଙ୍କ ସୁଟିଂର ଭିଡିଓ ମାଗିଥାନ୍ତି ।
ହେଲେ ଖାସ କଥା ହେଲା ଯେ, କ୍ୟାଟ୍ରିନା ଜଣେ ଭଲ ଡ୍ୟାନ୍ସର, ତେଣୁ ସେ ଭିକ୍କିଙ୍କ ଡ୍ୟାନ୍ସରୁ ତୃଟି ବାହାର କରିଥାନ୍ତି । ଯେଉଁଥି ପାଇଁ ଅଭିନେତା ନିଜ ପତ୍ନୀଙ୍କୁ ଡ୍ୟାନ୍ସ ଭିଡିଓ ଦେଖାଇବାକୁ ଭୟ କରିଥାନ୍ତି । ସେ ଆହୁରି କହିଛନ୍ତି ଯେ, କ୍ୟାଟ୍ରିନା ତାଙ୍କ ଡ୍ୟାନ୍ସରୁ ପ୍ରାୟ ୩୬ ହଜାର ତୃଟି କାଢନ୍ତି ।












Click it and Unblock the Notifications